ହସର କିଛି ରୋଚକ ତଥ୍ୟ

Interesting facts about smile

ହସିବା ସୁସ୍ଥ ରହିବାର ଏକ ସରଳ ଉପାୟ । ହସିବାର ମୂଲ୍ୟକୁ ବୁଝୁଥିବା ଅନେକେ ନିଜ ବ୍ୟସ୍ତବହୁଳ ଜୀବନରେ ମଧ୍ୟ ନିଜ ହସକୁ ଭୁଲନ୍ତି ନାହିଁ । ହସିବାର ଉପକାରିତା ଅନେକ ରହିଛି । ତେବେ ଏଇ ହସକୁ ନେଇ କିଛି ତଥ୍ୟ ଆମେ ଆପଣମାନଙ୍କୁ କହି ରଖୁଛୁ । 

– ଶିଶୁମାନେ ହସିବା ଶିଖନ୍ତି ନାହିଁ । କାରଣ ସ୍ୱଭାବିକ ଭାବେ ଜନ୍ମ ସମୟରୁ ହିଁ ସେମାନେ ହସିଥାନ୍ତି ।

– ଦୃଷ୍ଟିହୀନମାନେ କେବେବି କାହାକୁ ହସିବାର ଦେଖିନଥିଲେ ବି ସେମାନେ ହସନ୍ତି ।

– ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଧିକ ହସୁଥିବା ବ୍ୟକ୍ତି ଅଧିକ ଦିନ ବଞ୍ଚନ୍ତି ।

– ଗବେଷକଙ୍କ ଅନୁଯାୟୀ ନେଚୁରାଲ ସ୍ମାଇଲ, ଠୋ ଠୋ ହସ, ରମଣୀୟ ହସ ଭଳି ୧୯ ପ୍ରକାରର ହସ ଆମେ ହସିଥାଉ ।

– ବନ୍ଧୁବାନ୍ଧବ କିମ୍ବା ପ୍ରିୟଜନ ତଥା ଅନ୍ୟ ବ୍ୟକ୍ତିଙ୍କ ଗହଣରେ ଥିଲେ ଆମେ ହସିଥାଉ । ଏକୁଟିଆ ରହୁଥିବା ବ୍ୟକ୍ତି ବହୁତ କମ୍ ହସନ୍ତି ।

– ହସିବାର କେବଳ ଗୋଟିଏ ଅର୍ଥ ହେଉଛି ହସୁଥିବା ବ୍ୟକ୍ତି ଖୁସି ଅଛି ।

– ହସିବା ଏକ ବ୍ୟାୟାମ । ଯାହା ଆମ ମସ୍ତିଷ୍କରେ ଏକ ସକରାତ୍ମକ ଚିନ୍ତାଧାରା ଆଣେ ।

– ହସିଲେ ମନରେ ଥିବା ଚିନ୍ତା ଦୂର ହୁଏ । 

– ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ହସନ୍ତି ।

– ମନ ଦୁଃଖ କରିବାଠାରୁ ହସିବା ସହଜ ।

– ସବୁବେଳେ ହସିଲେ ଶରୀରରେ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ।

– ହସିବା ପାଇଁ ଆମ ଶରୀରରେ ୧୭ଟି ମାଂସପେଶୀର ଓ ରାଗିବା ପାଇଁ ୪୩ଟି ମାଂସପେଶୀ ଆବଶ୍ୟକ ପଡ଼ିଥାଏ ।

– ଆମର ମସ୍ତିଷ୍କରେ ଏଭଳି ଶକ୍ତି ରହିଛି ଯାହା ନକଲି ହସକୁ ଶୀଘ୍ର ପରଖିନିଏ ।

– ହସୁଥିବା ବ୍ୟକ୍ତିଙ୍କୁ ସଫଳତା ସହଜରେ ମିଳେ ।

Previous ଗ୍ୟାଷ୍ଟ୍ରିକ ସମସ୍ୟାରୁ ସବୁଦିନ ପାଇଁ ପାଆନ୍ତୁ ମୁକ୍ତି, ଆପଣାନ୍ତୁ ଏହି ଉପାୟ
Next ଚିର ଯୌବନର ଗ୍ୟାରେଣ୍ଟି, ପାଳନ୍ତୁ ଏହି ଗୁରୁ ମନ୍ତ୍ର

No Comment

Leave a reply

Your email address will not be published. Required fields are marked *