ଚିର ଯୌବନର ଗ୍ୟାରେଣ୍ଟି, ପାଳନ୍ତୁ ଏହି ଗୁରୁ ମନ୍ତ୍ର


– ଶୀଘ୍ର ବିଛଣାକୁ ଯିବା ସହ ସଅଳ ଶଯ୍ୟାତ୍ୟାଗ କଲେ ଆପଣ ସୁସ୍ଥ, ଧନବାନ୍ ଏବଂ ବୁଦ୍ଧିମାନ୍ ହୋଇପାରିବେ । ନିଜେ ଏହି ନିୟମ ପାଳନ କରିବା ସହ ନିଜ ସନ୍ତାନ ସନ୍ତତିଙ୍କୁ ମଧ୍ୟ ଏହି ଧାରାରେ ପକାନ୍ତୁ ।

– ସୁସ୍ଥ ଶରୀର ପାଇଁ ସକାଳର ପହିଲି ସୂର୍ଯ୍ୟ କିରଣ ଏବଂ ସୂର୍ଯ୍ୟାସ୍ତ ପରେ ଶୁଦ୍ଧ ଅମ୍ଳଜାନଯୁକ୍ତ ବାୟୁ ଅପରିହାର୍ଯ୍ୟ ।

– ସୂର୍ଯ୍ୟକିରଣରୁ ଭିଟାମିନ୍ ଡି ମିଳିଥାଏ । ଶିଶୁଙ୍କ ଦାନ୍ତ ଓ ହାଡ ଶକ୍ତ ହେବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗାଁ ଗହଳରେ ଆପଣ ଦେଖିଥିବେ ସକାଳର କଅଁଳ ଖରାରେ ଛୋଟ ଶିଶୁଙ୍କୁ ତେଲ ମାଲିସ କରାଯାଇଥାଏ । ଫଳରେ ତାର ସର୍ବାଙ୍ଗ ଶକ୍ତ ହୋଇଥାଏ । ଆପଣ ବି ନିଜ ଶିଶୁ କ୍ଷେତ୍ରରେ ଏହି ପ୍ରଣାଳୀ ଉପଯୋଗ କରନ୍ତୁ ।

– ନିତିଦିନିଆ ଜୀବନଚର୍ଯ୍ୟା ପାଇଁ ଏକ ରୁଟିନ୍ ପ୍ରସ୍ତୁତ କରନ୍ତୁ । ତଦନୁଯାୟୀ ନିଜର ଦୈନିକ କର୍ମ ନିର୍ବାହ କରନ୍ତୁ ।

– ଶିଖ୍ ମାନଙ୍କଠାରୁ ଗୋଟିଏ କଥା ଶିଖିବାକୁ ମିଳେ ଯେତେ ଅସୁବିଧା ହେଲେ ବି ସେମାନେ ନୀତି ନିୟମ ପାଳନରେ ଅବହେଳା କରନ୍ତି ନାହିଁ । ତେଣୁ କୁହାଯାଇଛି ଶିଖ୍ ଠୁ ଶିଖ । ଆପଣ ମଧ୍ୟ ନିଜର ଦୈନନ୍ଦିନ ଜୀବନଚର୍ଯ୍ୟାକୁ ଶୃଙ୍ଖଳିତ କରନ୍ତୁ ।

– ସକାଳୁ ଶଯ୍ୟାତ୍ୟାଗ କଲା ପରେ ନିଜର ଇଷ୍ଟ ଦେବଙ୍କୁ ସ୍ମରଣ କରି ମନେମନେ ପ୍ରାର୍ଥନା କରନ୍ତୁ ଶୁଭେ ଯାଉ ଆଜ ଦିନ । ଦେଖିବେ ସାରା ଦିନ ଭଲରେ କଟିବ ।

– ସୂର୍ଯ୍ୟଦେବଙ୍କୁ ପ୍ରଣାମ କରନ୍ତୁ ଏବଂ ନିଜର ଅଭିଷ୍ଟ ସାଧନ ପାଇଁ ପ୍ରାର୍ଥନା କରନ୍ତୁ । ଦେଖିବେ ଆପଣଙ୍କର ମନୋବାଂଛା ନିଶ୍ଚେ ପୂରଣ ହେବ ।

– ଶୋଇକି ଉଠିବାର ଠିକ୍ ଦୁଇ ଘଣ୍ଟା ପରେ ସକାଳ ଜଳଖିଆ ଖାଆନ୍ତୁ । କଥାରେ ଅଛି ସକାଳର ଭୋଜନ ରାଜାଙ୍କ ଭଳି, ମଧ୍ୟାହ୍ନଭୋଜନ ସାଧାରଣ ଲୋକଙ୍କ ପରି ଏବଂ ରାତ୍ରି ଭୋଜନ ଭିକାରୀ ଭଳି କରିବା ଉଚିତ । ଆପଣ ବି ଏହି ନିୟମ ପାଳନ୍ତୁ । ଦେଖିବେ ସ୍ୱାସ୍ଥ୍ୟଗତ ସମସ୍ୟା ଆପଣଙ୍କ ପାଖ ମାଡିବ ନାହିଁ  ।

– ସକାଳ ଜଳଖିଆରେ ଆଉଟା କ୍ଷୀର, ଫଳମୂଳ, ସବୁଜ ପନିପରିବା ଯୁକ୍ତ ସାଲାଡ, ମାଣ୍ଡିଆ ଜାଉ, ଛତୁଆ ଆଦି ସାମିଲ କରିପାରିବେ ।

– ରାତ୍ରିରେ ତମ୍ବା ପାତ୍ରରେ ପାଣି ଘୋଡାଇ ରଖନ୍ତୁ ଏବଂ ସକାଳୁ ଉଠିଲା ମା ତ୍ରେ ସେହି ପାଣିକୁ ଆକଣ୍ଠ ପାନ କରନ୍ତୁ । ଦେଖିବେ କୋଷ୍ଠକାଠିନ୍ୟ, ବଦହଜମି, ଏସିଡିଟି, ପେଟ ପୋଡା ଜଳା, ମୂତ୍ର ସଂକ୍ରମଣ, ଚର୍ମ ରୋଗ ଆଦି ସମସ୍ୟା ଅଚିରେ ଦୂରେଇ ଯିବ ।

– ସକାଳ ଜଳଖିଆ ଖାଇସାରିଲା ପରେ ଆପଣ ପଇଡ ପାଣି ପିଇପାରିବେ । ଖାଲିପେଟରେ ପଇଡ ପିଅନ୍ତୁ ନାହିଁ । ଏହି ଅଭ୍ୟାସ ଆପଣଙ୍କ ଚେହେରାକୁ ସତେଜତା ପ୍ରଦାନ କରିବା ସହ ମୂତ୍ର ସଂକ୍ରମଣ ଓ ପେଟ ରୋଗରୁ ଆପଣଙ୍କୁ ଦୂରରେ ରଖିବ ।

– ପ୍ରତି ତିନି ଘଣ୍ଟାରେ ଅଳ୍ପ ଅଳ୍ପ ଖାଆନ୍ତୁ । ମିଡ୍ ଲଞ୍ଚରେ ଆପଣ ଫଳ ଖାଇପାରିବେ । ଲଞ୍ଚ ଖାଇବାର ୧୫ ମିନିଟ୍ ପୂର୍ବରୁ ସବୁଜ ପନିପରିବା ଯୁକ୍ତ ସାଲାଡ୍ ଖାଆନ୍ତୁ । ଲଞ୍ଚରେ ଆପଣ ଡାଲି, ଭାତ, ସବୁଜ ପନିପରିବା ଯୁକ୍ତ ତରକାରି, ଦହି ଖାଇବେ ।

– ଖାଇସାରିବା ପରେ ୫ ମିନିଟ୍ ବଜ୍ରାସନ କରନ୍ତୁ । ଏହା ଖାଦ୍ୟ ହଜମ କ୍ରିୟା ପାଇଁ ଉପାଦେୟ  ।

– ଦିନ ବେଳା ଶୁଅନ୍ତୁ ନାହିଁ । ତେଣୁ କୁହାଯାଇଛି ଦିବା ଶୟନଂ ମା କୁରୁ ।

– ସକାଳେ ଓ ସଂନ୍ଧ୍ୟାରେ ଅଧ ଘଣ୍ଟା ଲେଖାଏଁ ଆପଣ ଯୋଗ, ପ୍ରାଣାୟାମ କିମ୍ବା ବ୍ୟାୟାମ କରିପାରିବେ । ବେସରକାରୀ କର୍ମ କ୍ଷେତ୍ରରେ ନିୟୋଜିତ ବ୍ୟକ୍ତିଙ୍କୁ ସାଧାରଣତଃ ସମୟର ଅଭାବ ହୋଇଥାଏ । ତେଣୁ ଆପଣ ଗୋଟିଏ ବେଳା ସମୟ ବାହାର କରି ବ୍ୟାୟାମ କରିପାରିବେ ।

– ନିଜ ଶରୀର ସାମର୍ଥ୍ୟରୁ ଅଧିକ ବ୍ୟାୟାମ କରନ୍ତୁ ନାହିଁ । ଏହା ଶରୀର ଉପରେ କୁପ୍ରଭାବ ପକାଇବ । ସପ୍ତାହରେ ଗୋଟିଏ ଦିନ ବ୍ୟାୟାମ ନକରି ବିଶ୍ରାମ ନିଅନ୍ତୁ । ସଠିକ୍ ଢଙ୍ଗରେ ବ୍ୟାୟାମ କରିବା ସକାଶେ ଜଣେ ଭଲ ଟ୍ରେନରଙ୍କର ସହାୟତା ନିଅନ୍ତୁ । ବ୍ୟବସ୍ଥିତ ଢଙ୍ଗରେ ବ୍ୟାୟାମ ନକଲେ ଏହା ଶରୀର ପାଇଁ ହାନିକାରକ ।

– ସ୍ୱାମୀ ବିବେକାନନ୍ଦ କହିଛନ୍ତି ଗୀତା ପଢ କି ନ ପଢ କିନ୍ତୁ ପ୍ରତିଦିନ ସକାଳୁ ଫୁଟବଲ୍ ଖେଳ । ଫୁଟବଲ୍, ସାଇକେଲିଂ, ସୁଇମିଂ ଏବଂ ରନିଂ ଦେହର ମାଂଶପେଶୀକୁ ସୁଦୃଢ କରିବା ସହ ଚିର ଯୌବନ ବଜାୟ ରଖିବାରେ ସହାୟକ ହୋଇଥାଏ ।

– ବ୍ୟାୟାମ କରିସାରିବାର ଅଧଘଣ୍ଟା ପର୍ଯ୍ୟନ୍ତ ଦେହରେ ଥଣ୍ଡା ପବନ ବାଜିବାକୁ ଦିଅନ୍ତୁ ନାହିଁ । ବ୍ୟାୟାମ ଉତ୍ତାରୁ ଦେହକୁ ଗରମ ପୋଷାକରେ ଢାଙ୍କି ରଖନ୍ତୁ । ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ କିମ୍ବା ସ୍ନାନ ମଧ୍ୟ କରନ୍ତୁ ନାହିଁ ।

– ଉତ୍ତମ ରୂପେ ସ୍ନାନ କରନ୍ତୁ । ପରିଷ୍କାର ପରିଚ୍ଛନ୍ନ ପୋଷାକ ପିନ୍ଧନ୍ତୁ । ଭଲ ଭାବେ ଦାନ୍ତ ଘଷନ୍ତୁ ଏବଂ ଜିଭ ସଫା କରନ୍ତୁ । ନଚେତ୍ ହଜମ ଜନିତ ସମସ୍ୟା ସୃଷ୍ଟି ହେବ । ଦେହରେ ସାବୁନ ଲଗାଇବା ସହ ତେଲ ମଧ୍ୟ ସର୍ବାଙ୍ଗରେ ମାଲିସ କରନ୍ତୁ ।

– ରାତ୍ରି ଭୋଜନରେ ରୁଟି, ତରକାରି କିମ୍ବା ଡାଲମା ଖାଇପାରିବେ । ରାତ୍ରିରେ ପାଣି କମ୍ ପିଇବେ । ଦିନରେ ଅତି କମ୍ ରେ ୪ ଲିଟର ପାଣି ପିଅନ୍ତୁ । ଖାଇବା ମଝିରେ ପାଣି ପିଅନ୍ତୁ ନାହିଁ । ଭୋଜନର ୪୫ ମିନିଟ୍ ରୁ ଘଂଟେ ପରେ ପାଣି ପିଅନ୍ତୁ ।

– ନିଜକୁ ସକରାତ୍ମକ କାର୍ଯ୍ୟରେ ନିୟୋଜିତ ରଖନ୍ତୁ । ବିଭିନ୍ନ ଉପଯୋଗୀ ପୁସ୍ତକ ପଠନରେ ମନୋନିବେଶ କରନ୍ତୁ । ପ୍ରତି ୬ ମାସରେ ଥରେ ରକ୍ତ ଦାନ କରନ୍ତୁ ।

– ଦୁଃସ୍ଥ ଲୋକଙ୍କୁ ସାହାଯ୍ୟ କରନ୍ତୁ । ଦେଖିବେ ସେମାନଙ୍କର ଦୁଆ ଆପଣଙ୍କର ଚଲାପଥକୁ କୁସୁମିତ କରିବ ।

– ଗରମ ପାଣିରେ ଗାଧନ୍ତୁ ନାହିଁ । ଥଣ୍ଡା ପାଣିରେ ସ୍ନାନ ଆପଣଙ୍କୁ ଚିର ଯୌବନ ପ୍ରଦାନ କରିବ ।

– ମୁହଁରୁ ମୃତକୋଷକୁ ନିୟମିତ ବାହାର କରନ୍ତୁ । ବାହାର ଖାଦ୍ୟ ପରିହାର କରନ୍ତୁ ।

– ନକରାତ୍ମକ ଚିନ୍ତା ମନକୁ ଆଣନ୍ତୁ ନାହିଁ । କୁସଙ୍ଗରୁ ଦୂରେଇ ରହନ୍ତୁ ।

– ସୁସ୍ଥ ଶରୀର ପାଇଁ ଗଜକରଣୀର ଆବଶ୍ୟକତାକୁ ମଧ୍ୟ କେହି ଅସ୍ୱୀକାର କରିପାରିବେ ନାହିଁ । ପ୍ରତି ମାସରେ କଂସାଏ ପାଣିରେ ୧୦ ଗ୍ରାମ ଲୁଣ ମିଶାଇ ଖାଲିପେଟରେ ଆକଣ୍ଠ ପିଅନ୍ତୁ । ତ ।ପରେ ଆଙ୍ଗୁଠି ପୂରାଇ ବାନ୍ତି କରନ୍ତୁ । ଦେଖିବେ ଆପଣଙ୍କର କଫ, ପିତ୍ତ ସବୁ ବାହାରିଯିବ । ସେଦିନ ଜଳଖିଆରେ କୌଣସି ଗରିଷ୍ଠ ଖାଦ୍ୟ ନଖାଇ ପତଳା ଖିଚିଡି ଖାଆନ୍ତୁ ।

– ଦୈନନ୍ଦିନ ସାୟଂକାଳରେ ଶେଓ ରସ ପିଅନ୍ତୁ । ଦେଖିବେ ଆପଣ ଚିର ସବୁଜ ଦେଖାଯିବେ ।

– ପ୍ରତିଦିନ ଜଳଖିଆ, ମଧ୍ୟାହ୍ନଭୋଜନ, ସ୍ନାକ୍ସ ଏବଂ ରାତ୍ରିଭୋଜନ ଗୋଟିଏ ସମୟରେ କରନ୍ତୁ ।

Previous ହସର କିଛି ରୋଚକ ତଥ୍ୟ
Next ଇନାବାୱି ଚାଷୀଙ୍କ ସଫଳତାର ମନ୍ତ୍ର: ଜୈବିକ କୃଷିକୁ ହାୟ୍, ରାସାୟନିକ ସାରକୁ ବାୟ୍ ବାୟ୍

No Comment

Leave a reply

Your email address will not be published. Required fields are marked *