ଶିଳ୍ପାଙ୍କ ଡାଏଟ୍ ଚାଟ୍ ଫଲୋ କରନ୍ତୁ, 40 ପରେ ବି ଦେଖାଯିବେ ସୁନ୍ଦରୀ

fitness secrets of Shilpa Shetty

୪୨ଟି ବସନ୍ତ ଅତିକ୍ରମ କରିସାରିଥିଲେ ମଧ୍ୟ ଏବେବି ନିଜର ଅପରୂପ ସୌନ୍ଦର୍ଯ୍ୟରେ ଫ୍ୟାନମାନଙ୍କ ହୃଦୟରେ ରାଜ କରୁଛନ୍ତି ବଲିଉଡ୍ ର ବିଶିଷ୍ଟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ପଦାର୍ପଣ ଫିଲ୍ଲ ବାଜିଗରରୁ ସିନେପ୍ରେମୀଙ୍କୁ ମତୁଆଲା କରିଆସିଛନ୍ତି ଏହି ବଲିଉଡ୍ ଦିଭା । ଶିଳ୍ପାଙ୍କ ସୁଗଠିତ ଶରୀର, ଚିକ୍କଣ ତ୍ୱଚା, ସରୁ ଅଣ୍ଟା ଏବଂ ଘନ କେଶରାଜି ସମ୍ମୋହନର ବଳୟ ସୃଷ୍ଟି କରିଛି ଦେଶ ବିଦେଶର ଯୁବପିଢିଙ୍କ ମଧ୍ୟରେ । ଫିଟନେସ୍ ବଜାୟ ରଖିବା ପାଇଁ ଶିଳ୍ପା ସେଟ୍ଟୀଙ୍କ ଡାଏଟ୍ ଚାଟ୍ ସମ୍ପର୍କରେ ଆସନ୍ତୁ ଜାଣିବା ।

– ନିଜର ଅପୂର୍ବ ସୌନ୍ଦର୍ଯ୍ୟକୁ ଅତୁଟ ରଖିବା ପାଇଁ ସନ୍ତୁଳିତ ଆହାର ଖାଇବାକୁ ପସନ୍ଦ କରନ୍ତି ଶିଳ୍ପା ସେଟ୍ଟୀ ।

– ସକାଳୁ ପ୍ରତିଦିନ ଅଁଳା ରସ ସେବନ କରିଥାନ୍ତି ସ୍ୱପ୍ନର ନାୟିକା ଶିଳ୍ପା ।

– ବ୍ରାଉନ୍ ରାଇସ୍, ବ୍ରାଉନ୍ ବ୍ରେଡ୍ ଭଳି କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି ସେ ।

– ଅଲିଭ୍ ଅଏଲ୍ ରେ ପ୍ରସ୍ତୁତ ସାଲମୋନ୍ ମାଛ ଏବଂ ନିରାମିଷ ଖାଦ୍ୟ ଶିଳ୍ପାଙ୍କ ସୁନ୍ଦର ଏବଂ ସୁଗଠିତ ଶରୀରର ରହସ୍ୟ ।

– ସକାଳୁ ବ୍ୟାୟାମ କରିସାରିଲା ଉତ୍ତାରୁ ୮ଟି କଳା କିସମିସ ଏବଂ ପ୍ରୋଟିନ୍ ସେକ୍ ପିଅନ୍ତି ।

– ଥଣ୍ଡା ମୃଦୁ ପାନୀୟ ବଦଳରେ ଗ୍ରୀନ ଟି ପିଇବାକୁ ପସନ୍ଦ କରନ୍ତି ଶିଳ୍ପା ।

– ୮ଟା ସୁଦ୍ଧା ରାତ୍ରି ଭୋଜନ ଶେଷ କରନ୍ତି ବଲିଉଡ୍ ର ରାଣୀ ମହୁମାଛି ମିସ୍ କୁନ୍ଦ୍ରା ।

– ହଜମ କ୍ରିୟାକୁ ସୁଗମ କରିବା ପାଇଁ ରାତ୍ରି ଭୋଜନର ୩ ଘଣ୍ଟା ପରେ ଶୋଇବାକୁ ଯାଆନ୍ତି ।

– ସକାଳେ ଅଁଳା କିମ୍ବା ଘି କୁଆଁରୀ ଜୁସ୍ ପିଇ ଦିନ ଆରମ୍ଭ କରନ୍ତି ଶିଳ୍ପା । ମଧ୍ୟାହ୍ନଭୋଜନରେ ବ୍ରାଉନ୍ ରାଇସ୍ କିମ୍ବା ଚପାତି, ଡାଲି, କୁକୁଡା ମାଂସ ଏବଂ ସବୁଜ ପନିପରିବାରେ ପ୍ରସ୍ତୁତ ତରକାରି ଖାଆନ୍ତି ସେ ।

– ସଂନ୍ଧ୍ୟା ସମୟରେ ଗୋଟିଏ ବ୍ରେଡ୍ ଟୋଷ୍ଟ, ଗୋଟିଏ ଶିଝା ଅଣ୍ଡା ଖାଇବା ସହ ଗ୍ରୀନ ଟି ପିଇବାକୁ ପସନ୍ଦ କରନ୍ତି ଅପରୂପା ଶିଳ୍ପା । ରାତ୍ରି ଭୋଜନରେ ସାଲାଡ, ସୁପ୍ ଏବଂ କୁକୁଡା ମାଂସ ଖାଆନ୍ତି ଏହି ଖ୍ୟାତିସମ୍ପନ୍ନ ଅଭିନେତ୍ରୀ ।

Previous ସାର୍ଦୁଲଙ୍କ ଚମକରେ ଧରାଶାୟୀ ଶ୍ରୀଲଙ୍କା
Next ଆପଣାନ୍ତୁ ନିମ୍ନଲିଖିତ ଉପାୟ, ଶରୀରରେ ଆସିବ ଅପୂର୍ବ ଚମକ

No Comment

Leave a reply

Your email address will not be published. Required fields are marked *