ବାରିି ବଇଦ କୁନ୍ଦୁରି

Benefits Of Kovakkai ivy Gourd

ବାରିି ବଗିଚାରେ ଫଳୁଥିବା ପରିବା ଟିଏ ହେଉଛି କୁନ୍ଦୁରି । ଏହା ଏକ ଲତା ଜାତିୟ ଗଛ । କୁନ୍ଦୁରି ପରିବା ହିସିବରେ ଯେତିକି ସୁଆଦିଆ ଏଥିରେ ଥିବା ଔଷଧୀୟ ଗୁଣ ଦେହ ପାଇଁ ହିତକାରୀ । କୁନ୍ଦୁରି ଶରୀରୁ ଅନେକ ନୂଆ ପୁରୁଣା ରୋଗ ଭଲ କରିଥାଏ । ଏବେ ଏହାକୁ ଏକ ଲାଭ ଦାୟକ ଫସଲ ଭାବେ ଚାଷ କରାଯାଉଛି । ଜାଣନ୍ତୁ କୁନ୍ଦୁରି ଖାଇଲେ କଣ ଲାଭ ମିଳେ ଆମକୁ ।
• ଏଥିରେ ପ୍ରଚୁର ପରିମାଣରେ ଆଇରନ୍, ଭିଟାମିନ୍ସ ରହିଥାଏ ଯାହାକି ଶରୀରରୁ ରକ୍ତହୀନତା ଦୂର କରିବା ସହ ଲୋହିତ ରକ୍ତ କଣିକା ସୃଷ୍ଟିରେ ସହାୟ ହୋଇଥାଏ ।
• ବିଛା କାମୁଡ଼ିଲେ କୁନ୍ଦୁରି ପତ୍ରର ରସକୁ ସେହି ସ୍ଥାନରେ ଲାଗାଇବା ଦ୍ୱାରା ବିଷ ଶରୀରରେ ବ୍ୟାପି ନଥାଏ ।
• ସେହିଭଳି କଞ୍ଚାକୁନ୍ଦୁରି ନିୟମିତ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ । ଚଷମାର ଆବଶ୍ୟକ ପଡ଼ିନଥାଏ । କେଶ ଝଡ଼ିବା ସମସ୍ୟା ଦେଲେ କୁନ୍ଦୁରିରେ ପ୍ରସ୍ତୁତ ତରକାରୀ ବା କଞ୍ଚା କୁନ୍ଦୁରି ଖାଆନ୍ତୁ । କେଶ ଝଡ଼ିବା ବନ୍ଦ ହୋଇଯିବ ।
• କୁନ୍ଦୁରି ଖାଇବା ଦ୍ୱାରା ହୃଦୟ ସମ୍ବନ୍ଧିତ ସମସ୍ତ ରୋଗ ଦୂର ହୋଇଥାଏ । ରକ୍ତ ସଞ୍ଚାଳନ ଭଲଭାବରେ ହୋଇଥାଏ । ସେହିପରି ଅର୍ଶ, କୋଷ୍ଠକାଠ୍ୟନ,ଗ୍ୟାସ, ଥକାପଣ ଭଳି ଅନେକ ରୋଗ ଭଲ କରିବାରେ କୁନ୍ଦୁରି ସହାୟ ହୋଇଥାଏ ।

Previous ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଋଷି କୁମାର
Next ନବରଙ୍ଗପୁର,କୋରାପୁଟ ଗସ୍ତରେ ମୁଖ୍ୟମନ୍ତ୍ରୀ

No Comment

Leave a reply

Your email address will not be published. Required fields are marked *