ଦେହକୁ ହିତ ପାଟିକୁ ସୁଆଦ ଖଜୁରୀର

benefits of khajoor koli

ଖଜୁରୀ କୋଳି ବିଷୟରେ ପ୍ରାୟ ସମସ୍ତେ ଜାଣିଥିବେ ଓ ଖାଇଥିବେ ମଧ୍ୟ । ଆମ ଆଖ ପାଖରେ ରହିଥିବା ଏକ କଣ୍ଟା ଗଛର ଫଳକହିଲେ ଚଳେ । ଗଛ ସିନା କଣ୍ଟା ହେଲେ ଫଳତ ସୁଆଦିଆ । କେବଳ ସୁଆଦିଆ ନୁହେଁ ଦେହକୁ ହିତ ମଧ୍ୟ । ତେବେ ନିଜକୁ ଫିଟ୍ ରଖିବା ପାଇଁ ଖଜୁରୀ ବା ମେବା କୋଳି ଖାଆନ୍ତୁ ଏହାର ଫାଇଦା କଣ ଜାଣନ୍ତୁ…
-ଖଜୁରୀ ଦ୍ରବଣୀୟ ଓ ଅଦ୍ରବଣୀୟ ତନ୍ତୁ ଭରପୂର ମାତ୍ରାରେ ଥିବା ସହିତ ନାଇଟ୍ରୋଜେନ ଅମ୍ଲ ମଧ୍ୟ ରହିଛି । ଏହାକୁ ଖାଇବା ଦ୍ୱାରା ଖାଦ୍ୟ ପାଚନ ଠିକିରେ ହୋଇଥାଏ । ଖଜୁରୀକୁ ରାତିରେ ପାଣିରେ ଭିଜାଇ ରଖି ସକାଳୁୁ ପିଇଲେ ପରିପାକ ଠିକ୍ ଭାବରେ କାର୍ଯ୍ୟ କରିଥାଏ ।
-ଖଜୁରୀ ଶରୀରକୁ ଶକ୍ତି ପ୍ରଦାନରେ ମଧ୍ୟ ସହାୟ ହୋଇଥାଏ । କାରଣ ଏଥିରେ ପାକୃତିକ ଚିନି ଓ ଗ୍ଲୁକୋଜ ରହିଥାଏ ।
-ଏଥିରେ ଥିବା ପୋଟାସିୟମ ଓ ସୋଡ଼ିୟମ ଶରୀରର ସ୍ନାୟୁଗୁଡ଼ିକ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଖଜୁରୀ ଶରୀରର କୋଲେଷ୍ଟର ସ୍ତରକୁ କମ୍ କରି ହୃଦ୍ ରୋଗରୁ ରକ୍ଷା କରିଥାଏ ।

-ଖଜୁରୀରେ ଥିବା ଆଇରନ ଶରୀରର ରକ୍ତ କୋଷ ବୃଦ୍ଧି କରିବାରେ ସାହଯ୍ୟ କରିଥାଏ । ବେଶି ମାତ୍ରାରେ ଖଜୁରୀ ଖାଇଲେ ରକ୍ତହୀନତା ଦୂର କରା ଯାଇପାରିବ । ଖଜୁରୀରେ ଫ୍ଲୁରିନ ରହିଥାଏ ଯାହାଦ୍ୱାରା ଦାନ୍ତ କ୍ଷୟ ରୋକା ଯାଇପାରିବ ।
-ଯେଉଁମାନେ ଓଜନ ବୃଦ୍ଧି ପାଇଁ ଚିନ୍ତିତ ସେବାନେ ଖଜୁରୀ ଖାଇବା ଭଲ । ଏହା ଓଜନ କମ୍ କରିବାରେ ସହାୟ ହୋଇଥାଏ ।
-ମଦ ପିଉଥିବା ବ୍ୟକ୍ତିଙ୍କ ଶରୀରରେ ହେଉଥିବା କ୍ଷତିକୁ ଦୂର କରିବାରେ ଖଜୁରୀ ସାହାଯ୍ୟ କରିଥାଏ ।
-କର୍କଟ ରୋଗରୁ ଦୂରଇ ରଖିବାରେ ଖଜୁରୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
-ଖଜୁରୀର କୌଣସି କୁପ୍ରଭାବ ନଥାଏ । ଏହାକୁ ନିୟମିତ ବ୍ୟବହାର କଲେ ଆଖିର ଦୃଷ୍ଟି ଶକ୍ତି ବଢ଼ିବା ସହ ଆଖିକୁ ପରିଷ୍କାର ଦେଖାଯାଏ ।
-ନିୟମିତ ଭାବେ ଖଜୁରୀ କୋଳି ଖାଇ ରକ୍ତ ଚାପ ନିୟନ୍ତ୍ରୀତ କରାଯାଇପାରିବ ।
-ଥଣ୍ଡା ଓ କାଶ ମଧ୍ୟ ଦୂର ହୋଇଥାଏ ।
-ଖଜୁରୀରେ ପ୍ରୋଟିନ, ଡାଇଟରି ଫାଇବର ଏବଂ ଭିଟାମିନ ବି-୧, ବି-୨, ବି-୩ ମଧ୍ୟ ଭରପୂର ମାତ୍ରାରେ ରହିଛି ।

Previous ଇଟାଭାଟି ଶ୍ରମୀକଙ୍କ ମୁହଁରେ ହସଫୁଟାଉଛନ୍ତି ଉତ୍ତରପ୍ରଦେଶ ଯୁବ ସଂଗଠନ
Next ‘ବିଗବସ-୧୨’ର ବିଜେତା ଦୀପିକା

No Comment

Leave a reply

Your email address will not be published. Required fields are marked *