ମେଡ଼ିସିନକୁ କରନ୍ତୁ ବାଏ ବାଏ, ନିଜେ ହୁଅନ୍ତୁ ନିଜର ଚିକିତ୍ସକ

Avoid medicine, adopt natural healing process

ଆମେ ତ ପୂର୍ବରୁ ଆଣ୍ଟିବାଇଓଟିକ୍ ଦୀର୍ଘ ଦିନ ଧରି ସେବନ କରିବାର ଦୁଷ୍ପରିଣାମ ବିଷୟରେ କହିସାରିଛୁ । ମେଡିସିନ୍ ବହୁ ଦିନ ଧରି ସେବନ କରିବା ଫଳରେ ଶରୀର ହିତକାରୀ ଜୀବାଣୁର ମୃତ୍ୟୁ ହେବା ସହ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ନିଶ୍ଚିହ୍ନ ହୋଇଯାଏ କହିଲେ ଚଳେ । ସଂପ୍ରତି ବ୍ୟସ୍ତ ବହୁଳ ଜୀବନଚର୍ଯ୍ୟା, କର୍ମ କ୍ଷେତ୍ରରେ ଅତ୍ୟଧିକ ମାନସିକ ଚାପ, ପାରିବାରିକ ଅଶାନ୍ତି, ଅନିୟମିତ ଓ ଅସମୟରେ ବିଷାକ୍ତ ଖାଦ୍ୟ ଗ୍ରହଣ ବିଭିନ୍ନ ଦୂରାରୋଗ୍ୟ ବ୍ୟାଧିର ମୂଳ କାରଣ । ଡାଇବେଟିସ୍ ମିଲେଟସ୍, କ୍ରୋନିକ୍ ଗ୍ୟାଷ୍ଟ୍ରାଇଟିସ୍, ମୂତ୍ର ସଂକ୍ରମଣ ଆଦି ରୋଗ ସମାଜକୁ ଆବୋରି ବସିଲାଣି । ଶାସ୍ତ୍ର ମତ ଅନୁଯାୟୀ survival of the featest. ଏହାର ଗୁଢ ଅର୍ଥ ହେଲା ଯେ ଉତ୍ତମ ଶରୀରର ଅଧିକାରୀ ସେ ବହୁ ଦିନ ପର୍ଯ୍ୟନ୍ତ ହସ ଖୁସିରେ ଜୀବନ ଅତିବାହିତ କରେ । କର୍ମ କ୍ଷେତ୍ରରେ ମଧ୍ୟ ଅତ୍ୟନ୍ତ ସକ୍ରିୟତାର ସହ ସମସ୍ତ କର୍ମ ନିର୍ବାହ କରି ସମସ୍ତଙ୍କର ପ୍ରଶଂସାଭାଜନ ହୁଏ । ଏବେ ବିଭିନ୍ନ ଜୀବନ ରକ୍ଷାକାରୀ ମେଡିସିନ୍ ଆମେ ପ୍ରତିଦିନ ଖାଇବା ଦ୍ୱାରା ରୋଗରୁ ସାମୟିକ ଉପଶମ ପାଉଥିଲେ ମଧ୍ୟ ମାନ୍ଦାପଣ, ଢୁଳେଇବା, ଫୁର୍ତ୍ତି ଅନୁଭବ ନକରିବା, ତ୍ୱଚାର ଚମକ ହରାଇବା ଆଦି ବିଭିନ୍ନ ପାର୍ଶ୍ୱ ପ୍ରତିକ୍ରିୟାର ସମ୍ମୁଖୀନ ହେଉଛୁ । ଫଳରେ ଦକ୍ଷତା ମୁତାବକ କାମ ଆମେ କର୍ମକ୍ଷେତ୍ରରେ ସମ୍ପାଦନ କରିପାରୁନାହୁଁ । ସାଇଡ୍ ଇଫେକ୍ଟସଯୁକ୍ତ ମେଡ଼ିସିନ ବାଦ ଦେଇ ଦୈନନ୍ଦିନ ସକ୍ରିୟ ଜୀବନଯାପନ କରିବା ପାଇଁ ଆମେ କେତେକ ସରଳ ସୂତ୍ର ଏଠାରେ ଉପସ୍ଥାପନ କରୁଛୁ ।

– ସଠିକ୍ ପୋଷଣ, ଉତ୍ତମ ହଜମ କ୍ରିୟା, ଶରରୀରୁ ଦୂଷିତ ପଦାର୍ଥ ନିଷ୍କାସନ ଆଦି କ୍ରିୟା ସଠିକ୍ ରୂପେ ସମ୍ପାଦିତ ହେଲେ ଆମେ ଚିର ନୀରୋଗ ରହିପାରିବା ।

 

– ଶରୀରର ଆବଶ୍ୟକତା ଅନୁଯାୟୀ ଫଳମୂଳ, ଶାଗ, ପନିପରିବା ଆଦି ଫାଇବର ଜାତୀୟ ଖାଦ୍ୟ, ମାଛ, ମାଂସ, ଅଣ୍ଡା, କ୍ଷୀର ଆଦି ପ୍ରାଣୀଜ ଖାଦ୍ୟ ନିତିଦିନିଆ ଖାଦ୍ୟ ଥାଳିରେ ସାମିଲ କରାଯିବା ନିତ୍ୟାନ୍ତ ଆବଶ୍ୟକ ।

– ଶୁଦ୍ଧ ଜଳ, ଉନ୍ନତ ପରିମଳ ବ୍ୟବସ୍ଥା ସୁସ୍ଥ ଶରୀର ପାଇଁ ଅମୋଘ ଅସ୍ତ୍ର ।

– ଶରୀରରୁ ବାୟୁ(ଗ୍ୟାସ), କଫ, ପିତ୍ତ ଆଦି ନିଷ୍କାସନ ନହେଲେ ବିଭିନ୍ନ ରୋଗ ସୃଷ୍ଟି ହେବା ଅବଶ୍ୟମ୍ଭାବୀ । ଏସବୁ ବର୍ଜ୍ୟବସ୍ତୁ ଶରୀରରୁ ଉତ୍ତମ ରୂପେ ନିଷ୍କ ।ସନ ହେବା ପାଇଁ ଗୋଟିଏ ସମୟରେ ଖାଦ୍ୟ ଗ୍ରହଣ, ଦୈନନ୍ଦିନ ବ୍ୟାୟାମ, ପ୍ରଚୁର ଜଳ ପାନ, ସପ୍ତାହକୁ ଥରେ ଉପବାସ, ମୋୖନବ୍ରତ, ଧ୍ୟାନ ଆଦିର ଆବଶ୍ୟକତା ରହିଛି ।

– ମାସକୁ ଥରେ ଲୁଣ ପାଣି ପିଇ ଆଙ୍ଗୁଠି ପୂରାଇ ବାନ୍ତି କରନ୍ତୁ । ଶରୀର ମଧ୍ୟରେ ଜମି ରହିଥିବା କଫ , ପିତ୍ତ ଆଦି ବାହାରିଯିବ । ଆପଣ ତାଜା ଅନୁଭବ କରିବେ ।

– ଗ୍ୟାସ ସମ୍ବନ୍ଧୀୟ ସମସ୍ୟା ଥିଲେ ରାତି ୮ଟାରେ ରାତ୍ର ଭୋଜନ କରିବେ । ୧୦ଟାରେ ଶୋଇବାକୁ ଯିବେ । ୭ରୁ ୮ ଘଣ୍ଟା ସୁନିଦ୍ରା ଗଲାପରେ ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରିବେ । ଦେଖିବେ ମଳ, ମୂତ୍ର ନିଷ୍କ ।ସନ ଉତ୍ତମରୂପେ ହେବ ଏବଂ ଆପଣ ପୂର୍ବାପେକ୍ଷା ଫୂର୍ତ୍ତି ଅନୁଭବ କରିବେ ।

– medicine itself is a disease. ତେଣୁ ଅଧିକ ଦିନ ମେଡିସିନ୍ ଖାଆନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ।
– ବଡି ମସାଜ୍, ସୂର୍ଯ୍ୟ ଏବଂ ବାୟୁ ସ୍ନାନ, ଉପବାସ, ଗଜକରଣି, ମୋୖନବ୍ରତ, ସକାଳୁ ଉଷୁମ ପାଣି ସେବନ, ଘୃତକୁମାରୀ ପତ୍ରକୁ ଗ୍ରାଇଣ୍ଡିଂ କଲେ ପ୍ରସ୍ତୁତ ହେଉଥିବା ରସ ପାନ, ବ୍ୟାୟାମ ଆଦି କ୍ରିୟା ସଠିକ୍ ରୂପେ ସମ୍ପାଦନ କଲେ ଆପଣ ପୁଣି ପୁରୁଣା ସ୍ୱାସ୍ଥ୍ୟ ଫେରିପାଇବେ ।

– ଖାଦ୍ୟରେ ଲୁଣ, ଚିନି, ତେଲ, ମସଲା ଆଦି କମ୍ କରିବାକୁ ପଡିବ । ଦରଶିଝା ପନିପରିବା, ଶାଗ, ଫଳମୂଳ ଆଦି ଫାଇବର ଜାତୀୟ ଖାଦ୍ୟ ନିତିଦିନିଆ ଖାଦ୍ୟ ଥାଳିରେ ସାମିଲ କଲେ ଶରୀରର ଆଭ୍ୟନ୍ତରୀଣ କ୍ରିୟା ଉତ୍ତମ ରୂପେ ସମ୍ପାଦିତ ହେବ ।

Previous ଟି -20 ଦଳକୁ ଫେରିଲେ ରୈନା
Next ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ମମତା ଓ ପଙ୍କଜଙ୍କୁ 1 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର

No Comment

Leave a reply

Your email address will not be published. Required fields are marked *