ଆପଣାନ୍ତୁ ନିମ୍ନଲିଖିତ ଉପାୟ, ଶରୀରରେ ଆସିବ ଅପୂର୍ବ ଚମକ

secrets of natural beauty

– ବଡି ସକାଳୁ ନଖ ଉଷୁମ ଗରମ ପାଣି ପିଇବାର ଅଭ୍ୟାସ କରନ୍ତୁ । ପାଣି ଫୁଟିଗଲା ପରେ ତାକୁ ଛାଣି କାଚ ଗ୍ଲାସରେ ପିଅନ୍ତୁ । ଦେଖିବେ ଶାରୀରିକ କ୍ରିୟା ସୂଚାରୁରୂପେ ସମ୍ପାଦିତ ହେବ । ବହୁତ ଦିନ ଧରି କୌଣସି ଲାଇଫ୍ ଷ୍ଟାଇଲ ଡିସ୍ ଅର୍ଡର ଲାଗି ରହିଥିଲେ ମଧ୍ୟ ସେଥିରେ ଅଭୁତପୂର୍ବ ସୁଧାର ଆସିବ । ପୂର୍ବାପେକ୍ଷା ସକ୍ରିୟ, ଚଳଚଞ୍ଚଳ ଅନୁଭବ କରିବେ ଆପଣ ।

– ସେଓ ହେଉଛି ରୁକ୍ଷ ତ୍ୱଚାର ମହୋଷଧି । ଏହାକୁ ସ୍ମୃତି ଫଳ ମଧ୍ୟ କୁହାଯାଏ । ପ୍ରତିଦିନ ମିଡ୍ ଲଞ୍ଚରେ ଗୋଟିଏ ଲେଖାଏଁ ସେଓ ଖାଇଲେ ତ୍ୱଚାରେ ନିଖାର ଆସିବା ସହ ସ୍ମୃତି ଶକ୍ତି ମଧ୍ୟ ପ୍ରଖର ହେବ । ଆପଣ ସକାଳ ଜଳଖିଆ ପରେ ମଧ୍ୟ ସେଓ ଜୁସ୍ ପିଇପାରିବେ ।

– କଳା ଅଙ୍ଗୁର ରସ ରେଚନ କ୍ରିୟାକୁ ସୂଚାରୁରୂପେ ସମ୍ପାଦନ କରିବାରେ ବେଶ୍ ସାହାଯ୍ୟ କରିଥାଏ । ଦୈନନ୍ଦିନ ସପୁରି ରସ ପିଇଲେ ପାଚନତନ୍ତ୍ର ସୁଦୃଢ ହୋଇଥାଏ । ପାଚନ ଓ ରେଚନ ଉତ୍ତମରୂପେ ସମ୍ପାଦିତ ହେଲେ ଚେହେରାରେ ଚମକ ଆସିବ ହିଁ ଆସିବ ।

– ସକାଳୁ ଖାଲିପେଟରେ ଆପଣ ତୁଳସୀପତ୍ର କିମ୍ବା ବେଲପତ୍ର ମଧ୍ୟ ଖାଇପାରିବେ । ପ୍ରତିଦିନ ସକାଳୁ ଖାଲିପେଟରେ କଞ୍ଚା ରସୁଣ ଖାଇଲେ ପ୍ରାୟ କୌଣସି ରୋଗ ପାଖ ମାଡେ ନାହିଁ ।

– ନିତିଦିନିଆ ଖାଦ୍ୟ ତାଲିକାରେ ଦହି ସାମିଲ କରନ୍ତୁ । ଦେଖିବେ ଶରୀରରେ ଅଭୂତପୂର୍ବ ଷ୍ଟାମିନା ଆସିବ । ଦୈନନ୍ଦିନ ପଇଡ ପାଣି ସେବନ ମଧ୍ୟ ଆପଣଙ୍କ ତ୍ୱଚାକୁ ସୁନ୍ଦର ରଖିବ ।

– ରନିଂ, ସାଇକ୍ଲିଂ, ସୁଇମିଂ ମଧ୍ୟରୁ ଯେକୌଣସି ଗୋଟିଏ ନିତିଦିନିଆ ବ୍ୟାୟାମରେ ସାମିଲ କଲେ ଆପଣଙ୍କ ସର୍ବାଙ୍ଗ ସୁନ୍ଦର ଦେଖାଯିବ ।

– ଘର ବାହାରୁ ଆସିଲା ମାତ୍ରେ ସଙ୍ଗେସଙ୍ଗେ ମୁହଁକୁ ସଫା ଥଣ୍ଡା ପାଣିରେ ଧୁଅନ୍ତୁ । ମୁହଁରେ ଲାଗିରହିଥିବା ସମସ୍ତ ମଇଳା ସଫା ହୋଇଯିବ । ଯାହାକି ମୁହଁରେ ବ୍ରଣ ସୃଷ୍ଟିର ମୁଖ୍ୟ କାରଣ ସାଜିଥାଏ ।

– ନିୟମିତ ଅନ୍ତରାଳରେ ଦେହକୁ ପ୍ରାକୃତିକ ତୈଳରେ ମାଲିସ କଲେ ଶରୀର ସୁଗଠିତ ହେବା ସହ ସୁନ୍ଦର ମଧ୍ୟ ଦେଖାଯିବ ।

Previous ଶିଳ୍ପାଙ୍କ ଡାଏଟ୍ ଚାଟ୍ ଫଲୋ କରନ୍ତୁ, 40 ପରେ ବି ଦେଖାଯିବେ ସୁନ୍ଦରୀ
Next ଭାରତ ବାଂଲାଦେଶ ଲଢ଼େଇ: ପ୍ରତିଶୋଧ ଲକ୍ଷ୍ୟରେ ବାଂଲାଦେଶ

No Comment

Leave a reply

Your email address will not be published. Required fields are marked *