ନିୟମିତ ପାଚିଲା କଦଳୀ ଖାଆନ୍ତୁ, ମିଳିବ ଏହି 10 ଉପକାର

Benefits of Banana

  1. ଆଲର୍ଜି ହୁଏନାହିଁ: ପାଚିଲା କଦଳୀରେ କେବଳ ଦେହକୁ ହିତକର ଆମିନୋ ଏସିଡ୍ ଗୁଡ଼ିକ ଥାଏ । ତେଣୁ ଅଧିକ କଦଳୀ ଖାଇଲେ ମଧ୍ୟ ପ୍ରାୟତଃ ଆଲର୍ଜିର କୌଣସି ପ୍ରକାର ଲକ୍ଷଣ ଦେଖାଯାଇନଥାଏ ।
  2. ଆନିମିଆ ବା ରକ୍ତହୀନତାରୁ ମୁକ୍ତି: କଦଳୀରେ ଭରପୁର ଲୌହ ତତ୍ତ୍ୱ ରହିଥାଏ, ଯାହାକି ଶରୀରରେ ହିମୋଗ୍ଲୋବିନ ବଢ଼ାଇବାରେ ଖୁବ ସାହାଯ୍ୟ କରେ । ତେଣୁ ଆନିମିଆ ଆକ୍ରାନ୍ତଙ୍କ ପାଇଁ ଏହା ଖୁବ୍ ଉପକାରୀ । ଏଥିସହ କଦଳୀରେ ଥିବା ଭିଟାମିନ ବି-6 ମଧ୍ୟ ରକ୍ତ ପାଇଁ ଖୁବ୍ ଲାଭପ୍ରଦ ।
  3. ହାଡ଼ ଶକ୍ତ କରେ: କଦଳୀରେ ଥିବା ପଟାସିୟମ୍ ମାତ୍ରା ଶରୀରର କ୍ୟାଲସିୟମ ଗ୍ରହଣ କରିବାର କ୍ଷମତାକୁ ବୃଦ୍ଧିକରେ ଏବଂ ହାଡ଼ ଶକ୍ତ ହୁଏ । ଫଳରେ ଅଷ୍ଟିଓପୋରୋସିସ୍ ଆଦି ଅସ୍ଥି ଜନିତ ରୋଗ ହୁଏନାହିଁ ।
  4. ହୃତପିଣ୍ଡର ସୁରକ୍ଷା: କଦଳୀରେ ଥିବା ପଟାସିୟମ ତତ୍ତ୍ୱ ଶରୀରରେ ତରଳ ଅଂଶ ଓ ଇଲେକ୍ଟ୍ରୋଲାଇଟ ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୁଏ । ଫଳରେ ହୃଦଘାତ ଆଶଙ୍କା କମିଯାଏ ।
  5. କିଡନୀର ସୁସ୍ଥତା: ପାଚିଲା କଦଳୀରେ ପ୍ରଚୁର ମାତ୍ରାରେ କାର୍ବୋହାଇଡ୍ରେଟ୍ ଥିବାରୁ ଏବଂ ପ୍ରୋଟିନ୍ ପରିମାଣ କମ୍ ଥିବାରୁ କିଡନୀ ପାଇଁ ଏହା ହିତକର ।
  6. ଶକ୍ତିବର୍ଦ୍ଧକ: କଦଳୀରେ ସୁକ୍ରୋଜ୍, ଫ୍ରୁକ୍ଟୋଜ୍ ଓ ଗ୍ଲୁକୋଜ୍ ଭଳି ଲାଭଦାୟୀ ଶର୍କରା ଥାଏ । ତେଣୁ କଦଳୀ ଖାଇବା ମାତ୍ରେ ଶରୀରକୁ ଶକ୍ତି ମିଳିବା ଆରମ୍ଭ ହୋଇଯାଏ ।
  7. କୋଷ୍ଠକାଠିନ୍ୟ କିମ୍ବା ହଇଜା: ପାଚିଲା କଦଳୀ ଏଭଳି ଏକ ଫଳ, ଯାହା ଉଭୟ କୋଷ୍ଠକାଠିନ୍ୟ ଅର୍ଥାତ୍ ମଳତ୍ୟାଗରେ କଷ୍ଠ ଅନୁଭବ କରୁଥିବା ଲୋକଙ୍କ ପାଇଁ ଏବଂ ହଇଜା ରୋଗୀଙ୍କ ପାଇଁ ଲାଭଦାୟକ । କାରଣ କଦଳୀ ଖାଇଲେ ଆମର ଖାଦ୍ୟ ହଜମ ପ୍ରକ୍ରିୟାରେ ସୁଧାର ଆସେ ଏବଂ ଖାଦ୍ୟନଳୀର କାର୍ଯ୍ୟକ୍ଷମତା ମଧ୍ୟ ବୃଦ୍ଧିପାଏ ।
  8. ଆମାଶୟ ବା ନାଳଝାଡ଼ା: ଛୋଟପିଲାଙ୍କୁ ନାଳଝାଡ଼ା ହେଉଥିଲେ, ପାଚିଲା କଦଳୀ ଚକଟି ଖୁଆନ୍ତୁ । ଉପକାର ମିଳିବ ।
  9. ମେଦବହୁଳତାରୁ ମୁକ୍ତି: କ୍ଷୀରରୁ ଲହୁଣି ବାହାର କରି ତା ସହିତ ପାଚିଲା କଦଳୀ ଖାଇଲେ ମୋଟାପଣରୁ ମୁକ୍ତି ମିଳିଥାଏ ।
  10. ଧୂମପାନ କରୁଥିଲେ: ଆପଣ ଧୂମପାନ କରୁଥିଲେ ନିୟମିତ କଦଳୀ ଖାଆନ୍ତୁ । ଏଥିରେ ପଟାସିୟମ୍ ଓ ମାଗ୍ନେସିୟମ୍ ଭଳି ଖାଦ୍ୟସାର ଥିବାରୁ ଶରୀରରୁ ନିକୋଟିନ୍ ପରିମାଣ ହ୍ରାସ କରିବାରେ କଦଳୀ ଖୁବ୍ ଉପାଦେୟ ।

 

Previous ଡାଇବେଟିସର 8ଟି ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ
Next କିଏ ଏଇ ଲାଫିଙ୍ଗ ବୁଦ୍ଧ?

No Comment

Leave a reply

Your email address will not be published. Required fields are marked *