ପାଟିକୁ ପିତା ଲାଗିଲେ ସୁଦ୍ଧା ଦେହକୁ ହିତ ହୋଇଥ୍ଧଶ ନିମ୍ବ । ଏହାର ପତ୍ର,ଫୁଲ,ଛାଲି,ଚେର ସବୁଥିରେ ଔଷଧିୟ ଗୁଣ ରହିବା ସହ ମଣିଷଠୁ ଆରମ୍ଭ କରି ପଶୁମାନଙ୍କ ପାଇଁ ଉପଯୋଗୀ ହୋଇଥାଏ । ତେବେ ନିମ୍ବଗଛର ବିଭିନ୍ନ ଅଶଂକୁ କିପରି ଓ କେଉଁ ରୋଗ ପାଇଁ ବ୍ୟବହାର କରାଯାଏ ସେ ବିଷୟରେ ଜାଣନ୍ତୁ…
– ନିମ୍ବ ଗଛର କଅଁଳ ପତ୍ରରସ କିମ୍ବା ପତ୍ରକୁ ସକାଳେ ଖାଲି ପେଟର ଚୋବାଇ ଖାଇଲେ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ ।
– ନିମ୍ବପତ୍ରକୁ ପେଷ୍ଟ କରି ଦେହରେ ଲଗାଇଲେ ଚର୍ମରୋଗ ଦୂର ହୋଇଥାଏ ।
– ପେଟ ରୋଗ ପାଇଁ ନିମ୍ବପତ୍ର ଓ ହଳଦୀକୁ ବାଟି ସୋରିଷ ତେଲରେ ମିଶାଇ ପେଟରେ ଲଗାଇଲେ ଉପଶମ ମିଳେ । ଏହାସହ କୃମି ହୋଇଥିଲେ ନିମ୍ବପତ୍ର ହଳଦୀ ସପ୍ତାହରେ ଦୁଇଥର ବାଟି ଖାଇଲେ ଲାଭଦାୟକ ହୋଇଥାଏ ।
– ନିମ୍ବପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ମୁଣ୍ଡ ଧୋଇଲେ ରୂପି, ଉଙ୍କୁଣି କମିବା ସହିତ କେଶ ଝଡ଼ିବା ବନ୍ଦ ହୋଇଥାଏ ।
– ଅଧ ଚାମଚ ନିମ୍ବ ରସରେ ଏକ ଚାମଚ ମହୁ ମିଶାଇ ପିଇଲେ ଜିଣ୍ଡିସ ରୋଗ ଦୂର ହୋଇଥାଏ ।
– କଅଁଳ ନିମ୍ବପତ୍ର କିମ୍ବା ଏହାର ଫୁଲକୁ ଚୋବାଇଲେ କୃମି ଜନିତ ରେଗ ଦୂର ହୋଇଥାଏ ।
– ଏହାସହ ଯଦି ପାଦରୁ ଚୋପାଛାଡ଼ୁଛି, ଯାଦୁ,ଏକଜିମା ହୋଇଛି ତେବେ ନିମ୍ବଛେଲିକୁ ଶିଝାଇ ସେହିପାଣିରେ ଆକ୍ରାନ୍ତ ସ୍ଥ୍ାନକୁ ଧୋଇଲେ ଉପକାର ମଳିଥାଏ ।
– ଗୋରୁଙ୍କ କ୍ଷତରେ ନିମ୍ବଛେଲି ଶିଝାଇ ପାଣି ଲାଗଇଲେ ଭଲ ହୋଇଥାଏ ।
– ଖରାଦିନରେ ଘିମିରିରୁ ରଖ୍ୟା ପାଇଁ ନିମ୍ବପତ୍ର ଫୁଟାଇ ସେହିପାଣିରେ ଗାଧୋଇଲେ ଲାଭ ଦାୟକ ହୋଇଥାଏ ।
– ଏହାସହ ମୁଖବ୍ରଣ ଓ ତାହାର ଦାଗ ଭଲ କରିବାରେ ନିମ୍ବପତ୍ର ସହାୟ ହୋଇଥାଏ ।
– ଏହାସହ ସପ୍ତାହରେ ୨ଥର ନିମ୍ବ ପତ୍ର ବାଟି ସେଥିରେ କିଛି ହଳଦୀ,ମହୁ ମିଶାଇ ଲଗାନ୍ତୁ ତ୍ୱଚାରେ ଚମକ ଆସିଥାଏ ।
No Comment