ଉପକାରୀ ଅର୍ଜୁନ ଗଛ

Benefits of ARJUN tree

ଆଧୁନିକ ଜୀବନଶୈଳୀ ଓ ପ୍ରଦୂଷଣ ପାଇଁ ଏବେ ଅନେକ ବ୍ୟକ୍ତି ହୃଦ୍ ରୋଗର ଶୀକାର ହେଉଛନ୍ତି । କେବଳ ଯେ ବୟସ୍କ ହୃଦ୍ ରୋଗରେ ଆକ୍ରାନ୍ତ ହେଉଛନ୍ତି ତାହା ନୁହେଁ କୋମଳ ମତି ଶିଶୁବି ଏଥିରୁ ବାଦ ପଡ଼ୁ ନାହାଁନ୍ତି । ଏହି ରୋଗର ଚିକିତ୍ସା ପାଇଁ ଅନେକଙ୍କୁ ମୋଟା ଅଙ୍କର ଟଙ୍କା ସାରିବାକୁ ପଡ଼ିଥାଏ ହେଲେ ଆମ ପ୍ରକୃତିରେ ଏମିତି ଏକ ଗଛ ଅଛି ଯାହା ହୃଦ୍ ରୋଗଠାରୁ ଆମକୁ ରକ୍ଷା କରି ପାରିବ । ଏହି ଗଛଟି ହେଉଛି ଅର୍ଜୁନ, ଭାରତର ପ୍ରାୟ ସମସ୍ତ ଅଞ୍ଚଳରେ ଅର୍ଜୁନ ଗଛ ଦେଖାଯାଇଥାଏ । ବିଶେଷ କରି ଓଡ଼ିଶାର ସମସ୍ତ ସ୍ଥାନରେ ଏହି ଗଛ ଦେଖାଯାଏ । ଅର୍ଜୁନ ଗଛ ଆମ ହୃଦୟକୁ ସୁରକ୍ଷିତ କରିବା ସହ ହୃଦ୍ରୋଗରୁ ରକ୍ଷା କରିଥାଏ । କେବଳ ହୃଦ ରୋଗ ନୁହେଁ ରକ୍ତଚାପ, ଜ୍ୱର,ମଧୁମେହ,କଫ,ପିତ୍ତ,ଶୋଥ,କ୍ଷତ,ବସ୍ତିରୋଗ,ପ୍ରେମେହ,ଉପଦଂଶ,ରକ୍ତପିତ୍ତ ଓ ବ୍ରଣ ଆଦିରୋଗରୁ ରକ୍ଷା କରିଥାଏ । ଏହି ଗଛର ଛାଲି ହୃଦୟ ପାଇଁ ଉପକାରୀ ହୋଇଥାଏ । ପ୍ରତ୍ୟେକ ଦିନ ଅର୍ଜୁନ ଗଛର ଛାଲି ୨୫ ଗ୍ରାମ ନେଇ ୨୦୦ ମିଲିଲିଟର କ୍ଷୀର ଏବଂ ୮୦୦ ମିଲିଲିଟର ପାଣି ମିଶାଇ ଅଳ୍ପ ଆଞ୍ଚରେ ଫୁଟାନ୍ତୁ ।

ଏହା ଭଲଭାବରେ ଫୁଟି ୨୦୦ ମିଲିଲିଟର ରଖନ୍ତୁ । ଏହି ମିଶ୍ରଣ ଶୀତଳ ହେବାପରେ ତାହାକୁ ଛାଣି ଦୁଇ ଭାଗ କରି ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ପିଅନ୍ତୁ । ଯାହାକି ଆମକୁ ବଳ ଦେବା ସହ ହୃଦୟର ସମସ୍ତ ରୋଗରୁ ରକ୍ଷା କରିଥାଏ । ସେହିଭଳି ଏହାର ଛେଲିକୁ କ୍ୱାଥକୁ ଚିନି ସହ ମିଶାଇ ଖାଇଲେ ବିଷଦୋଷ କଟିଥାଏ । ଲୋଧ ସହିତ ଏହାର ଫୁଲ ବା ପତ୍ରକୁ ବାଟି ଲଗାଇଲେ ଚମ ଉକୁଣୀ ଭଲ ହୋଇଥାଏ । କାସ, ରାଜଯକ୍ଷ୍ମା ଆଦିରେ ଏହାର ଛେଲି ଗୁଣ୍ଡକୁ ବାସଙ୍ଗ ପତ୍ର ରସ, ଗାଈ ଘିଅ ଓ ମହୁରେ ମିଶାଇ ଖାଇଲେ ଭଲ ହୋଇଯିବ । ଏହାର ପତ୍ରରେ ଗାଈ ଘିଅ ଲଗାଇ ଯେ କୌଣସି ଘାଆ ଉପରେ ଲଗାଇଲେ ତାହା ଖୁବ୍ ଶୀଘ୍ର ଭଲ ହୋଇଯାଇଥାଏ ।

Previous ବଲିଉଡ଼ରେ ଏଣ୍ଟ୍ରିକରିବେ କିଙ୍ଗ୍ ଖାନଙ୍କ ଝିଅ!
Next ବିକଳ୍ପ ବିଦ୍ୟୁତ ସେବା ଯୋଗାଏ ଗୋବର ଗ୍ୟାସ ପ୍ଲାଣ୍ଟ

No Comment

Leave a reply

Your email address will not be published. Required fields are marked *