ରୋଗ ଆପଣଙ୍କ ପାଖ ମାଡିବନି, ସବୁଦିନେ ଖାଆନ୍ତୁ କବାବ ଚିନି

kabab chini health benefits

କବାବ ଚିନିର ବଟାନିକାଲ ନାମ ହେଉଛି ପାଇପର କ୍ୟୁବେବା । ଜାଭା, ସୁମାତ୍ରା ଓ ମଳୟ ଦ୍ୱୀପରେ ଏହାକୁ ବହୁଳ ଭାବରେ ଚାଷ କରାଯାଇଥାଏ । ଭାରତ ଓ ସିଙ୍ଗାପୁରରେ ମଧ୍ୟ କବାବ ଚିନି ଚାଷ ହୋଇଥାଏ । ଆମ ଦେଶର ଦକ୍ଷିଣରେ ଥିବା କର୍ଣ୍ଣାଟକ ଓ କେରଳ ରାଜ୍ୟରେ ଏହି ଔଷଧୀୟ ବୃକ୍ଷର ସମ୍ଭାର ଦେଖିବାକୁ ମିଳେ । କବାବ ଚିନିର ଔଷଧୀୟ ଗୁଣ ସମ୍ବନ୍ଧରେ ନିମ୍ନରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆମେ ଏଠାରେ ଅବତାରଣା କରୁଛୁ ।

-ରାତିରେ ପାଣିରେ ବତୁରାଇ ସକାଳୁ ଖାଲିପେଟରେ କବାବ ଚିନି ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟାରୁ ଉପଷମ ମିଳିଥାଏ । ଧାତୁ ଦ୍ରୋବଲ୍ୟତାରୁ ମଧ୍ୟ ମୁକ୍ତି ମିଳିଥାଏ ।

– କବାବ ଚିନିରୁ ପ୍ରସ୍ତୁତ ତେଲରୁ ୫ ଡ୍ରପ ନେଇ ଗରମ ପାଣି ସହିତ ମିଶାଇ ଖାଇଲେ ବଦହଜମି ସମସ୍ୟା ପାଖ ମାଡେ ନାହିଁ ।

– କବାବ ଚିନି ପତ୍ରର ଜୁସ୍ ଦିନକୁ ଦୁଇ ଥର ଲେଖାଏଁ ଏକ ସପ୍ତାହ ପର୍ଯ୍ୟନ୍ତ ପାନ କଲେ ଇରିଟେବୁଲ ବାୱେଲ ସିଣ୍ଡ୍ରୋମ(ଆଇବିଏସ) ରୋଗରୁ ଉପଶମ ମିଳିଥାଏ ।

– ପ୍ରତ୍ୟେକ ଦିନ କବାବ ଚିନି ସେବନ କଲେ ଆସ୍ଥମା ରୋଗ ଭଲ ହେବା ସହ ଅନ୍ୟାନ୍ୟ ଶ୍ୱାସଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

– ଶରୀରର କୌଣସି ଅଙ୍ଗରେ ମାଡ ହୋଇ ଫୁଲି ଯାଇଥିଲେ କବାବ ଚିନିରେ ପ୍ରସ୍ତୁତ ପେଷ୍ଟ ମାଲିସ କରନ୍ତୁ । ଆପଣଙ୍କ ଯନ୍ତ୍ରଣା ଅନେକାଂଶରେ କମିଯିବ ।

– କବାବ ଚିନି ଗୁଣ୍ଡକୁ ମହୁ ସହିତ ମିଶାଇ ପାଟିରେ ଘା ହୋଇଥିବା ସ୍ଥାନରେ ଲଗାଇଲେ ଏକ ସପ୍ତାହ ମଧ୍ୟରେ ରୋଗ ଭଲ ହୋଇଯାଇଥାଏ । ଦାନ୍ତ ବିନ୍ଧାରୁ ମଧ୍ୟ ମୁକ୍ତି ପାଇବାରେ ଏହି ଔଷଧୀୟ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

– କବାବ ଚିନି ଗୁଣ୍ଡରେ ଏକ ଚାମଚ ମହୁ ମିଶାଇ ଦିନକୁ ୪ରୁ ୫ ଗ୍ରାମ ସେବନ କଲେ କଫ ଓ ଥଣ୍ଡାଜନିତ ସମସ୍ୟାରୁ ତୁରନ୍ତ ରାହତ ମିଳିଥାଏ ।

– ସମସ୍ତ ପ୍ରକାର ଯୌନ ରୋଗରୁ ମୁକ୍ତି ଓ ଯୌନ କ୍ଷୁଧା ବୃଦ୍ଧି କରିଥାଏ ଏହି ଉପକାରୀ ଫଳ । ରକ୍ତ ବିଶୋଧନ, ମୂତ୍ର ସଂକ୍ରମଣରୁ ରକ୍ଷା, ବହୁ ମୂତ୍ର, ବଢିଯାଇଥିବା ପ୍ରୋଷ୍ଟେଟକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା, ସୁସ୍ଥ ହୃଦୟ ଆଦି ବହୁବିଧ ଶରୀର ହିତକାରୀ ଗୁଣ ରହିଛି କବାବ ଚିନିରେ ।

Previous ସ୍ଥପତି ଇଶ୍ୱରଙ୍କ ନିଆରା କଳାକୃତି, ତେନ୍ତୁଳି ମଞ୍ଜିରେ ଗଣେଶ
Next ଏସିଆ କପରେ ଚମକିଲେ ଓଡିଆ ପୁଅ ଅଂଶୁମାନ

No Comment

Leave a reply

Your email address will not be published. Required fields are marked *