ଦୀପାବଳିରେ ନିରାପଦ ଓ ସୁରକ୍ଷିତ ରହିବା ପାଇଁ କିଛି ଟିପ୍ସ

STAY SAFE IN DIWALI

ଆଲୋକର ପର୍ବ ଦୀପାବଳି ଅନେକ ସମୟରେ ଅସାବଧାନତା କାରଣରୁ ଖୁସି ଓ ଆନନ୍ଦ ଦେବା ପରିବର୍ତ୍ତେ ବିପଦକୁ ଡାକିଆଣେ । ତେଣୁ ଆପଣ ଦୀପାବଳିରେ ଦୀପ, ମହମବତି କିମ୍ବା ଆତସବାଜି ଜାଳିବା ସମୟରେ ନିରାପଦ ରହିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

  • ଦୀପ କିମ୍ବା ମହମବତୀ ଜାଳିବା ବେଳେ ପାଖରେ କୌଣସି ଆତସବାଜି ରଖନ୍ତୁ ନାହିଁ । କାରଣ ସାମାନ୍ୟ ଅସାବଧାନତାରୁ ସେଥିରେ ନିଆଁ ଲାଗି ଦୁର୍ଘଟଣା ଘଟିପାରେ ।
  • ଦୀପ ଓ ମହମବତୀକୁ ଘରେ ଟଙ୍ଗା ହୋଇଥିବା କୌଣସି ସ୍କ୍ରିନ୍ ବା ଅନ୍ୟ ସାମଗ୍ରୀ ପାଖରେ ଲଗାନ୍ତୁ ନାହିଁ । ଅଗ୍ନିକାଣ୍ଡ ଘଟିବାର ଆଶଙ୍କା ରହିଛି ।
  • ଲିଚୁ ଲାଇଟକୁ ବିଦ୍ୟୁତ ସଂଯୋଗ କରିବା ପୂର୍ବରୁ ଏଥିରେ କଟା ସ୍ଥାନ କିମ୍ବା ଲିକ୍ ଅଛି କି ନାହିଁ ଭଲଭାବେ ଯାଞ୍ଚ କରନ୍ତୁ । ନଚେତ୍ ବିଦ୍ୟୁତ ସର୍ଟସର୍କିଟ ହୋଇ ଏହା ବିପଦକୁ ଡାକିଆଣିପାରେ । ଏଥିସହ ଲିଚୁ ଲାଇଟକୁ ଦୀପ, କ୍ୟାଣ୍ଡେଲ୍ ବା ଆତସବାଜି ଜଳୁଥିବା ସ୍ଥାନରେ ଲଗାନ୍ତୁ ନାହିଁ ।
  • ନିରାପଦ ଓ ସୁରକ୍ଷିତ ରହିବା ପାଇଁ ଭଲ ମାନର ବାଣ କିଣନ୍ତୁ ।
  • କୌଣସି ବାଣ ନଫୁଟିଲେ କେତେଜଣ ଏଥିରେ ପୁଣି ନିଆଁ ଲଗାଇବାକୁ ଚେଷ୍ଟା କରିଥାନ୍ତି ଓ ହଠାତ୍ ବାଣ ଫୁଟି ଆହତ ହୋଇଥାନ୍ତି । ଏଭଳି ଭୁଲ୍ ଆଦୌ କରନ୍ତୁ ନାହିଁ । ବରଂ ଅଧାଜଳା ଅବସ୍ଥାରେ ଥିବା ବାଣ ନିକଟକୁ ଆଦୌ ଯାଆନ୍ତୁ ନାହିଁ କିମ୍ବା ସେଥିରେ ପୁଣି ନିଆଁ ଲଗାଇବାକୁ ଚେଷ୍ଟା କରନ୍ତୁ ନାହିଁ । ବରଂ ଦୂରରେ ଥାଇ ତା ଉପରେ ପାଣି ଢାଳି ଦିଅନ୍ତୁ ।
  • ଜୋର୍ ଶବ୍ଦ ଓ ଅଧିକ ଧୂଆଁ ସୃଷ୍ଟି କରୁଥିବା ଆତସବାଜି ପରିବେଶ ପ୍ରଦୂଷଣ କରିବା ସହିତ ଆମ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ କ୍ଷତିକାରକ ହୋଇଥାଏ । ତେଣୁ ଏହାଠୁ ଦୂରେଇ ରୁହନ୍ତୁ । ଛୋଟପିଲା, ବୃଦ୍ଧ ବ୍ୟକ୍ତି ଏବଂ ରୋଗାଙ୍କ ପାଖରେ ଏଭଳି ବାଣ ଫୁଟାନ୍ତୁ ନାହିଁ ।
  • ବାଣ ଯଥା ସମ୍ଭବ ଖୋଲା ସ୍ଥାନରେ ଫୁଟାଇବାକୁ ଚେଷ୍ଟା କରନ୍ତୁ । ହାତରେ ଧରି କୁମ୍ପି, ରକେଟ ଓ ଅନ୍ୟ ବିପଜ୍ଜନକ ବାଣ ଫୁଟାନ୍ତୁ ନାହିଁ ଏବଂ ମଜାରେ କାହା ଉପରକୁ ବାଣ ଫୋପାଡ଼ନ୍ତୁ ନାହିଁ ।
  • ବାଣରେ ନିଆଁ ଲଗାଇବା ସମୟରେ ଯଥା ସମ୍ଭବ ଦୂରରେ ରହି ନିଆଁ ଲଗାନ୍ତୁ । ଏକ ଲମ୍ବା ବାଡ଼ି ସାହାଯ୍ୟରେ ବାଣରେ ନିଆଁ ଲଗାଇବା ନିରାପଦ ।
  • ବାଣ ଫୁଟାଇବା ସମୟରେ ସୂତା ଲୁଗା ପିନ୍ଧନ୍ତୁ ।
  • ଗୋଟିଏ ବାଣ ଫୁଟାଇବା ବେଳେ ସେଠାରେ ଅନ୍ୟ ବାଣ ଗୁଡ଼ିକୁ ରଖନ୍ତୁ ନାହିଁ । ଏହାକୁ କିଛି ଦୂରରେ ରଖନ୍ତୁ । ଫୁଟାଇବା ସ୍ଥାନରେ ସୂତା ଲୁଗା ପିନ୍ଧନ୍ତୁ ଓ ପାଖରେ ଏକ ପାଣି ବାଲଟି ରଖନ୍ତୁ ।
  • ଛୋଟ ପିଲାଙ୍କୁ ବାଣ ଫୁଟାଇବାକୁ ଦିଅନ୍ତୁ ନାହିଁ ଏବଂ ବାଣ ଫୁଟାଯାଉଥିବା ସ୍ଥାନରେ ସେମାନେ ଯେପରି ବିପଦରେ ନପଡ଼ନ୍ତି ସେଥିପାଇଁ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖନ୍ତୁ ।
  • ବାଣ ଫୁଟି ଆହତ ହେଲେ କ୍ଷତ ସ୍ଥାନକୁ ଧୁଅନ୍ତୁ । ସେଠାରେ ବରଫ ଘସନ୍ତୁ ନାହିଁ । ବାଣ ଧୂଆଁ ଯୋଗୁଁ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କଲେ ତୁରନ୍ତ ଖୋଲା ସ୍ଥାନକୁ ଚାଲିଯାଆନ୍ତୁ । ଡାକ୍ତରଙ୍କୁ ଯୋଗାଯୋଗ କରନ୍ତୁ ଓ ଆହତଙ୍କୁ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ ।
Previous ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହେଲେ ସର୍ବକନିଷ୍ଠ ଶିଶୁ ଶିଳ୍ପୀ ରୋଶନ
Next ଘରେ ତିଆରି କରନ୍ତୁ ବିଭିନ୍ନ ଫଳର ସ୍କ୍ୱାସ୍

No Comment

Leave a reply

Your email address will not be published. Required fields are marked *