ଜାମୁକୋଳି ମଞ୍ଜିର ଉପକାରିତା . . .

many health and medicinal benefits of Jamun seed

ଜାମୁକୋଳି ସ୍ୱାସ୍ଥପାଇଁ ଯେତିକି ଉପକାରୀ ତାର ମଞ୍ଜି ମଧ୍ୟ ତାଠୁ ଅଧିକ ଲାଭଦାୟକ । ଅନେକ ଲୋକ ଜାମୁକୋଳି ଖାଇବା ପରେ ତା ମଞ୍ଜିକୁ ଫୋପାଡି ଦେଇଥାଆନ୍ତି ଯଦି ଆପଣ ବି ସେଭଳି କରୁଛନ୍ତି ତେବେ ତାର ଉପକାରିତା ବିଷୟରେ ଜାଣିବା ପରେ ଫୋପାଡ଼ିବେ ନାହିଁ ନିଶ୍ଚୟ । ଏଥିରେ ଭିଟାମିନ ‘ଏ’ ଓ ‘ସି’ ଭରପୂର ମାତ୍ରାରେ ରହିଥିବା ବେଳେ ଏହା ଶରୀରର ପାଚନ କ୍ରିୟାକୁ ଠିକ୍ ରଖିଥାଏ ଓ ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭ ଦାୟକ ମଧ୍ୟ । ତେବେ ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ବିଷୟରେ .

 ମଞ୍ଜିର ବ୍ୟବହାର
ଜାମୁକୋଳି ବର୍ଷର ଗୋଟିଏ ଋତୁରେ ହୋଇଥିଲେ ମଧ୍ୟ ଆପଣା ତାହାର ମଞ୍ଜିକୁ ବର୍ଷ ସାରା ସାଇତି ରଖିପାରିବେ । ପ୍ରଥମେ ଜାମୁକୋଳି ମଞ୍ଜିକୁ ଏକାଠି କରି ଧୋଇଦିଅନ୍ତୁ । ପରେ ତାହାକୁ ୁ ଖରାରେ ଶୁଖାଇବା ପାଇଁ ରଖିଦିଅନ୍ତୁ । ଭଲଭାବରେ ମଞ୍ଜିଗୁଡ଼ିକ ଶୁଖିବା ପରେ ତାକୁ ଗୁଣ୍ଡ କରିବା ପାଇଁ ଛୋଟ ଛୋଟ ଖଣ୍ଡ କରିଦିଅନ୍ତୁ । ସମ୍ପୁର୍ଣ୍ଣ ଗୁଣ୍ଡ ହେବା ପରେ ଜାମୁ ମଞ୍ଜିର ପାଉଡରକୁ କାଚ ପାତ୍ରରେ ଠିପି ଦେଇ ରଖିଦିଅନ୍ତୁ ।

ଡାଇବେଟିସ୍ ପାଇଁ ଅତ୍ୟନ୍ତ ଲାଭଦାୟକ – ଜାମୁକୋଳିର ମଞ୍ଜି ଡାଇବେଟିସ୍ ରୋଗୀଙ୍କ ପାଇଁ ଅଭ୍ୟର୍ଥ ଓøଷଧ ଅଟେ । ଡାଇବେଟିସ୍ ରୋଗୀମାନେ ପ୍ରତିଦିନ ସକାଳୁ ଖାଲି ପେଟରେ ଏହି ମଞ୍ଜିର ପାଉଡର ସେବନ କରିପାରିବେ । ଏହା ଦ୍ୱାରା ଶରୀରରେ ଶର୍କରାର ସ୍ତର କମ୍ ରହିବ ।
ଦାନ୍ତ ପାଇଁ ହିତକର – ଯଦି ଆପଣଙ୍କର ଦାନ୍ତ ଜନିତ ସମସ୍ୟା ଥାଏ ତେବେ ଜାମୁକୋଳି ମଞ୍ଜିର ପାଉଡରକୁ ବ୍ୟବହାର କରିପାରିବେ । ଏହା ଦ୍ୱାରା ପାଟି ଦୁର୍ଗଦ୍ଧ ଦୂର ହେବା ସହିତ ଅନେକ ପ୍ରକାରର ଦାନ୍ତ ସମସ୍ୟାରୁ ଆରାମ ମିଳିବ ।
ଶିଶୁ ମାନଙ୍କ ପାଇଁ – ସାଧାରଣ ଭାବରେ ଦେଖାଯାଏ ଛୋଟ ପିଲା ଶେଜରେ ପରିସ୍ରା କରିଥାଆନ୍ତି । ଏହି ଅଭ୍ୟାସ ଦୂର କରିବା ପାଇଁ ନିଜ ପିଲାକୁ ଦିନକୁ ଦୁଇଥର ଅଧାଚାମଚ ଜାମୁ ମଞ୍ଜି ପାଉଡର ଖାଇବା ପାଇଁ ଦିଅନ୍ତୁ, ଦେଖିବେ ଛୋଟ ପିଲାଙ୍କ ଏହି ଖରାପ ଅଭ୍ୟାସ ସାଙ୍ଗେ ସାଙ୍ଗେ ଦୁରେଇ ଯିବ ।
 ଋତୁସ୍ରାବରେ ଲାଭକାରୀ – ଅଧିକାଂଶ ମହିଳାଙ୍କର ଋତୁସ୍ରାବ ସମୟରେ ସମସ୍ୟା ଦେଖା ଦେଇଥାଏ । ଏହି ସମସ୍ୟା ପାଇଁ ଜାମୁକୋଳି ମଞ୍ଜିର ପାଉଡର ବହୁତ ଉପକାରୀ ଅଟେ । ଏଥିପାଇଁ ଆପଣ ଏକ ଚାମଚ ପାଉଡରର ସେବନ କରିପାରିବେ ।
ଧଳା ଦାଗ ଦୁର କରେ – ଯୋଉଁମାନଙ୍କ ଶରୀରରେ ଧଳାଦାଗ ରହିଛି ସେମାନଙ୍କ ପାଇଁ ଜାମୁକୋଳି ଲାଭଦାୟକ ଅଟେ । ଏହି ସମସ୍ୟାକୁ ଦୁର କରିବା ପାଇଁ ଜାମୁକୋଳିର ଲେପ ତିଆରି କରନ୍ତୁ ଓ ଦାଗ ହୋଇଥିବା ସ୍ଥାନରେ ଲଗାନ୍ତୁ ଦେଖିବେ ଧଳା ଦାଗ ଦୂର ହେବ ।

Previous ଭଂସାଲୀଙ୍କ ଫିଲ୍ମରେ ଏକାଠି ଅଭିନୟ କରିବେ ସଲମାନ-ଶାହାରୁଖ!
Next କମ୍ ସମୟ ଓ ନିଆରା ଢଙ୍ଗରେ ଦୀପାବଳୀରେ ଆଲୋକ ସଜା

No Comment

Leave a reply

Your email address will not be published. Required fields are marked *