ଗ୍ୟାଷ୍ଟ୍ରିକ ସମସ୍ୟାରୁ ସବୁଦିନ ପାଇଁ ପାଆନ୍ତୁ ମୁକ୍ତି, ଆପଣାନ୍ତୁ ଏହି ଉପାୟ


ପେଟ ରୋଗ ପାଇଁ ତୁଟୁକା ଚିକିତ୍ସାକଥାରେ ଅଛି ଚିନ୍ତା ଖାଏ ଗଣ୍ଡି, ଲୁଣ ଖାଏ ହାଣ୍ଡି । ଏବେକାର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ହିଁ ସମସ୍ତ ରୋଗର ପ୍ରମୁଖ କାରଣ ବୋଲି ନିଦ୍ୱର୍ନ୍ଦରେ କୁହାଯାଇପାରେ । କର୍ମ ଚାପ, ସ୍ୱାମୀ ସ୍ତ୍ରୀ କଳହ, ପ୍ରେମ ବ୍ୟାପାର, ପାଠ ପଢାର ବୋଝ, ସହରରେ ମଧ୍ୟବିତ୍ତ ତଥା ନିମ୍ନ ମଧ୍ୟବିତ୍ତ ପରିବାରର ପିଲାଙ୍କର ମୋୖଳିକ ଚାହିଦା ପୂରଣ ପାଇଁ ନିତିଦିନିଆ ସଂଘର୍ଷ ହିଁ ବିଭିନ୍ନ ଦୁଶ୍ଚିନ୍ତାର କାରଣ । ଦୁଃଶ୍ଚିନ୍ତା ବଢିବା ଯୋଗୁଁ ରାତିରେ ନିଦ ନ ହେବା ସ୍ୱାଭାବିକ କଥା । ନିଦ୍ରାହୀନତା ହିଁ ବଦହଜମିର ମୂଳକାରଣ । ଅନେକ ଦିନ ଧରି ବଦହଜମି ଲାଗି ରହିଲେ ଅଲସର ଭଳି ଗୁରୁତର ସମସ୍ୟା ମଧ୍ୟ ଦେଖାଦେଇଥାଏ । ତେଣୁ ପରୋକ୍ଷରେ କୁହାଯାଏ ଦୁଃଶ୍ଚିନ୍ତାର ଫସଲ ଅଲସର । ସନ୍ତୁଳିତ ଆହାର, ସୁନିଦ୍ରା ଏବଂ ଦୈନନ୍ଦିନ ବ୍ୟାୟାମ ଆପଣଙ୍କୁ ପେଟଜନିତ ସମସ୍ୟାରୁ ସବୁ ଦିନ ପାଇଁ ମୁକ୍ତି ଦେଇପାରିବ । ହଜମଜନିତ ସମସ୍ୟାରୁ ଆଶ୍ୱସ୍ତି ପାଇବା ପାଇଁ ଆପଣାନ୍ତୁ ନିମ୍ନୋକ୍ତ ସରଳ ଉପାୟ

– ସଅଳ ବିଛଣାକୁ ଯାଆନ୍ତୁ ଏବଂ ଶୀଘ୍ର ଶଯ୍ୟା ତ୍ୟାଗ କରନ୍ତୁ ।

– ସକାଳୁ ଉଠିବାର ଠିକ୍ ଦୁଇ ଘଣ୍ଟାରେ ଜଳଖିଆ ଖାଆନ୍ତୁ  ।

– ସକାଳ ଜଳଖିଆରେ ଫଳମୂଳ, ଛତୁଆ, କ୍ଷୀର, ସବୁଜ ପନିପରିବାଯୁକ୍ତ ସାଲାଡ୍ ସାମିଲ କରନ୍ତୁ ।

– ପ୍ରତି ତିନି ଘଣ୍ଟାରେ ଥରେ ଡାଇଜେଷ୍ଟିଭ ଫୁଡ୍ ଖାଆନ୍ତୁ ।

– ମିଡ୍ ଲଞ୍ଚରେ ଶେଓ ଖାଆନ୍ତୁ ।

– ଦିନ ଗୋଟାଏରେ ମଧ୍ୟାହ୍ନଭୋଜନ କରନ୍ତୁ ।

– ମଧ୍ୟାହ୍ନ ଭୋଜନରେ ତରକାରି, ଡାଲି, ଦହି ଏବଂ ଉଷୁନା ଭାତ ଖାଆନ୍ତୁ ।

– ଖାଇବାର ୪୫ ମିନିଟ୍ ରୁ ଘଣ୍ଟେ ପରେ ପାଣି ପିଅନ୍ତୁ ।

– ଉପରବେଳା ସ୍ନାକ୍ସରେ ଫଳ କିମ୍ବା ଲୁଣି ବିସ୍କୁଟ ଖାଇପାରିବେ ।

– ରାତ୍ରି ଭୋଜନରେ  ରୁଟି ସହିତ ଡାଲମା କିମ୍ବା ତରକାରି ଖାଇପାରିବେ ।

– ଉପରବେଳା ଫଳରସ ମଧ୍ୟ ପିଇପାରିବେ ।

– ସପୁରି ଜୁସ୍ ପିଇଲେ ବଦହଜମି ସମସ୍ୟା ଦୂର ହୋଇଥାଏ । କଳା ଅଙ୍ଗୁର ରସ କୋଷ୍ଠକାଠିନ୍ୟ ପାଇଁ ବେଶ୍ ଫଳପ୍ରଦ । ମୋୖସମ୍ବୀ ଜୁସ୍ ଏସିଡିଟି ପାଇଁ ବେଶ୍ ଲାଭଦାୟକ ।

– ଦୈନନ୍ଦିନ ସକାଳୁ ଯୋଗ, ପ୍ରାଣାୟାମ, ଧ୍ୟାନ ଏବଂ ବ୍ୟାୟାମ କରି ମଧ୍ୟ ପେଟ ସମସ୍ୟାରୁ ନିଜକୁ ଦୂରରେ ରଖିପାରିବେ ।

 

– ଅରୁଆ, ବିରି, ମଇଦା, ଚିନି, ବେସନ ଆଦି ପରିହାର କରନ୍ତୁ ଏବଂ ଗ୍ୟାଷ୍ଟ୍ରିକ ସମସ୍ୟାରୁ ଦୂରେଇ ରହନ୍ତୁ ।

– ନିଜକୁ ସବୁବେଳେ ସକରାତ୍ମକ କର୍ମରେ ନିୟୋଜିତ ରଖନ୍ତୁ ।

– ଖୁସିରେ ରହିବା ସଙ୍ଗେସଙ୍ଗେ ହତାଶ ଭାବକୁ ପାଖ ମାଡିବାକୁ ଦିଅନ୍ତୁ ନାହିଁ ।

– କୌଣସି କଥାକୁ ନେଇ ବିଚଳିତ ହୁଅନ୍ତୁ ନାହିଁ ।

 

– ପାରୁ ପର୍ଯ୍ୟନ୍ତ ଶାନ୍ତ ରହନ୍ତୁ ଏବଂ ପୁସ୍ତକ ପଠନରେ ମନୋନିବେଶ କରନ୍ତୁ ।

– ପ୍ରତି ୩୦ ମିନିଟ୍ ରେ ୧୦୦ ମିଲି ଲେଖାଏଁ ପାଣି ପିଅନ୍ତୁ । ମସ୍ତିଷ୍କରୁ ସନ୍ଦେଶ ପାଇବା ମାତ୍ରେ ଶରୀରର ସ୍ୱାଭାବିକ ପ୍ରକ୍ରିୟା ଯଥା ମଳ, ମୂତ୍ର, କ୍ଷୁଧା, ଶୋଷ, ନିଦ୍ରା ଆଦି ସଙ୍ଗେସଙ୍ଗେ ସମାପନ କରନ୍ତୁ ।

– ପଇଡ ପାଣି, ଆକ୍ୱାଗାର୍ଡ କିମ୍ବା ଫୁଟା ପାଣିକୁ ଛାଣି ପିଇପାରିବେ ।

– ତିନି ଭାଗରୁ ଏକ ଭାଗ ପାଣି ରହିଲା ପର୍ଯ୍ୟନ୍ତ ଫୁଟାଇବେ ଏବଂ ତାକୁ ଛାଣି ପିଇବେ । ଏହି ଧାରାରେ ଜଳପାନ କଲେ ଗ୍ୟାଷ୍ଟ୍ରିକ ସମସ୍ୟା ପାଖ ମାଡିବ ନାହିଁ ।

– ଯେତେ ପାରିବେ ସେତେ କମ୍ ଫୋନରେ କମ୍ କଥା ହେବେ ।

– ଖାଦ୍ୟକୁ ଚୋବାଇ ଚୋବାଇ ଖାଆନ୍ତୁ । ଖାଇଲାବେଳେ ସବୁ କଥା ଭୁଲିଯାଇ ଖାଇବାରେ ମନୋନିବେଶ କରନ୍ତୁ । କଥା ବାର୍ତ୍ତା ହୁଅନ୍ତୁ ନାହିଁ କିମ୍ବା ଟିଭି ଦେଖନ୍ତୁ ନାହିଁ ।

Previous କୁକଙ୍କ ପଞ୍ଚମ ଦ୍ୱିଶତକ:ଦୃଢ ସ୍ଥିତିରେ ଇଂଲଣ୍ଡ
Next ହସର କିଛି ରୋଚକ ତଥ୍ୟ

No Comment

Leave a reply

Your email address will not be published. Required fields are marked *