ସୁୁରକ୍ଷିତ ଲିଭରର ମହୈାଷଧି

foods to cleanse your liver

ଜୀବାଣୁ ସଂକ୍ରମଣଜନିତ ପ୍ରତିକୂଳ ପ୍ରଭାବରୁ ମୁକ୍ତି ପାଇବା ପାଇଁ ଏକ ସୁସ୍ଥ ଲିଭରର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ରହିଛି । ଶରୀରକୁ ବିଶୋଧନ କରିବା କାର୍ଯ୍ୟରେ ଏହା ଅହରହ ଲାଗିରହିଥାଏ । ମାନସିକ ଅବସାଦ ଓ ମାତ୍ରାଧିକ ନିଶା ସେବନ କାରଣରୁ ଲିଭର ଉପରେ ଅହେତୁକ ଚାପ ପଡିଥାଏ । ଆଖି, ହାର୍ଟ, କିଡନି, ବ୍ରେନ୍ ଏବଂ ଜଏଣ୍ଟର କାର୍ଯ୍ୟକ୍ଷମତା ସୁସ୍ଥ ଲିଭର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଚାଲନ୍ତୁ ଲିଭରକୁ ସୁରକ୍ଷିତ ରଖିବା ପାଇଁ ନିମ୍ନଲିଖିତ ଖାଦ୍ୟକୁ ନିତିଦିନିଆ ଖାଦ୍ୟଥାଳିରେ ସାମିଲ କରିବା ।

୧. ରସୁଣ- ଲିଭର ଏନଜାଇମ୍ ଗୁଡିକୁ ସକ୍ରିୟ କରିବାରେ ସହାୟକ ହୋଇଥାଏ ରସୁଣ । ପିଆଜରେ ନିହିତ ଥିବା ଆଲିସିନ୍ ଏବଂ ସେଲେନିୟମ୍ ପୋଷକତତ୍ତ୍ୱ ଲିଭରକୁ ଜୀବାଣୁ ସଂକ୍ରମଣରୁ ରକ୍ଷା କରେ ।

୨. ଅଙ୍ଗୁର- ଅଙ୍ଗୁରରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଏବଂ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ । ଏହା ମଧ୍ୟ ଲିଭର ଏନ୍ ଜାଇମ୍ ପ୍ରସ୍ତୁତିରେ ସାହାଯ୍ୟ କରେ । ଏଥିରେ ଥିବା ଫ୍ଲା ବୋନୋଏଡ୍ ପୋଷକତତ୍ତ୍ୱ ଚର୍ବି କମାଇବାରେ ସହାୟକ ହୋଇଥାଏ ।

୩. ଗ୍ରୀନ ଟି ଲିଭରକୁ ସୁସ୍ଥ ରଖିବା ସହ ଫ୍ୟାଟ ଜମିବାକୁ ଦିଏ ନାହିଁ । ବିଭିନ୍ନ ପ୍ରକାରର ଶାଗ ନିତିଦିନିଆ ଖାଦ୍ୟ ତାଲିକାରେ ସାମିଲ କଲେ ଦେହରୁ ଉତ୍ତମରୂପେ ମଇଳା ନିଷ୍କାସନ ହୋଇଥାଏ ।

୪. ନାସପାତି- ଲିଭରକୁ ସକ୍ରିୟ ରଖିବାରେ ସାହାଯ୍ୟ କରିଥାଏ । ଚିକିତ୍ସାବିଜ୍ଞାନୀଙ୍କ ମତାନୁଯାୟୀ ସପ୍ତାହରେ ଗୋଟିଏ କିମ୍ବା ଦୁଇଟି ନାସପାତି ଖାଇଲେ ନଷ୍ଟ ହେବାକୁ ଆସିଥିବା ଲିଭର ମଧ୍ୟ ଧୀରେଧୀରେ ପୂର୍ବାବସ୍ଥାକୁ ଫେରିଆସେ ।

୫. ଅଖ୍ ରୋଟ- ଅଖ୍ ରୋଟ ରେ ପ୍ରଚୁର ପରିମାଣରେ ଆମିନୋ ଏସିଡ୍ ଏବଂ ଓମେଗା-୩ ଫ୍ୟାଟି ଏସିଡ୍ ଖାଦ୍ୟସାର ନିହିତ ଅଛି । ପ୍ରତିଦିନ ଏହି ଡ୍ରାଏ ଫ୍ରୁଟ ଖାଇଲେ ଲିଭର ସକ୍ରିୟ ରହିବା ସହ ରକ୍ତ ସଞ୍ଚାଳନ ମଧ୍ୟ ଉତ୍ତମ ରୂପେ ହୋଇଥାଏ ।

୬. ହଳଦୀ- ଲିଭରର କାର୍ଯ୍ୟକାରିତା ବଢାଇବା ପାଇଁ ହଳଦୀ ଏକ ଅମୋଘ ଅସ୍ତ୍ର ଭାବେ ସାବ୍ୟସ୍ତ ହୋଇପାରିବ । ମୃତ ପ୍ରାୟ ଲିଭର କୋଷଗୁଡିକୁ ପୁନର୍ଜୀବନ ପ୍ରଦାନ କରିବା ସହ ଏହାକୁ ଜୀବାଣୁ ସଂକ୍ରମଣରୁ ରକ୍ଷା କରିଥାଏ ହଳଦୀ । ଆଣଣ୍ଠୁଗଣ୍ଠିଜନିତ ଯନ୍ତ୍ରଣା ମଧ୍ୟ ଅଚିରେ ଭଲ ହୋଇଥାଏ ଏହାକୁ ନିତିଦିନ ସେବନ କଲେ ।

Previous ହିରୋ ସାଜିଲେ ଡ଼ିକେ: ଭାରତ ନିଦାହାସ ଟ୍ରଫି ଚମ୍ପିଆନ୍
Next ପ୍ରଥମ ଥର ଇରାନୀ କପ ହାତେଇଲା ବିଦର୍ଭ

No Comment

Leave a reply

Your email address will not be published. Required fields are marked *