ଜୀବାଣୁ ସଂକ୍ରମଣରୁ ବଞ୍ଚନ୍ତୁ, ରହିବେ ଏଭରଗ୍ରିନ

protect yourself from virus infection and stay evergreen

– ଅପରିଷ୍କାର ପାଇଖାନା ଅନେକ ରୋଗର କାରଣ ହୋଇଥାଏ । ତେଣୁ ପ୍ରତିଦିନ ଉନ୍ନତମାନର ଫିନାଇଲ ପକାଇ ପାଇଖାନା ଘରକୁ ସଫା କରନ୍ତୁ । ଶୌଚ ହେବା ପାଇଁ ବ୍ୟବହାର କରୁଥିବା ବାଲଟି, ମଗ୍ କୁ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରନ୍ତୁ ନାହିଁ । ଗାଧୁଆ ଘରେ ତଳେ ପକାଇ ଲୁଗା ସଫା କରନ୍ତୁ ନାହିଁ । ଲୁଗାରୁ ସର୍ଫ ଫେଣ ଛାଡିବା ପର୍ଯ୍ୟନ୍ତ ଉତ୍ତମରୂପେ ସଫା କରନ୍ତୁ ।

– ଉତ୍ତମରୂପେ ଦାନ୍ତ ଓ ଜିଭ ସଫା କରନ୍ତୁ । ଭଲ କ୍ୱାଲିଟିର ଟୁଥ୍ ପେଷ୍ଟ ଘଷନ୍ତୁ । କାରଣ ଦାନ୍ତ ଓ ଜିଭରେ ମଇଳା ରହିଲେ ତାହା ଖାଉଥିବା ଖାଦ୍ୟ ସହ ମିଶି ପେଟ ଭିତରକୁ ଯାଇଥାଏ । ଫଲରେ ଆମେ ଅନେକ ରୋଗର ଶିକାର ହୋଇଥାନ୍ତି । ତେଣୁ ତରତରରେ ଦାନ୍ତ ଏବଂ ଜିଭ ସଫା କାର୍ଯ୍ୟ ଶେଷ ନକରି ଭଲ ଭାବେ ଏହି କାର୍ଯ୍ୟ କରନ୍ତୁ । କାରଣ ଖାଦ୍ୟ ହିଁ ଆପଣଙ୍କ ଶାରୀରିକ ଓ ମାନସିକ ବିକାଶରେ ସହାୟକ ହୋଇଥାଏ । ଉତ୍ତମରୂପେ ସ୍ନାନ କରନ୍ତୁ ।

– ଖାଇବା ଥାଳି ଓ ପାଣି ବୋତଲକୁ ଭଲ ଭାବେ ସଫା କରନ୍ତୁ । ସଦ୍ୟ ପ୍ରସ୍ତୁତ ଖାଦ୍ୟ ଏବଂ ଆକ୍ୱାଗାର୍ଡ କିମ୍ବା ଅଧିକ ସମୟ ଫୁଟା ଯାଇଥିବା ପାଣିକୁ ଥଣ୍ଡା କରି ଛାଣି ପିଇପାରିବେ । କାଚ କିମ୍ବା ଷ୍ଟିଲ ବୋତଲରେ ପାଣି ପିଅନ୍ତୁ । ଖାଇବାରେ କୌଣସି ପ୍ଲାଷ୍ଟିକ, ଫାଇବର କିମ୍ବା କାଗଜ ପାତ୍ର ବ୍ୟବହାର କରନ୍ତୁ ନାହିଁ । ଯାହାକି ଅନେକ ରୋଗକୁ ଆମନ୍ତ୍ରଣ କରିପାରେ । ଖାଇବା ଜିନିଷକୁ ଘୋଡାଇ ରଖନ୍ତୁ । ଫ୍ରିଜରେ ରଖାଯାଇଥିବା ଖାଦ୍ୟ ଖାଆନ୍ତୁ ନାହିଁ ।

– ପନିପରିବାକୁ ହଳଦୀ ପାଣିରେ ଅଧ ଘଣ୍ଟା ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ । ଫଳରେ ଏହା ଜୀବାଣୁ ମୁକ୍ତ ହୋଇଯିବ । ଇସ୍ତ୍ରୀଦିଆ ସଫା ପୋଷାକ ପରିଧାନ କରନ୍ତୁ । ବାହାର ଖାଦ୍ୟ ଖାଆନ୍ତୁ ନାହିଁ ।

– ଖାଇବା ପୂର୍ବରୁ ସାବୁନ୍ ରେ ହାତ ଧୁଅନ୍ତୁ ।

– ନିୟମିତ କାନ ଗଇ ବାହାର କରନ୍ତୁ । ଆଖିକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଚଷମା ପିନ୍ଧନ୍ତୁ ।

– ଦୈନନ୍ଦିନ ସକାଳେ ସନ୍ଧ୍ୟାରେ ବ୍ୟାୟାମ କରନ୍ତୁ । ମାନସିକ ଅବସାଦକୁ ପାଖ ମାଡିବାକୁ ଦିଅନ୍ତୁ ନାହିଁ । ସକରାତ୍ମକ କାର୍ଯ୍ୟରେ ମନୋନିବେଶ କରନ୍ତୁ ।

– ଶୋଇବା ଶେଯ, କମ୍ବଳକୁ ନିୟମିତ ବ୍ୟବଧାନରେ ସଫା କରନ୍ତୁ । ଶୋଇବା ଘରକୁ ସବୁବେଳେ ସଫା ରଖନ୍ତୁ ।

– ଘରେ ଅଳିଆ ଜମା କରନ୍ତୁ ନାହିଁ । ପ୍ରତିଦିନ ଅଳିଆ ଡବାକୁ ବାହାରକୁ ନେଇ ନିର୍ଦ୍ଦିଷ୍ଟ ସ୍ଥାନରେ ପକାନ୍ତୁ ।

Previous ଭାରତ-ଅଷ୍ଟ୍ରେଲିଆ ମହିଳା ଟି-୨୦ :ବିଜୟ ପଥେ ଅଷ୍ଟ୍ରେଲିଆ
Next ସମସ୍ତ ଟେଷ୍ଟ ଦେଶ ବିରୋଧରେ ୪୦ରୁ ଅଧିକ ହାରରେ ରନ୍ ସଂଗ୍ରହ କରିଥିବା ଏକମାତ୍ର ଭାରତୀୟ ଖେଳାଳି

No Comment

Leave a reply

Your email address will not be published. Required fields are marked *