ଗୋରାରଙ୍ଗ ପାଇଁ ଘରୋଇ ଉପଚାର

ଘରୋଇ ଉପଚାର ଗୋରାରଙ୍ଗ

ଗୋରା ରଙ୍ଗ ପାଇବା ପାଇଁ ପ୍ରାୟ ସମସ୍ତଙ୍କ ଇଚ୍ଛା ରହିଥାଏ । ବିଶେଷ କରି ଝିଅମାନେ ଗୋରା ରଙ୍ଗ ପାଇଁ ବିଭିନ୍ନ ଉପାୟମାନ ଆପଣାଇ ଥାନ୍ତି । ପାର୍ଲର ଯାଇ ଫେସିଆଲଠୁ ଆରମ୍ଭ କରି ଟଙ୍କା ସାରିବାଠୁ ଆରମ୍ଭ କରି ବଜାରରେ ମିଳୁଥିବା ଦାମି କ୍ରିମ, ସିରମ ଓ ଲୋସନର ବ୍ୟବହାର କରିବାକୁ ମଧ୍ୟ ପଛେଇ ନଥାନ୍ତି । ହେଲେ ଅନେକ ସମୟରେ ସେଥିରେ ରହିଥିବା ରାସାୟନିକ ପଦାର୍ଥର ପାର୍ଶ୍ୱ ପ୍ରତିକ୍ରିୟା ପାଇଁ ସେମାନଙ୍କର ତ୍ୱଚା ସମସ୍ୟା ଦେଖାଯିବା ସହ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ । ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ସମ୍ପର୍କରେ ଜଣାଉଛୁ ଯାହାଦ୍ୱାରା ଆପଣ କମ୍ ଖର୍ଚ୍ଚରେ ନିଜର ସୌନ୍ଦର୍ଯ୍ୟ ଅତୁଟ ରଖିପାରିବେ । ଏଥିରେ ପାଶ୍ୱର୍ ପ୍ରତିକ୍ରିୟାର ଭୟ ମଧ୍ୟ ନଥାଏ…

ଲେମ୍ବୁ

ତ୍ୱଚାକୁ ସଫା କରିବା ସହ ତ୍ୱଚାରୁ ସନ ଟ୍ୟାନ, ଦାଗ ଓ ତେଲିଆପଣ ଦୂର କରିବାରେ ଲେମ୍ବୁ ଅତ୍ୟନ୍ତ ସହାୟ ହୋଇଥାଏ । କିଛି ବେସନରେ ଲେମ୍ବୁ ରସ ମିଶାଇ ପ୍ୟାକ୍ ପ୍ରସ୍ତୁତ କରି ସପ୍ତାହରେ ଦୁଇ ତିନି ଥର ଲଗାନ୍ତୁ ଏହା ଆପଣଙ୍କ ତ୍ୱଚାକୁ ଉଜ୍ୱଳ କରିବା ସହ ଚମକ ଆଣିବାରେ ସହାୟ ହେବ । ସେହିପରି ଲେମ୍ବୁ ରସକୁ ମହୁ, କ୍ଷୀର, ଟମାଟ ରସ, ଆଳୁ ରସରେ ମିଶାଇ ତ୍ୱଚାରେ ଲାଗାଇଲେ ଅଧିକ ଲାଭ ମିଳିଥାଏ । ଫାଳେ କଟା ଲେମ୍ପୁରେ ଚିନି ଗୁଣ୍ଡ ମିଶାଇ ସ୍କ୍ରବ ଭଳି ମଧ୍ୟ ବ୍ୟବହାର କରିପାରିବେ । ଏହା ସହ ଘି କୁଅାଁରି ରସ, ଗୋଲାପ ଜଳ, ମହୁ ସହ ଲେମ୍ବୁ ରସ ମିଶାଇ ନାଇଟ କ୍ରିମ ଭାବେ ବ୍ୟବହାର କରିପାରିବେ ।

                                                                                ହଳଦୀ

ଏହା ଏକ ବହୁ ପୂରାତନ ପ୍ରସାଧାନ ସାମଗ୍ରୀ କହିଲେ ଭୂଲ ହେବ ନାହିଁ । ହଳଦୀରେ ତ୍ୱଚାକୁ ସୁସ୍ଥ ଓ ସୁନ୍ଦର କରିବା ଭଳି ଉପକାରି ଗୁଣ ରହିଛି । ଏହା ଏକ ପାକୃତିକ ସାମଗ୍ରୀ ହୋଇଥିବାରୁ ଏଥିରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ହୋଇ ନଥାଏ । କ୍ଷୀର, ବେସନ, ଗୋଲାପ ଜଳରେ ଅଳ୍ପ ହଳଦୀ ମିଶାଇ ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚା ଉଜ୍ୱଳ ଓ ନରମ ହୋଇଥାଏ । ସେହିଭଳି ଦହିରେ ଅଳ୍ପ ହଳଦୀ ମିଶାଇ ଲଗାଇବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଘିକୁଆଁରି ରସରେ ଅଳ୍ପ ହଳଦୀ ମିଶାଇ ପ୍ରତିଦିନ ଲଗାନ୍ତୁ । ଏହା ଦ୍ୱାରା ତ୍ୱଚା ସଫା ହେବ । ଗାଧୋଇବା ସମୟରେ ବା ଶୋଇବା ପୂର୍ବରୁ କେବଳ ହଳଦୀତ୍ୱଚାରେ ଲଗାଇଲେ ମଧ୍ୟ ଲାଭ ମିଳିଥାଏ ।

ବେସନ

 ପ୍ରାକୃତିକ ଉପାୟରେ ତ୍ୱଚାକୁ ଉଜ୍ଜ୍ୱଳ କରିବା ପାଇଁ ଏହା ଏକ ଉପଯୋଗୀ ଉପାଦାନ । ବେସନକୁ ମହୁ,ହଳଦୀ, ଗୋଲାପ ଜଳ, ଲେମ୍ବୁ ରସ, ବିଲାତି ରସ, ଘି କୁଆଁରି ରସ, କ୍ଷୀର, ଦହି ସହ ମିଶାଇ ଲଗାଇଲେ ଅଧିକ ଲାଭ ମିଳିଥାଏ । ବେସନ ତ୍ୱଚାକୁ ଉଜ୍ୱଳ କରିବାରେ ସହାୟ ହେବା ସହ ତ୍ୱଚାକୁ କୋମଳ କରିଥାଏ । ଏହା ମୁହଁରେ ଉଠିଥିବା ଅନାବଶ୍ୟକ ବାଳକୁ କମ୍ କରିବାରେ ବେସନ, ହଳଦୀ, ଦହି/କ୍ଷୀରର ପ୍ୟାକ୍ ଅତ୍ୟନ୍ତ ଉପଯୋଗୀ ହୋଇଥାଏ ।

                                                       ଚନ୍ଦନ

ତ୍ୱଚାରୁ କଳା ଦାଗ ଦୂର କରିବା ସହ ଉଜ୍ୱଳ କରିବାରେ ଚନ୍ଦନ ସହାୟ ହୋଇଥାଏ । ଆପଣ ଘୋରା ବା ଗୁଣ୍ଡ ଚନ୍ଦନ ଏଥି ପାଇଁ ବ୍ୟବହାର କରିପାରିବେ । ଏହାକୁ ନିୟମିତ ଲଗାଇଲେ ମଧ୍ୟ ତ୍ୱଚାର କୌଣସି ପ୍ରକାର ହାନି ଘଟି ନଥାଏ । ଚନ୍ଦନ ଘୋରା ବା ଗୁଣ୍ଡକୁ ଗୋଲାପ ଜଳ, କ୍ଷୀର, ମହୁ, ହଳଦୀ ସହ ମିଶାଇ ଲାଗଇ ପାରନ୍ତି, ନଚେତ କେବଳ ଖାଲି ଚନ୍ଦନ ପ୍ୟାକ୍ ଭଳି ଲଗାଇପାରିବେ ।

ଚାରୋଲି

  କ୍ଷୀର,ଗୋଲାପ ଜଳ ବା ଗୋଲାପ ପାଖୁଡ଼ାରେ ଏହାର ମଞ୍ଚିକୁ ବାଟି ଫେସ ପ୍ୟାକ୍ ଭାବେ ବ୍ୟବହାର କରିବା ଦ୍ୱାରା ତ୍ୱଚାରୁ ସନ୍ ଟ୍ୟାନ, ଦାଗ ଦୂର ହେବା ସହ ତ୍ୱଚା ସଫା ହୋଇଥାଏ । ସପ୍ତାହରେ ଦୁଇରୁ ତିନି ଥର ଲାଗାଇ ପାରନ୍ତି ।

Previous ଅଗଷ୍ଟ ଶେଷରେ ପରଦାକୁ ଆସିବ‘ୟମଲା ପଗଲା ଦିୱାନା-୩’
Next ବର୍ଦ୍ଧିତ ରେପୋ ରେଟ ଛାଟ କାହିଁକି?

No Comment

Leave a reply

Your email address will not be published. Required fields are marked *