ଖାଆନ୍ତୁ କୀଟନାଶକମୁକ୍ତ ପରିବା, ଆପଣାନ୍ତୁ ଏହି ସରଳ ଉପାୟ

Make Vegetables Pesticide Free

ଆପଣ ବଜାରରୁ କିଣୁଥିବା ପରିବା କୀଟନାଶକମୁକ୍ତ ବୋଲି ଆପଣ ଭାବୁଛନ୍ତି କି? ବିଲକୁଲ୍ ନୁହେଁ । ଆଜିକାଲି ପ୍ରାୟ ସମସ୍ତ ଚାଷୀ ପରିବା ଫସଲକୁ ରୋଗ ଓ ପୋକରୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାର କୀଟନାଶକ ଅତିମାତ୍ରାରେ ବ୍ୟବହାର କରୁଛନ୍ତି, ଯାହାକି ଶେଷରେ ଆପଣଙ୍କ ପେଟକୁ ଯାଉଛି । ଆପଣ ଭାବୁଥିବେ, ପରିବା ବଜାରରୁ ଆଣିବା ପରେ ତାହାକୁ ପାଣିରେ ଭଲଭାବେ ଧୋଇ ରୋଷେଇ କରାଯାଉଛି । ତେଣୁ ବିଷାକ୍ତ କୀଟନାଶକ ପେଟକୁ ଯିବାର ପ୍ରଶ୍ନ ଉଠୁନି । କିନ୍ତୁ ଜାଣିଛନ୍ତି କି, ଗବେଷଣାରୁ ଜଣାପଡ଼ିଛି ଯେ ସାଧାରଣ ଟ୍ୟାପ୍ ପାଣିରେ ପରିବା ଧୋଇଲେ ସେଥିରୁ ମାତ୍ର 17% ରୁ 39% ବିଷାକ୍ତ ରାସାୟନିକ ପଦାର୍ଥ ସଫା ହୋଇଥାଏ । ହାଇଦ୍ରାବାଦସ୍ଥିତ ପ୍ରଫେସର୍ ଜୟଶଙ୍କର ତେଲେଙ୍ଗାନା ଷ୍ଟେଟ୍ ଏଗ୍ରିକଲଚର୍ ୟୁନିଭରସିଟିର ଜଣେ ଛାତ୍ର ସୁଧାକରର ଏସ୍ କେଲାଗିରିଙ୍କ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ ରହିଛି ।

ତେବେ ପରିବାକୁ ଏକ ବିଜ୍ଞାନ ସମ୍ମତ ସରଳ ପ୍ରକ୍ରିୟାରେ ଧୋଇଲେ ସେଥିରୁ ଅଧିକାଂଶ କୀଟନାଶକ ଭାଗ ସଫା ହୋଇଯିବ ବୋଲି ସେ ଦାବି କରିଛନ୍ତି । 4 ଲିଟର ପାଣିରେ 160 ମି.ଲି. ଭିନେଗାର୍ କିମ୍ବା ଏସିଟିକ୍ ଏସିଡ୍ ଓ 4 ଗ୍ରାମ ବେକିଂ ସୋଡ଼ା ମିଶାଇ ସେଥିରେ 4ଟି ଲେମ୍ବୁ ଚିପୁଡ଼ି ଦିଅନ୍ତୁ । ଏହାପରେ ସେଥିରେ ପରିବାକୁ ଭଲଭାବେ ଧୁଅନ୍ତୁ । ଏହି ମିଶ୍ରଣରେ ପରିବା ଧୋଇ ସାରିବା ପରେ ସାଧାରଣ ପାଣିରେ ପୁଣିଥରେ ପରିବାକୁ ଧୋଇଦିଅନ୍ତୁ । ଏହାଫଳରେ ପରିବାରେ ଥିବା 55% ରୁ 76% କୀଟନାଶକ ସଫା ହୋଇଯାଏ ।

ଏହି ମିଶ୍ରଣକୁ ପରିବାଚାଷରେ ବହୁଳ ମାତ୍ରାରେ ବ୍ୟବହାର କରାଯାଉଥିବା ଡାଇମିଥୋଏଟ୍, ଲାମ୍ବଡ଼ା-ସାଇହାଲୋଥ୍ରୀନ୍, ଫ୍ଲୁବେଣ୍ଡିଆମାଇଡ୍ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ମଧ୍ୟମ ଧରଣର ଘାତକ ବୋଲି ମାନ୍ୟତା ଦିଆଯାଇଥିବା ପ୍ରୋଫେନୋଫୋସ୍ ଭଳି 5ଟି କୀଟନାଶକ ଉପରେ ପ୍ରୟୋଗ କରାଯାଇଥିଲା । ଗବେଷଣାରୁ ଏହି ମିଶ୍ରଣ 5ଟି ଯାକ କ୍ଷତିକାରକ କୀଟନାଶକକୁ ପରିବାରୁ ଧୋଇବାରେ ଉପଯୋଗୀ ସାବ୍ୟସ୍ତ ହୋଇଥିଲା ।

Previous ସାବଧାନ! ଆପଣବି ହୋଇପାରନ୍ତି ସାଇବର ଅପରାଧୀଙ୍କ ଶିକାର
Next ଆମ ଜାତୀୟ ପତାକାର ଜନ୍ମଜାତକ

No Comment

Leave a reply

Your email address will not be published. Required fields are marked *