ସୁରକ୍ଷିତ କିଡନିର ମହାମନ୍ତ୍ର

ways to protect kidney

ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ, ମହଙ୍ଗା ବଜାରସ୍ଥିତି, ପ୍ରେମଜନିତ ବିରହ, ବିବାହ ବିଚ୍ଛେଦ ଏବଂ ଦୀର୍ଘ ଦିନ ଧରି ଲାଗିରହିଥିବା ରୋଗ ସାଂପ୍ରତିକ ପ୍ରେକ୍ଷାପଟ୍ଟରେ ମାନସିକ ଅବସାଦର ମୁଖ୍ୟ କାରଣ ସାଜିଛି । ଅତ୍ୟଧିକ ମାନସିକ ଚାପ କିଡନି ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଉପରେ ଗଭୀର କୁପ୍ରଭାବ ପକାଇଥାଏ । ଏତଦ୍ ବ୍ୟତୀତ ଅସ୍ୱାଭାବିକ ହୃତ୍ ସ୍ପନ୍ଦନ, ମାଂସପେଶୀରେ ଯନ୍ତ୍ରଣା, ଉଚ୍ଚ ରକ୍ତ ଚାପ, ରକ୍ତରେ ଫ୍ୟାଟ୍ ଏବଂ ସୁଗାରସ୍ତର ବଢିବାର ମୁଖ୍ୟ କାରଣ ମଧ୍ୟ ସାଜିଥାଏ । କିଡନିକୁ ସୁରକ୍ଷିତ ରଖିବା ପାଇଁ ନିମ୍ନଲିଖିତ ନିୟମ ମାନି ଚଳନ୍ତୁ ଏବଂ ସୁସ୍ଥ ଜୀବନଯାପନ କରନ୍ତୁ ।

– ବଜାରରେ ମିଳୁଥିବା ପଟାଟୋ ଚିପ୍ସ ଏବଂ ଜଙ୍କ ଫୁଡ୍ ରେ ଅଧିକ ପରିମାଣରେ ସୋଡିୟମ୍ ଏବଂ ଫସଫରସ୍ ରହିଥାଏ । ଏସବୁ ଖାଦ୍ୟ ନିୟମିତ ଖାଇଲେ କି ଡ ନୀ ଉପରେ କୁପ୍ରଭାବ ପଡିବା ଥୟ । ଫଳ, ପନିପରିବା, ଶସ୍ୟ ଜାତୀୟ ଖାଦ୍ୟ, ପ୍ରୋଟିନ୍, କମ୍ ଫ୍ୟାଟ୍ ଥିବା ଦୁଗ୍ଧ ଜାତୀୟ ଖାଦ୍ୟ ନିତିଦିନିଆ ଖାଦ୍ୟ ତାଲିକାରେ ସାମିଲ କଲେ କିଡନି ସୁରକ୍ଷିତ ରହିପାରିବ ।

– ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ଖାଦ୍ୟରେ କମ୍ ଲୁଣ ବ୍ୟବହାର କରନ୍ତୁ । ଚା ଏବଂ କଫି ନ ପିଇବା ଭଲ । ରକ୍ତଚାପସ୍ତର ଅନୟନ୍ତ୍ରିତ ହେଲେ କିଡନି ରୋଗର ସମ୍ଭାବନା ସୃଷ୍ଟି ହେବା ସହ ହାର୍ଟ ଷ୍ଟ୍ରୋକ୍ ହେବାର ଆଶଙ୍କା ରହିଛି ।

– ଅବସର ସମୟରେ ଯୋଗ, ଧ୍ୟାନ କରନ୍ତୁ । ଛୁଟି ବିତେଇବାକୁ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଜାଗାକୁ ଯାଆନ୍ତୁ । ଯାହା ଆପଣଙ୍କ ମନକୁ ପ୍ରଫୁଲ୍ଲିତ କରିବା ସହ ମାନସିକ ଅବସାଦରୁ ମଧ୍ୟ ମୁକ୍ତି ପ୍ରଦାନ କରିବ ।

– ଦୈନନ୍ଦିନ ବ୍ୟାୟାମ କରିବା ଫଳରେ ଶରୀରରୁ ନିର୍ଗତ ହେଉଥିବା ଏଣ୍ଡରଫିନ୍ସ ହରମୋନ ଶରୀରର ସମସ୍ତ ପ୍ରକାର ଯନ୍ତ୍ରଣାକୁ ପ୍ରଶମିତ କରିଥାଏ ।

– ଚିନି ଏବଂ ଫ୍ୟାଟ ଜାତୀୟ ଖାଦ୍ୟ କମ୍ ଖାଆନ୍ତୁ । ଆପଣଙ୍କ କିଡନି ସୁରକ୍ଷିତ ରହିବ । ସକରାତ୍ମକ ମନୋଭାବ ଆପଣଙ୍କୁ ସଦା ସୁସ୍ଥ ରଖିବାରେ ସହାୟକ ହୋଇପାରିବ ।

– ଦୈନିକ ୬ରୁ ୮ ଘଣ୍ଟା ସୁନିଦ୍ରା ଯାଆନ୍ତୁ । କାରଣ କମ୍ ଶୋଇବା ଯୋଗୁଁ କିଡନୀ ପ୍ରଭାବିତ ହେବାର ଆଶଙ୍କା ରହିଥାଏ ।

– ଦୈନନ୍ଦିନ ଜୀବନରେ ଆସୁଥିବା ଅସୁବିଧାକୁ ଏକ କାଗଜରେ ଲେଖି ତାହାର ସମାଧାନ ବାହାର କରିବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ । ଅବସର ସମୟରେ ସ୍ଲୋ ମ୍ୟୁଜିକ୍ ଶୁଣନ୍ତୁ । ଯାହା ଆପଣଙ୍କର ମାନସିକ ଅବସାଦର ମାତ୍ରା କମ୍ କରିବାରେ ଯଥେଷ୍ଟ ସହାୟକ ହେବ ।

Previous ବସ୍ତି ବାସିନ୍ଦାଙ୍କୁ ଜମି: ଟାଟା ଟ୍ରଷ୍ଟ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ
Next ହିରୋ ସାଜିଲେ ଡ଼ିକେ: ଭାରତ ନିଦାହାସ ଟ୍ରଫି ଚମ୍ପିଆନ୍

No Comment

Leave a reply

Your email address will not be published. Required fields are marked *