ସାପ କାମୁଡ଼ିଲେ କ’ଣ କରିବେ ?

first aid for Snake bite

ଆମ ଦେଶରେ ପାଖାପାଖି ୨୩୫ ପ୍ରଜାତିର ସାପ ଦେଖିବାକୁ ମିଳନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ ଏଚ୍ ଓ)ର ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଆମ ଦେଶରେ ପ୍ରତିବର୍ଷ ପ୍ରାୟ ୧୦ ହଜାର ଲୋକ ସାପ କାମୁଡ଼ାରେ ଅକାଳ ମୃତ୍ୟୁବରଣ କରନ୍ତି । ସାପ କାମୁଡ଼ିବା ମାତ୍ରେ ଝଡ଼ାଫୁଙ୍କା ଓ ଅନ୍ଧବିଶ୍ୱାସ ଠୁଁ ଦୂରେଇ ସମୟ ବିଳମ୍ବ ନକରି ସଙ୍ଗେସଙ୍ଗେ ପ୍ରାଥମିକ ଚିକିତ୍ସା ପାଇଁ ନିକଟସ୍ଥ ହସପିଟାଲକୁ ଯିବା ଜରୁରୀ । ସବୁ ବିଷାକ୍ତ ସାପଙ୍କଠାରେ ଅଧିକ କିମ୍ବା କମ୍ ମାତ୍ରାରେ ନ୍ୟୁରୋଟକ୍ସିନ୍ ଓ ହିମୋଟକ୍ସି ବିଷ ଥାଏ । ପ୍ରାୟତଃ ସାପ ମଣିଷର ହାତ କିମ୍ବା ଗୋଡ଼କୁ ଚୋଟ ମାରିଥାଏ । ସାପ କାମୁଡ଼ିଲେ କିଛି ଲକ୍ଷଣ ଦେଖାଯାଏ ।

ସେହି ଲକ୍ଷଣ ପରଖିବେ କିପରି?

ନିଦ ଆସିବା, ନିଶ୍ୱାସ ନେବାରେ କଷ୍ଟ ହେବା, ହଠାତ୍ ଜୋର୍ ମୁଣ୍ଡ ବିନ୍ଧିବା, ଆଖି ଲାଲ ପଡ଼ିଯିବା, ଶରୀର ଶୂନ୍ୟ ହୋଇଯିବା, ଛାତିରେ ପୋଡାଜଳା ହେବା, ଶରୀର ଥଣ୍ଡା ପଡ଼ିଯିବା, ଶରୀରରେ ରକ୍ତ ସଞ୍ଚାଳନ ମନ୍ଥର ହୋଇଯିବା, ବାନ୍ତି ଆସିବା ଇତ୍ୟାଦି ଲକ୍ଷଣ ସାପ କମୁଡ଼ିଲେ ଦେଖାଯାଏ ।

ତେବେ ସାପ କାମୁଡ଼ିଲେ ତୁରନ୍ତ କ’ଣ ସବୁ ପଦକ୍ଷେପ ନେବାକୁ ପଡ଼େ ସେ ବିଷୟରେ ଜାଣି ରଖିଲେ ଜଣଙ୍କ ଜୀବନ ବଞ୍ଚାଯାଇପାରିବ ।

– ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଶାନ୍ତ ରଖିବା ଆବଶ୍ୟକ । ଭୟଭୀତ କରିବା ଉଚିତ୍ ନୁହେଁ । କାରଣ ସାପ କାମୁଡ଼ା ଭୟରେ ଅନେକଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଏ ।

– ତୁରନ୍ତ ସାପ କାମୁଡ଼ିଥିବା ସ୍ଥାନଠୁଁ ୫ ଇଞ୍ଚ ଛାଡ଼ି ଉପର ଓ ତଳ ଭାଗରେ କପଡ଼ା କିମ୍ବା କୌଣସି ରଶି ବାନ୍ଧିଦେବା ଉଚିତ୍ । ଫଳରେ ବିଷ ଶରୀରରେ ଅନ୍ୟତ୍ର ଯିବନାହିଁ ।

– ବାନ୍ଧିବା ପରେ ସାପ କାମୁଡ଼ିଥିବା ସ୍ଥାନରୁ ରକ୍ତ ବାହାର କରିବାକୁ ଚେଷ୍ଟା କରନ୍ତୁ ।

– ଇଞ୍ଜେକ୍ସନ ମାଧ୍ୟମରେ ମଧ୍ୟ ଦୂଷିତ ରକ୍ତ ବାହାର କରାଯାଇପାରିବ । ବିନା ଛୁଞ୍ଜିଥିବା ସିରିଞ୍ଜରେ ଦୂଷିତ ରକ୍ତ ୨-୩ ଥର ଟାଣି ବାହାର କରିଦିଅନ୍ତୁ । ଦୂଷିତ ରକ୍ତ ବାହାରିବା ପରେ ବାନ୍ଧିଥିବା ସ୍ଥାନକୁ ଖୋଲି ତୁରନ୍ତ ହସପିଟାଲ ନେଇଯିବା ଉଚିତ୍ ।

– ସାପ କାମୁଡ଼ିଥିବା ସ୍ଥାନକୁ ଥଣ୍ଡା ପାଣି କିମ୍ବା ଲେମ୍ବୁ ପାଣିରେ ଧୋଇଲେ ସଂକ୍ରମଣ ହେବନାହିଁ ।

– ସାପ କମୁଡ଼ିଥିବା ବ୍ୟକ୍ତିଙ୍କୁ ଶୋଇବାକୁ ଦିଅନ୍ତୁ ନାହିଁ, କ୍ଷୀରରେ ଘିଅ ମିଶାଇ ପିଇବାକୁ ଦିଅନ୍ତୁ ।

ଦିପ୍ତିରଞ୍ଜନ ବେହେରା

Previous ରଣଜୀ ଟ୍ରଫି:ଫାଇନାଲରେ ଦିଲ୍ଲୀ
Next ୟୋ-ୟୋ ଟେଷ୍ଟରେ ସଫଳ ହେଲେ ରୈନା: ଆସିପାରେ ଡାକରା

No Comment

Leave a reply

Your email address will not be published. Required fields are marked *