ଆଙ୍ଗୁଠି କେବେ ମିଛ କୁହେନି

Finger says your personality

ଆପଣ ଜାଣନ୍ତି କି ଆଙ୍ଗୁଠିର ଆକାର ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ । ଆଙ୍ଗୁଠି ଦେଖି ଜଣେ ବ୍ୟକ୍ତିଙ୍କର କେବଳ ବ୍ୟକ୍ତିତ୍ୱ ନୁହେଁ ବରଂ ସେମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ଆପଣ ଜାଣିପାରିବେ । ଫଟୋରେ ଦିଶୁଥିବା ଭଳି ଆପଣଙ୍କର ଆଙ୍ଗୁଠିର ଆକାର ଦେଖନ୍ତୁ ଆଉ ଜାଣନ୍ତୁ ପ୍ରକୃତ ରହସ୍ୟ ।


ଉପର ଚିତ୍ର ଭଳି ଆଙ୍ଗୁଠିର ଆକାର ଥିବା ବ୍ୟକ୍ତି ଦୁଃଖରେ ରୁହନ୍ତି ଓ ଏକୁଟିଆ ରହିବାକୁ ପସନ୍ଦ କରନ୍ତି । ନିଜର ଭାବନାକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରନ୍ତି ନାହିଁ । ବେଳେବେଳେ ଏମାନେ ନିଜକୁ ଦୃଢ଼ ମନୋବଳ ଓ ସମସ୍ତଙ୍କଠାରୁ ନିଆରା ବୋଲି ଭାବନ୍ତି କିନ୍ତୁ ଏହା ଆପଣଙ୍କର ପ୍ରକୃତ ପରିଚୟ ନୁହେଁ । ଆବେଗପୂର୍ଣ୍ଣ ଭାବେ ବା ଇମୋସନାଲି ଅନ୍ୟମାନେ ଆପଣଙ୍କର ଫାଇଦା ଉଠାଇ ପାରନ୍ତି । ଅନ୍ୟ ଲୋକମାନେ ଆପଣଙ୍କୁ ବହୁତ ପସନ୍ଦ କରନ୍ତି । ମିଛ, ଧୋକା ଓ ଛଳ ପ୍ରକୃତିରୁ ଆପଣ ବଞ୍ଚିତ ରହୁଥିବା ବେଳେ ଏଭଳି ଲୋକଙ୍କୁ ଆପଣ ପସନ୍ଦ କରନ୍ତି ନାହିଁ । ଅତି ସହଜରେ ନିଜର ଭାବନା ଅନ୍ୟମାନଙ୍କ ସମ୍ମୁଖରେ ଆପଣ ପ୍ରଘଟ କରନ୍ତି ନାହିଁ । ଏହାଛଡ଼ା ଆପଣଙ୍କ ପାଖରେ ସବୁ କାମକୁ ସବୁିଧାରେ ହାସଲ କରିବାର କ୍ଷମତା ରହିଛି ।


ଏହି ଦ୍ୱିତୀୟ ଚିତ୍ରରେ ଦିଶୁଥିବା ଆଙ୍ଗୁଠିର ଆକାର ଥିବା ବ୍ୟକ୍ତି ଲୋକଙ୍କ ସହ ସହଜରେ ମିଳାମିଶା କରିପାରନ୍ତି ନାହିଁ । ଟିକିଏ ସମୟ ଲାଗେ । ଆପଣ ଜଣେ ନିଷ୍ଠାବାନ ଓ ଅଭିମାନୀ ବ୍ୟକ୍ତି । ନିଜ ପ୍ରିୟଜନଙ୍କୁ ଆପଣ ବେଶି ଭଲପାଆନ୍ତି ଓ ସେମାନଙ୍କର ଯତ୍ନ ନିଅନ୍ତି । ଅନ୍ୟମାନଙ୍କୁ ଦୁଃଖ ହେବା ଭଳି ଏମିତି କିଛି କାମ ଆପଣ ବହୁତ କମ୍ କରନ୍ତି । ଏକୁଟିଆ ଥିବା ବେଳେ ନିଜକୁ ଅନ୍ୟମାନଙ୍କ ସମ୍ମୁଖରେ କିଭଳି ଭଲ ଦେଖାଇବା ସେ କଥା ଚିନ୍ତା କରନ୍ତି । କିନ୍ତୁ ସତ କହିବାକୁ ଗଲେ ଆପଣ ଅନ୍ୟମାନଙ୍କ ଠାରୁ କାଳେ ଦୁଃଖ ପାଇବେ ବୋଲି ଭାବି ଡରିଯାନ୍ତି । ଆପଣଙ୍କ ପାଖରେ ଆତ୍ମନିୟନ୍ତ୍ରଣର ଶକ୍ତି ଅଛି, ଯାହାଦ୍ୱାରା ଆପଣ ନିଜକୁ ଶାନ୍ତ ରଖନ୍ତି ।


ଏଭଳି ଆଙ୍ଗୁଠି ଥିବା ବ୍ୟକ୍ତି ସହଜରେ ସବୁକଥା ମାନିଯାଆନ୍ତି । କାହା ଉପରେ ଅଭିଯୋଗ ବା ମନଉଣା କରନ୍ତି ନାହିଁ । ଅନ୍ୟମାନଙ୍କ ଭାବନାକୁ ଆପଣ ସମ୍ମାନ ଦିଅନ୍ତି । ଅନ୍ୟମାନଙ୍କ ସହ ଝଗଡ଼ା ବା କଳି କଲାବେଳେ ଆପଣଙ୍କର ଅହଂକାର ଭାବନା ଅଧିକ ଥାଏ । ନିଜର ସମସ୍ୟା ଓ ଭାବନାକୁ ଅନ୍ୟମାନଙ୍କ ଆଗରେ ପ୍ରଘଟ କରିବାକୁ ଆପଣ ପସନ୍ଦ କରନ୍ତି ନାହିଁ । ଆପଣ ଜଣେ ଦୟାବାନ ବ୍ୟକ୍ତ ଅଟନ୍ତି ।

ଦିପ୍ତିରଞ୍ଜନ ବେହେରା

Previous ରୋମାଞ୍ଚକର ସ୍ଥିତିରେ ଦ୍ଵିତୀୟ ଟେଷ୍ଟ:ଶେଷ ଭରସା ପୂଜାରା
Next ଯୁକ୍ତ ଦୁଇ ପରେ ଉଜ୍ଜ୍ୱଳ କ୍ୟାରିୟର

No Comment

Leave a reply

Your email address will not be published. Required fields are marked *