ଔଷଧିୟ ରାଶି

sesame seeds benefits

ରାଶି ଗୋଟିଏ ତୈଳବିଜ ଏହା ପ୍ରାୟ ସମସ୍ତେ ଜାଣନ୍ତି । ଏହାକୁ ତେଲପ୍ରସ୍ତୁତି ଓ କିଛି ସୋତନ୍ତ୍ର ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । ରାଶିରେ ଥିବା ଔଷଧିୟ ଗୁଣ ଅନେକ ରୋଗ ଭଲ କରିବାରେ ସହାୟ ହୋଇଥାଏ । ଜାଣନ୍ତୁ ରାଶିରୁ କେଉଁ କେଉଁ ଉପକାର ମିଳିଥାଏ ଆମ ଶରୀରକୁ । ଏହା ଦୁଇପ୍ରକାରର ହୋଇଥାଏ, କଳା ଓ ଧଳା । କଳା ରାଶି ଅଧିକ ଉପକାରୀ…
-ରାଶିରେ କାର୍ବୋହାଇଡ୍ରେଡ଼, ପ୍ରୋଟିନ୍, ଭିଟାମିନସ୍ ଆଦି ରହିଛି । ରାଶି ଖାଇବା ବା ଏହାର ତେଲ ଲଗାଇବା ଦ୍ୱାରା ତ୍ୱଚାର ସୁନ୍ଦରତା ବଢିଥାଏ ।
-ସୂର୍ଯ୍ୟକିରଣ ବାଜି ତ୍ୱଚାରେ ସୃଷ୍ଟି ହୋଇଥିବା ଟ୍ୟାନ୍ ରାଶି ତେଲ ଲଗାଇବା ଦ୍ୱାରା ଦୂର ହୋଇଥାଏ । ଏହାସହ ରାଶି ଏକ ଆଣ୍ଟି ଅକ୍ସିଡେଣ୍ଟ, ଆଣ୍ଟି ବ୍ୟାଟେରିଆଲ, ଆଣ୍ଟି ବାୟୋଟିକ୍ ଏବଂ ଆଣ୍ଟି ମାଇକ୍ରୋବିଆଲ ଭଳି କାର୍ଯ୍ୟକରିଥାଏ ।
– ଶିଶୁଙ୍କୁ ରାଶି ତେଲ ଲଗାଇବା ଦ୍ୱାରା ସେମାନଙ୍କ ହାଡ଼ ବଢିବା ସହ ମଜଭୂତ ହୋଇଥାଏ । କଳା ଓ ଘନ କେଶ ପାଇଁ ରାଶି ତେଲ ବେଶ୍ ଉପକାରୀ ହୋଇଥାଏ ।
-ରାଶି ଖାଇବା ବା ଏହାର ତେଲ ଲଗାଇବା ଦ୍ୱାରା ରକ୍ତ ସଂଚାଳନ ସଠିକ୍ ଭାବରେ ହୋଇଥାଏ ।
-ରାଶି କର୍କଟ, ମଧୁମେହ,ଆନିମିୟା,ହୃଦରୋଗ, କୋଷ୍ଠକାଠିନ୍ୟ,ଆସ୍ଥମା,ଦାନ୍ତ ପୋକ ଖାଇବା ଆଦି ରୋଗ ଭଲ କରିବାରେ ସହାୟ ହୋଇଥାଏ । ଏହାସହ ଅଖିକୁ ସୁସ୍ଥ ରଖି ଦୃଷ୍ଟି ଶକ୍ତି ବଢାଇଥାଏ ।

-ରାଶି ତେଲ ଦିନରେ ଦୁଇଥର ଲଗାଇବା ଦ୍ୱାରା ଆମର ହାଡ଼ ମଜଭୂତ ହେବା ସହ ଗଣ୍ଠି ଦରଜ କମିଥାଏ । ରାଶି ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ନିୟନ୍ତ୍ରୀତ ରହିଥାଏ । ଖାଦ୍ୟ ପାଚନରେ ମଧ୍ୟ ଏହା ସହାୟ ହୋଇଥାଏ ।
-ରାଶି ଶରୀର ଭିତରେ ରହିଥିବା ବିଶାକ୍ତ ପଦାର୍ଥକୁ ବାହାର କରିବାରେ ସହାୟ ହୋଇଥାଏ । ଏହାସହ ଚିନ୍ତାଗ୍ରସ୍ତରୁ ମୁକ୍ତି ଦେଇଥାଏ ।
-ରାଶି ତେଲରେ ଅଳ୍ପ ନଡ଼ିଆ ତେଲ ଓ ହଳଦୀ ମିଶାଇ ଲଗାଇବା ଦ୍ୱାରା ଦାନ୍ତ ସଫା ହୋଇଥାଏ ।

Previous ଧାରାବାହିକରୁ ସଫଳ ସିନେ ଅଭିନେତ୍ରୀ
Next ପରୀକ୍ଷା ପୂର୍ବରୁ କିପରି ପ୍ରସ୍ତୁତ ହେବେ

No Comment

Leave a reply

Your email address will not be published. Required fields are marked *