ନଖ ଉଷୁମ ପାଣିର ଉପକାରିତା

benefits of luke-warm water

୧. ଥଣ୍ଡା ହୋଇ ନାକ ବନ୍ଦ ହୋଇଯାଉଥିଲେ ନଖ ଉଷୁମ ପାଣି ରାମବାଣ ଔଷଧର କାମ କରିଥାଏ । ଗଳାରେ ଦରଜ ଥିଲେ ଗରମ ପାଣିରେ ଲୁଣ ମିଶାଇ ଗର୍ଗଲିଂ କରନ୍ତୁ । ଦେଖିବେ ଆପଣଙ୍କୁ ତୁରନ୍ତ ଉପକାର ମିଳିବ ।

୨. ଡାଇଜେଷ୍ଟିଭ ଟ୍ରାକ୍ଟକୁ କାର୍ଯ୍ୟକ୍ଷମ କରିବାରେ ସହାୟକ ହୋଇଥାଏ ନଖ ଉଷୁମ ପାଣି । ଫଳରେ ହଜମ କ୍ରିୟା ଉତ୍ତମରୂପେ ସମ୍ପାଦିତ ହୋଇଥାଏ ।

୩. ସମସ୍ତ ପ୍ରକାର ମାଶପେଶୀ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ଫୁଟା ପାଣି । ବିଶେଷତଃ ଆର୍ଥ୍ରାଇଟିସ ରୋଗୀଙ୍କ ପାଇଁ ଏହା ମହାଔଷଧି ।

୪. ପେଟ ସଫା ହେଉନଥିଲେ ପ୍ରତିଦିନ ସକାଳୁ ଖାଲିପେଟରେ ନଖ ଉଷୁମ ପାଣିରେ ଗୋଲିମରିଚ ଗୁଣ୍ଡ ମିଶାଇ ପିଅନ୍ତୁ ।

୫. ନିୟମିତ ଉଷୁମ ପାଣି ପିଇଲେ ରକ୍ତ ସଞ୍ଚାଳନ ମଧ୍ୟ ଉତ୍ତମ ରୂପେ ହୋଇଥାଏ ।

୬. ପେଟ ସଫାରେ ସାହାଯ୍ୟ କରିବା ସହ ଓଜନ କମାଇବାରେ ମଧ୍ୟ ସହାୟକ ହୋଇଥାଏ ଉଷୁମ ପାଣି ।

୭. ପାକିସ୍ତଳିକୁ ଖାଦ୍ୟ ପରିବହନ କରିବାରେ ଇସୋଫାଗସ ଅକ୍ଷମ ହେଲେ ଉପୁଜୁଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ଅଚିରେ ସମାଧାନ କରିଥାଏ ନିୟମିତ ଉଷୁମ ଜଳ ପାନ ।

Previous ଅପରାଜୟ ଧୋନି
Next ରାହୁଲଙ୍କ ଗୋପନ ଅଭିସାର

No Comment

Leave a reply

Your email address will not be published. Required fields are marked *