ହାକୁଟି ବନ୍ଦ କରିବାର ସୂତ୍ର

know How to Stop Hiccups

ହାକୁଟି ଆସିବା ଏକ ସାଧାରଣ କଥା । ହେଲେ ଲୋକ ଗହଳିରେ ଥିବାବେଳେ ବା ଏକୁଟିଆ ସମୟରେ ବାରମ୍ବାର ହାକୁଟି ଆସିବା ଦ୍ୱାରା ବ୍ୟକ୍ତିକୁ ସମସ୍ୟା  ହୋଇଥାଏ । ଏପରିବି ବେଳେ ବେଳେ ଦୁଇ ତିନି ଦିନ ଲଗାତାର ହାକୁଟି ଆସିଥାଏ । ଏହିଭଳି ସ୍ଥିତିରେ ହାକୁଟି କିପରି ବନ୍ଦକରିବେ ସେହି ଉପାୟ ସମସ୍ତଙ୍କୁ ଜଣା ନଥାଏ । ଆଉ କିଛି ଲୋକ ଏହାକୁ ସାଧାରଣ କଥା ଭାବି ନିରବ ରହିଯାଆନ୍ତି । ହେଲେ ଏହା ଶରୀରର ଅନେକ କ୍ଷତି କରିଥାଏ । ଜାଣନ୍ତୁ କିପରି ହାକୁଟି ସମସ୍ୟା ଦୂରେଇ ପାରିବେ।

-ରହି ରହି ଆସୁଥିବା ହାକୁଟିକୁ ବନ୍ଦ କରିବା ପାଇଁ ଲେମ୍ବୁ ରସରେ ମହୁ ମିଶାଇ ଖାଆନ୍ତୁ, ଉପସମ ମିଳିବ । ଏହାସହ ଏକ ଛୋଟ ଲେମ୍ବୁ ଖଣ୍ଡକୁ ମୁହଁରେ ରଖି ଆସ୍ତେ ଆସ୍ତେ ଚୁଚୁମି ଖାଇଲେ ମଧ୍ୟ ହାକୁଟି ବନ୍ଦ ହୋଇଥାଏ ।
– ପାଣିରେ ଗୁଜୁରାତି ମିଶାଇ ପିଇବା ଦ୍ୱାରା ହାକୁଟି ବନ୍ଦ ହୋଇଥାଏ । ଗୁଜୁରାତି ନଥିଲେ ଲୁଣ ପାଣି ବ୍ୟବହାର କରିପାରିବେ ।
– ଏହାସହ ହାକୁଟି ଆସିବା ସମୟରେ ମୁହଁରେ କିଛି ଚିନି ରଖି ଚୁଚୁମି ଖାଆନ୍ତୁ ହାକୁଟି ବନ୍ଦ ହୋଇଯିବ । ନଚେତ ଖଣ୍ଡେ ଅଦା ପାଟିରେ ରଖି ଚୁଚୁମି ଖାଆନ୍ତୁ ଏଭଳି କରିବା ଦ୍ୱାରା ହାକୁଟି ବନ୍ଦ ହୋଇଥାଏ ।
– ହାକୁଟି ଆସୁଥିବା ସମୟରେ ଦୀର୍ଘ ନିଶ୍ୱାସ ନେଇ କିଛି ସମୟ ରଖି ତାକୁ ଧିରେ ଧିରେ ଛାଡ଼ନ୍ତୁ । ଏହି ଭଳି କିଛି ସମୟ କରିବା ପରେ ହାକୁଟି ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ।

-ଗୋଲମରିଚ ଓ ମିସିରି ଗୁଣ୍ଡ କରି ଏକାସାଙ୍ଗରେ ଖାଇବା ଦ୍ୱାରା ହାକୁଟି ବନ୍ଦ ହୋଇଥାଏ । ବରଫ ଗୁଣ୍ଡ ଖାଇବା ଦ୍ୱାରା ମଧ୍ୟ ହାକୁଟି ବନ୍ଦ ହୋଇଥାଏ ।
-ହାକୁଟି ବନ୍ଦ କରିବା ପାଇଁ ଆପଣ ଚକୋଲେଟ ପାୱଡ଼ରର ବ୍ୟବହାର କରିପାରିବେ । ହାକୁଟି ଆସିବା ସମୟରେ କିଛି ଚକୋଲେଟ ପାଉଡ଼ରକୁ ଜାକି ରଖନ୍ତୁ କିଛି ସମୟ ଭିତ୍ତରେ ବନ୍ଦ ହୋଇଯିବ ।

-ହାକୁଟି ହେଲେ କିଛି ସମୟ ନିଶ୍ୱାସ ନେବା ବନ୍ଦ କରିଦିଅନ୍ତୁ। ଦେଖିବେ  ହାକୁଟି ଆପେ ଆପେ ବନ୍ଦ ହୋଇଯିବ।
କାରଣ କଣ:-
ଅଧିକ ଚର୍ବିଯୁକ୍ତ ଓ ଫ୍ରିଜରେ ରଖାଯାଇଥିବା ଖାଦ୍ୟ ଖାଇବା । ଏସିଡ଼ିଟ୍ ହେବାଦ୍ୱାରା ହାକୁଟି ହୋଇଥାଏ । ପାଣି କମ୍ ବିଇବା ମଧ୍ୟ ଏହାର ଅନ୍ୟ ଏକ କାରଣ । ଏହାସହ ଆମିଷ, ବାସି ଖାଦ୍ୟ ଓ ଖାଦ୍ୟ ହଜମ ନହେବା କାରଣରୁ ହାକୁଟି ହୋଇଥାଏ ।

Previous କପିଲଙ୍କ ବିବାହରେ ସୁନୀଲ ଖୁସି
Next ଆଡିଲେଡ ଟେଷ୍ଟ ମ୍ୟାଚ:ଅଷ୍ଟ୍ରେଲିଆକୁ ୩୧ ରନ୍‌ରେ ହରେଇଲା ଟିମ ଇଣ୍ଡିଆ

No Comment

Leave a reply

Your email address will not be published. Required fields are marked *