ଦୁଃଖ ଆପଣଙ୍କ ପାଖ ମାଡିବନି, ଆପଣାନ୍ତୁ ନିମ୍ନୋକ୍ତ ସୂତ୍ର

secrets of happiness

-ଆତ୍ମକୈନ୍ଦ୍ରିକ ନହୋଇ ସାମୂହିକ ସ୍ୱାର୍ଥ କଥା ଚିନ୍ତା କରନ୍ତୁ ।

-ବିପଦରେ ପଡିଥିବା ଲୋକଙ୍କୁ ଯଥାସାଧ୍ୟ ସାହାଯ୍ୟ କରନ୍ତୁ । ଏକ ଅଦୃଶ୍ୟ ଶକ୍ତିର ପ୍ରଭାବରେ ଆପଣଙ୍କ ଚଲାପଥ କୁସୁମିତ ହେବ ।

-ଆଧ୍ୟାତ୍ମିକତାର ରସ ଆସ୍ୱାଦନ କରି ଏହାକୁ ନିଜ ଦୈ÷ନନ୍ଦିନ ଜୀବନରେ ଉପଯୋଗ କରନ୍ତୁ । ଆପଣ ଲକ୍ଷ୍ୟ କରିବେ ଏକ ଅପୂର୍ବ ପ୍ରଶାନ୍ତିରେ ଆପଣଙ୍କ ମନ ପୂରି ଉଠୁଛି ।

-ପଶୁ ପକ୍ଷୀଙ୍କୁ ନିଜର ଶିଶୁ ତୁଲ୍ୟ ସ୍ନେହ କରିବା ସଙ୍ଗେସଙ୍ଗେ ପ୍ରତିଦିନ ଆଧାର ଦିଅନ୍ତୁ । ସେମାନେ ଖୁସି ହେଲେ ଆପଣଙ୍କ ଘର ଉପରେ ଦୁଃଖର କାଳ ଛାଇ କେବେ ପଡିବ ନାହିଁ ।

-ମାକୁ ସମ୍ମାନ । ସମଗ୍ର ନାରୀ ଜାତିକୁ ମା କିମ୍ବା ଭଉଣୀ ତୁଲ୍ୟ ଦୃଷ୍ଟିରେ ଦେଖିଲେ ବିଭୂ କୃପା ପ୍ରାପ୍ତ ହେବ ।

-ଭୋଜନ, ଶୟନ, ବ୍ୟାୟାମ, ପାନ ସବୁ କିଛି ନିୟମାନୁଯାୟୀ ପାଳନ କଲେ ଆପଣ ସୁସ୍ଥ ଶରୀରର ଅଧିକାରୀ ହେବେ । ସୁସ୍ଥ ଶରୀର ସବୁବେଳେ ମନକୁ ସକରାତ୍ମକ ଦିଗରେ ପରିଚାଳିତ କରିବ । ଆପଣ ନିଜେ ସୁଖପୂର୍ଣ୍ଣ ଜୀବନଯାପନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ନିୟମ ପାଳନ ପାଇଁ ଅନୁପ୍ରେରିତ କରି ଏକ ସୁସ୍ଥ ସମାଜ ଗଠନରେ ଦିଗଦର୍ଶକର ଭୂମିକା ତୁଲାଇପାରିବେ ।

-ପରଶ୍ରୀ କାତରତା ଏବଂ ଇର୍ଷା ପରାୟଣ ସ୍ୱଭାବକୁ ମନରୁ ଦୂରେଇଦେଲେ ଆପଣ ଭଗବାନଙ୍କର ପ୍ରିୟ ସନ୍ତାନ ହୋଇପାରିବେ ।

-ସରଳ ଜୀବନଯାପନ ଏବଂ ଉଚ୍ଚ ଚିନ୍ତାଧାରାଯୁକ୍ତ ହେଲେ ଖୁସି ଆପଣଙ୍କ ଜୀବନରେ ଲହଡି ଭାଙ୍ଗିବ ।

-ସତକର୍ମ, ସତସଙ୍ଗ, ଏକ ମନ ଏକ ଲୟରେ ପ୍ରଭୂଙ୍କୁ ଧ୍ୟାନ, ଶିକ୍ଷଣୀୟ ପାଠ୍ୟ ପୁସ୍ତକ ଅଧ୍ୟୟନ ଦ୍ୱାରା ଆପଣଙ୍କ ସୁଖର ଦ୍ୱାର ସଦା ଉନ୍ତୁକ୍ତ ହେବ ।
-ଷଡ ରିପୁ ଯଥା କାମ, କ୍ରୋଧ, ଲୋଭ, ମୋହ, ମାୟା, ମଦ, ମାଶ୍ଚର୍ଯ୍ୟ ଆଦି ନକରାତ୍ମକ ଶକ୍ତିକୁ ପରିତ୍ୟାଗ କଲେ ସୁଖ ଆପଣଙ୍କ ପଦ ଚୁମିବ ।
-ଅନ୍ୟର ଖୁସି ପାଇଁ ନିଜ ଜୀବନକୁ ଉତ୍ସର୍ଗ କଲେ ପ୍ରଶାନ୍ତିର ମହୋଦଧି ଆପଣଙ୍କ ଘର ଦୁଆରେ ଲହଡି ଭାଙ୍ଗିବ ।

Previous ବିଦାୟୀ ମ୍ୟାଚରେ କୁକଙ୍କ ଜଲୱା: ଟିମ ଇଣ୍ଡିଆ ପରାସ୍ତ
Next ସ୍ଥପତି ଇଶ୍ୱରଙ୍କ ନିଆରା କଳାକୃତି, ତେନ୍ତୁଳି ମଞ୍ଜିରେ ଗଣେଶ

No Comment

Leave a reply

Your email address will not be published. Required fields are marked *