ପଇଡ଼ ପାଣିର ଉପାଦେୟତା

health benefits of coconut water

କୋକନଟ୍ର ନାମକରଣ କରିଛନ୍ତି ଭାରତରେ ପାଦ ଦେଇଥିବା ପ୍ରଥମ ଇଉରୋପୀୟ ଭା ସ୍କୋଡାଗାମା । ଏହାକୁ ଓଡିଆରେ କହନ୍ତି ନଡିଆ । ଏହାର ଆଦ୍ୟ ରୂପକୁ ପଇଡ କୁହାଯାଏ । ପଇଡ ଭିତରେ ଥିବା ସୁମଧୁର ପାଣିର ଅନେକ ଶରୀର ହିତକାରୀ ଗୁଣ ରହିଛି । ନିୟମିତ ପଇଡ ପାଣି ପିଅନ୍ତୁ ଏବଂ ବିଭିନ୍ନ ଘାତକ ରୋଗରୁ ବଞ୍ଚନ୍ତୁ ।

– ଖରାଦିନେ ଶୋଷରେ ତଣ୍ଟି ଶୁଖିଯାଉଥିବାବେଳେ ତ୍ରାଣକର୍ତ୍ତା ସାଜିଥାଏ ପଇଡ ପାଣି ।

– ବାନ୍ତି, ଅତ୍ୟଧିକ ସ୍ୱେଦ, ଡାଇରିଆ ଏବଂ ଡିହାଇ ଡ୍ରେସନ ଯୋଗୁଁ ଶରୀରରେ ଜଳୀୟ ଅଂଶ କମିଯାଇ ରୋଗୀ ଅତ୍ୟନ୍ତ ଦୁର୍ବଳ ହୋଇଯାଇଥାଏ । ଏହି ସମୟରେ ରୋଗୀକୁ ପଇଡ ପାଣି ପିଇବାକୁ ଦେଲେ ପୁଣି ତା ଶରୀରରେ ପ୍ରାଣ ସଂଚାର ହୋଇଥାଏ ।

– ପଇଡ ପାଣିରେ କାର୍ବୋର୍ହାଇଡ୍ରେଟ ରହିଥିବାରୁ ଏହା ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।

– ଏଥିରେ ନିହିତ ଥିବା ଭିଟାମିନ୍ ସି, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପୋଷକତତ୍ତ୍ୱ ରକ୍ତ ଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

– ହାର୍ଟକୁ ସୁରକ୍ଷିତ ରଖିବାରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।

– ପଇଡ ପାଣି ପିଇଲେ ହ୍ୟାଙ୍ଗ ଓଭରରୁ ମଧ୍ୟ ମୁକ୍ତି ମିଳିଥାଏ ।

– ଏହା ହଜମ କ୍ରିୟାକୁ ସୁଗମ କରିବା ସହ ଶରରୀର ଚର୍ବି ମଧ୍ୟ କମାଇଥାଏ ।

– ଦେହରୁ ମଇଳା ନିଷ୍କାସନରେ ପଇଡ ପାଣିର ବିଶେଷ ଭୂମିକା ରହିଥାଏ ।

– ଶରୀରରେ ମ୍ୟାଗ୍ନେସିୟମ୍ ପୋଷକତତ୍ତ୍ୱର ଅଭାବ ଦେଖାଦେଲେ ଅଧକପାଳି ଭଳି ସମସ୍ୟା ଉପୁଜିଥାଏ । ପଇଡ ପାଣିରେ ପ୍ରଚୁର ପରିମାଣରେ ମ୍ୟାଗ୍ନେସିୟମ୍ ନିହିତ ଥିବାରୁ ଏହା ଆପଣଙ୍କୁ ଅଧକପାଳିରୁ ମୁକ୍ତି ଦେଇପାରିବ ।

Previous ସର୍ବାଧିକ ଟେଷ୍ଟ ଶତକ ହାସଲକାରୀ କ୍ରିକେଟର
Next ଭୁବନେଶ୍ୱରରେ ଶାନଙ୍କ ଯାଦୁ

No Comment

Leave a reply

Your email address will not be published. Required fields are marked *