ସୁନ୍ଦର ସ୍ୱାସ୍ଥ୍ୟର ସାତଟି ମନ୍ତ୍ର

Heath tips for good health

Green Vegetables Are Super-Foods

କଥାରେ ଅଛି “ସ୍ୱାସ୍ଥ୍ୟ ହିଁ ସଂପଦ” । ଉତ୍ତମ ସ୍ୱାସ୍ଥ୍ୟ ବିନା ଜୀବନ ବୃଥା କହିଲେ ଚଳେ । ଜୀବନରେ ଆଗକୁ ବଢିବାକୁ ହେଲେ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବା ନିହାତି ଜରୁରୀ। ଅନେକଙ୍କ କ୍ଷେତ୍ରରେ ସମୟର ଘୋର ଅଭାବ ଏଥିପାଇଁ ବିଶେଷ ଭାବେ ଦାୟୀ । କିନ୍ତୁ କିଛି ସାଧାରଣ କଥା ପ୍ରତି ଧ୍ୟାନ ଦେଲେ ଆମେ ଆମ ଶରୀରର ଉପଯୁକ୍ତ ଯତ୍ନ ନେଇପାରିବା ।

୧) ସର୍ବଦା ରନ୍ଧା ଖାଦ୍ୟ ଗ୍ରହଣ କରନ୍ତୁ । ପ୍ରକ୍ରିୟାକରଣ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ । ଏହି ପ୍ରିଜର୍ଭେଟିଭ୍ ଯୁକ୍ତ ଖାଦ୍ୟଗୁଡିକ ସ୍ୱାସ୍ଥ୍ୟ ପାଇଁ ବିଶେଷ ଭାବେ କ୍ଷତିକାରକ ।
୨) ଶସ୍ୟ ଜାତୀୟ ଖାଦ୍ୟକୁ ପ୍ରଧାନ୍ୟ ଦିଅନ୍ତୁ । ବାହାରର କିଣା ଅଟା, ମଇଦା, ବେସନ ଅପେକ୍ଷା ସେଗୁଡିକୁ ଯଥାସମ୍ଭବ ଘରେ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ । ଗହମରୁ ପ୍ରସ୍ତୁତ ଅଟାରେ ଅଧିକ ପୋଷକ ତତ୍ତ୍ୱ ରହିଥାଏ ।
୩) ଖାଦ୍ୟକୁ ତେଲରେ ଅତ୍ୟଧିକ ଛାଣିବା ବା ସିଝାଇବା ଅନୁଚିତ୍ । ଏହାଦ୍ୱାରା ଖାଦ୍ୟର ଖାଦ୍ୟସାର ଗୁଡିକ ନଷ୍ଟ ହୋଇଯାଇଥାଏ।
୪) ଶରୀର ନିମନ୍ତେ ଯେଉଁ ପରିମାଣର ଖାଦ୍ୟ ଆବଶ୍ୟକ ସେତିକି ଗ୍ରହଣ କରନ୍ତୁ । ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଶରୀରରେ ଚର୍ବି ଜମାଇଥାଏ ।
୫) ବାହାଘର ଓ ଅନ୍ୟାନ୍ୟ ଭୋଜିକୁ ଯିବା ସମୟରେ ଯଥାସମ୍ଭବ ସତର୍କତା ଅବଲମ୍ବନ କରନ୍ତୁ ।
୬) ସପ୍ତାହକୁ ଥରେ ବା ଦୁଇଥର ସ୍ୱାସ୍ଥ୍ୟ ପ୍ରଦାନକାରୀ ଖାଦ୍ୟ ଗୁଡିକର ତଥ୍ୟ ବିଭିନ୍ନ ସୂତ୍ରରୁ ଆହରଣ କରନ୍ତୁ । ଯାହାକି ଆପଣଙ୍କ ଖାଦ୍ୟ ସମ୍ବନ୍ଧୀୟ ଜ୍ଞାନ ବୃଦ୍ଧିରେ ସହାୟକ ହେବ ।
୭) ନିଜ ଦୈନନ୍ଦିନ ଖାଦ୍ୟପେୟର ଅଭ୍ୟାସକୁ ଏକ ଡାଏରୀରେ ଟିପି ରଖନ୍ତୁ । କିଛି ଦିନ ପରେ ଏହା ଆପଣଙ୍କ ଖାଦ୍ୟାଭାସକୁ ବଦଳାଇବାରେ ସାହାଯ୍ୟ କରିବ ।

Previous ଘରେ ତିଆରି କରନ୍ତୁ ବିଭିନ୍ନ ଫଳର ସ୍କ୍ୱାସ୍
Next କ୍ରିକେଟର ୫ଟି କଷ୍ଟସାଧ୍ୟ କଳାକୌଶଳ

No Comment

Leave a reply

Your email address will not be published. Required fields are marked *