ନିୟମିତ ସାଇକେଲ ଚଲାନ୍ତୁ, ଫିଟ ରହନ୍ତୁ

riding bicycle and stay fit

ସକାଳୁ ରାତି ପର୍ଯ୍ୟନ୍ତ ଡିଉଟି । ଅଫିସ ଛୁଟି ପରେ ଘରର ଯାବତୀୟ କାମ କରୁକରୁ ରାତି ୧୦ଟା । ରାତ୍ର ଭୋଜନ ପରେ ସିଧା ବେଡକୁ । ସହରରେ ଚାକିରି କରୁଥିବା କର୍ମଜୀବୀଙ୍କ ଜୀବନ ଏମିତି ଚିରାଚରିତ ଢଙ୍ଗରେ ଗଡି ଚାଲେ । ଅନିୟମିତ ଓ ଅସମୟରେ ଖାଦ୍ୟ ଗ୍ରହଣ, କର୍ମସ୍ଥଳୀରେ କାର୍ଯ୍ୟ ଚାପ, ବ୍ୟସ୍ତବହୁଳ କାର୍ଯ୍ୟସୂଚୀ, ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଜାଗର, ସ୍ମାର୍ଟ ଫୋନ୍ ଓ ପ୍ରେମ ପ୍ରଣୟ ପ୍ରତି ଅତ୍ୟଧିକ ଆସକ୍ତି ଏବେକାର ଯୁବପିଢଙ୍କୁ ଏକ ତମସାଚ୍ଛନ୍ନ ଭବିଷ୍ୟତର ବଳୟ ଭିତରକୁ ଧୀରେଧୀରେ ଟାଣି ନେଉଛି । ଶାରୀରିକ ବ୍ୟାୟାମର ଘୋର ଅଭାବ, ବାହାରର ତେଲ ମସଲାଯୁକ୍ତ ଅପରିଷ୍କାର ଖାଦ୍ୟ, ମଇଳା ପାଣି ଏବଂ ନିଶା ଦ୍ରବ୍ୟର ବ୍ୟବହାର ଯୋଗୁଁ ଅତି ଅଳ୍ପ ବୟସରୁ ଘାତକ ରୋଗର ଶିକାର ହେଉଛନ୍ତି କିଶୋର, କିଶୋରୀ । ଘରୋଇ ସୁଷମ ଖାଦ୍ୟ, ଫୁଟା ପାଣି, ନିତିଦିନିଆ ଖାଦ୍ୟଥାଳିରେ ଫଳ ଓ ପନିପରିବାର ବ୍ୟବହାର ସାଙ୍ଗକୁ ଶାରୀରିକ ବ୍ୟାୟାମ ଆମକୁ ଏକ ସୁଖୀ ଜୀବନ ଦେଇପାରିବ । ବିଭିନ୍ନ କାର୍ଯ୍ୟବ୍ୟସ୍ତତା ହେତୁ ଯଦି ଆପଣଙ୍କର ସମୟ ହେଉନଥାଏ ତେବେ ଅଫିସକୁ ପ୍ରତିଦିନ ସାଇକେଲରେ ଯାଆନ୍ତୁ । ନିଜେ ଫିଟ୍ ରହିବା ସଙ୍ଗେସଙ୍ଗେ ବାୟୁ ପ୍ରଦୂଷଣରୁ ମଧ୍ୟ ବଞ୍ଚନ୍ତୁ । ସାଇକେଲ ଚାଳନା ଦ୍ୱାରା କିପରି ବିଭିନ୍ନ ଘାତକ ରୋଗ ଆମ ପାଖ ମାଡ଼ିବ ନାହିଁ ଚାଲନ୍ତୁ ସେ ସମ୍ପର୍କରେ ଜାଣିବା।

– ନିୟମିତ ସାଇକେଲ ଚାଳନା ଯୋଗୁଁ ରକ୍ତ ବିଶୋଧନ ହେବା ସହ ହୃଦୟ ସୁରକ୍ଷିତ ରହିବ ।

– ମାଂସପେଶୀ ମଜବୁତ ହେବ ।

– ଆଣ୍ଠୁ ଗଣ୍ଠିଜନିତ ଯନ୍ତ୍ରଣା ଆପଣଙ୍କ ପାଖ ମାଡିବ ନାହିଁ ।

– ଦୈନନ୍ଦିନ ଅତିକମ୍ ରେ ୫ କିମି ସାଇକେଲ ଚାଳନା କଲେ ଆପଣ ମାନସିକ ଅବସାଦଗ୍ରସ୍ତ ହେବେ ନାହିଁ ।

– ହାଡ ଶକ୍ତ ରହିବା ସହ ଦେହରେ ଜମିଥିବା ଚର୍ବିର୍ କମାଇବାରେ ମଧ୍ୟ ଏହା ସାହଯ୍ୟ କରିବ ।

– ନିୟମିତ ସାଇକେଲ ଚଳାଇଲେ ବ୍ରେଷ୍ଟ ଓ କୋଲନ୍ କ୍ୟାନସରର ଆଶଙ୍କା ହ୍ରାସ ପାଇଥାଏ ।

– ଗବେଷକଙ୍କ ମତାନୁଯାୟୀ ଦୈନିକ ୩୦ ମିନିଟ୍ ରୁ ଅଧିକ ସାଇକେଲ ଚଳାଉଥିବା ବ୍ୟକ୍ତି ମଧୁମେହ ରୋଗରେ ଆକ୍ରାନ୍ତ ହେବା ସମ୍ଭାବନା ଅତ୍ୟନ୍ତ କମ୍ । ଦୈନନ୍ଦିନ ସାଇକେଲ ଚାଳନା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।

Previous ଶ୍ରୀଦେବୀଙ୍କ ବାୟୋପିକରେ ଜଲୱା ଦେଖାଇବେ ବିଦ୍ୟା
Next ଭୁବନେଶ୍ୱର ଗାର୍ଲ ଶୃତିକ୍ଷାଙ୍କୁ ଫେମିନା ମିସ୍ ଇଣ୍ଡିଆ ମୁକୁଟ

No Comment

Leave a reply

Your email address will not be published. Required fields are marked *