ଆକ୍ୟୁପ୍ରେସର – ଜାଣନ୍ତୁ ଶରୀରରେ କେଉଁ ରୋଗ ପାଇଁ କେଉଁ ପଏଣ୍ଟ

Acupressure Points in Human Body

ଆମ ଶରୀରରେ ଲୁଚି ରହିଛି ସବୁ ରୋଗର ଚିକିତ୍ସା । ଏହି ପଦ୍ଧତି ହେଉଛି ଆକ୍ୟୁପ୍ରେସର । ଆମ ଶରୀରର ବିଭିନ୍ନ ଅଙ୍ଗରେ ଥିବା ଏମିତି କିଛି ପଏଣ୍ଟକୁ ହାତରେ ଧରି ଚାପ ସୃଷ୍ଟି କଲେ ଆପଣ ଘରେ ହିଁ ରୋଗର ଚିକିତ୍ସା କରିପାରିବେ । ବିନା କୌଣସି ଔଷଧରେ ଚିକିତ୍ସା ହୋଇପାରୁଥିବା ଏହି ପଦ୍ଧତି ବେଶ ପୁରୁଣା । ତେବେ ଏହି ପଦ୍ଧତି ବିଷୟରେ କିଛି ଜାଣି ରଖିଲେ ଆପଣଙ୍କ ନିତିଦିନିଆ ଜୀବନରେ ଔଷଧ ଖର୍ଚ୍ଚ କମିବା ସହ ଘରେ ହିଁ ନିଜର ଓ ପରିବାରବର୍ଗଙ୍କର ଚିକିତ୍ସା କରିବା ସହଜ ହୋଇଯିବ ।

ଆମ ଶରୀରରେ କେଉଁ ରୋଗ ପାଇଁ କେଉଁ ପଏଣ୍ଟ ରହିଛି?

LI 4  / ଏଲ୍ ଆଇ ୪ – ହାତର ବୃଦ୍ଧା ଆଙ୍ଗୁଠି ଓ ବିଶି ଆଙ୍ଗୁଠି ମଧ୍ୟରେ ଥିବା ଫାଙ୍କା ସ୍ଥାନକୁ ଦବାଇବା ଦ୍ୱାରା ଦାନ୍ତ ଦରଜ, ବେକ ଦରଜ, କାନ୍ଧ ଦରଜ, ହାଡ଼ରେ ହେଉଥିବା ଦରଜ, କାଶ ଓ କଫ ସାଙ୍ଗକୁ ହ୍ୟାଙ୍ଗଓଭର୍ ଭଳି ସମସ୍ୟାରୁ ମୁକ୍ତି ମିଳିପାରିବ । 

P 6 / ପି ୬ – ଏହି ପଏଣ୍ଟ ହାତ ପାପୁଲିର ଟିକିଏ ଉପରକୁ ମାପିଲେ ୩ ଆଙ୍ଗୁଠି ଛାଡ଼ି ରହିଥାଏ । ଏହାକୁ ଦବାଇବା ଦ୍ୱାରା ପାଗଳପଣ, ମୋସନ୍ ସିକନେସ୍, ବାନ୍ତି, ପେଟର ଗଡ଼ବଡ଼ି, ଚିନ୍ତା, ଛାତି ଯନ୍ତ୍ରଣା ଏବଂ ହାତର ଦରଜ ଆଦି ଦୂର ହୋଇଥାଏ ।

 GV 24.5 / ଜିଭି -୨୪.୫ – ଏହି ପଏଣ୍ଟ କପାଳର  ଠିକ୍ ମଝି ବା ଆଖିପତାର ମଝାମଝି ସ୍ଥାନରେ ରହିଛି । ଏହି ପଏଣ୍ଟକୁ ଦବାଇବା ଦ୍ୱାରା ମାନସିକ ଶାନ୍ତି ମିଳେ, ସ୍ମରଣଶକ୍ତି ବଢ଼ିବା ସହ ଚାପଗ୍ରସ୍ତ, ଦୁର୍ବଳ ଚିନ୍ତା, ଆଖିର ଦରଜ ଏବଂ ନିଦ ରୋଗ ଭଲ କରେ । 

CV 17 / ସିଭି ୧୭ – ଛାତିର ମଧ୍ୟ ଭାଗରେ ଏହି ପଏଣ୍ଟ ରହିଛି । ଏହାକୁ ଦବାଇଲେ ଅଧିରତା ବା ନର୍ବସନେସ୍, ମାନସିକ ଚାପ, ହିଷ୍ଟେରିଆ ଓ ଆବେଗ ପ୍ରବଣ ବା ଇମୋସନାଲ ସମସ୍ୟାରୁ ମୁକ୍ତି ମିଳେ । 

ST 36 / ଏସ୍ ଟି ୩୬ – ଆଣ୍ଠୁର ଠିକ୍ ତଳକୁ ଏହି ପଏଣ୍ଟ ରହିଛି । ଏହାକୁ ଦବାଇବା ଦ୍ୱାରା ବଦହଜମି, ଡାଇରିଆ, କବ୍ଚ, ଗ୍ୟାସ୍, ପେଟ ଦରଜ ଓ ବାନ୍ତି ଆଦି ସମସ୍ୟାକୁ ଦୂର କରାଯାଇପାରିବ ।

B 54 / ବି ୫୪ – ଆଣ୍ଠୁର ପଛ ଓ ଜଙ୍ଘରୁ ଟିକିଏ ତଳ ଭାଗରେ ଏହି ପଏଣ୍ଟ ରହିଛି । ଏହି ସ୍ଥାନକୁ ଦବାଇଲେ ପିଠି ବିନ୍ଧା, ଅଣ୍ଟା ଦରଜ, ଗୋଡ଼ରେ ହେଉଥିବା ହାଡ଼ବିନ୍ଧା, ପିଚା ବ୍ୟତୀତ ସାଇଟିକାରେ ମଧ୍ୟ ଫାଇଦା ହୋଇଥାଏ ।

SHEN MEN / ଶେନ୍ ମୈନ୍ – କାନର ଉପରି ଭାଗକୁ ଶେନ୍ ମୈନ୍ କୁହାଯାଏ । ଏହାକୁ ଦବାଇଲେ ଧୂମପାନ ଜନିତ ସମସ୍ୟା, ଷ୍ଟ୍ରେସ୍ ବା ମାନସିକ ଉତ୍ତେଜନା, ଆଞ୍ଜାଇଟି ବା ଉଦବେଗ, ଡିପ୍ରେସନ୍ ଓ ନିଦ ଜନିତ ସମସ୍ୟାରୁ ରକ୍ଷା ମିଳେ ।

 B 10 / ବି ୧୦ – ପଛ ବେକର ଉପର ଭାଗକୁ ହେବନଲି ପିଲର୍ (ବି ୧୦) କୁହାଯାଏ । ଏହାକୁ ଦବାଇବା ଦ୍ୱାରା ଦୁର୍ବଳତା, ଚିନ୍ତାଗ୍ରସ୍ତ, ବେକ ଦରଜ ଓ ନିଦରୁ ମୁକ୍ତି ମିଳେ ।

LV 3 / ଏଲ୍ ଭି ୩- ପାଦର ବୃଦ୍ଧା ଆଙ୍ଗୁଳିର ମଧ୍ୟମ ସ୍ଥାନରେ ଥାଏ । ଯାହାକୁ ଆଙ୍ଗୁଠି ଦ୍ୱାରା ଦବାଇଲେ ମୁଣ୍ଡବିନ୍ଧା, ଆଖିର ଦୁର୍ବଳତା ଓ ହ୍ୟାଙ୍ଗଓଭର୍ ଭଳି ସମସ୍ୟାକୁ ଦୂର କରାଯାଇପାରିବ । 

ଦିପ୍ତିରଞ୍ଜନ ବେହେରା

Previous ୧୦ ସର୍ବାଧିକ ଆୟକାରୀଙ୍କ ମଧ୍ୟରେ ଚୁଲବୁଲି ପ୍ରିୟଙ୍କା
Next ଟି-20 ରେ ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ

2 Comments

  1. Debajyoti
    Reply

    Very useful tips for everyone

Leave a reply

Your email address will not be published. Required fields are marked *