ଫଲୋ କରନ୍ତୁ ଖିଲାଡି କୁମାରଙ୍କ ରୁଟିନ: ରହିବେ ଏଭରଗ୍ରୀନ

Akshya Kumar routine

ଅକ୍ଷୟ କୁମାରଙ୍କୁ ବଲିଉଡର ସବୁଠୁ ଫିଟେଷ୍ଟ ଷ୍ଟାର ବୋଲି ର୍ନିଦ୍ୱନ୍ଦରେ କୁହାଯାଇପାରେ । ବଲିଉଡ ରେ ପ୍ରବେଶ କରିବା ପୂର୍ବରୁ ଜଣେ ମାର୍ସିଆଲ ଆର୍ଟସ ଏକ୍ସପର୍ଟ ଭାବେ ବେଶ୍ ନାଁ କମାଇଲେ ଅକ୍ଷୟ । ମାର୍ସିଆଲ ଆର୍ଟସରେ ବ୍ଲାକ ବେଲ୍ଟ ପାଇଥିବା ଏହି ପ୍ରତିଭାବାନ୍ ଅଭିନେତା ବଲିଉଡ୍ ରେ ପ୍ରବେଶ କରିବା ପୂର୍ବରୁ ଥାଇଲାଣ୍ଡର ଗୋଟିଏ ହୋଟେଲରେ ରୋଷେଇଆ ଭାବେ କାମ କରୁଥିଲେ । ଆଜିକାଲି ପ୍ରାୟ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଫିଟନେସ ଫ୍ରିକ ରହିଛି । ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ କିପରି ଫିଟ୍ ରହିବେ ସେଥିପାଇଁ ସଭିଏଁ ତତ୍ପର । କିଏ ପ୍ରୋଟିନ୍ ସପ୍ଲିମେଣ୍ଟ ଖାଇବାରେ ବ୍ୟସ୍ତ ତ କିଏ ପ୍ରତିଦିନ ଜିମ୍ ଯାଇ ୱାର୍କ ଆଉଟରେ ବ୍ୟସ୍ତ । ବିଭିନ୍ନ କୁସ୍ତି କସରତ ସତ୍ତ୍ୱେ ଦୀର୍ଘ ଦିନ ଧରି ଫିଟନେସ୍ ବଜାଇ ରଖିବା ସଭିଁଙ୍କ ପକ୍ଷରେ ସମ୍ଭବପର ହେଉନାହିଁ । ଆପଣ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ନିମ୍ନୋକ୍ତ ଜୀବନଶୈଳୀକୁ ଆପଣାନ୍ତୁ । ଦେଖିବେ ଆପଣ ବି ଚିର ସବୁଜ ରହିବେ ।

ରାତିରେ ୭ଟା ସୁଦ୍ଧା ଡିନର କରନ୍ତି ଅକ୍ଷୟ । ୯ଟା ବେଳୁ ଶୋଇବାକୁ ଯାଆନ୍ତି ଅକ୍ଷୟ । ସୁନିଦ୍ରା ଓ ସକାଳର ପହିଲି ସୂର୍ଯ୍ୟ କିରଣକୁ ବେଶ୍ ଭଲ ପାଆନ୍ତି ଖିଲାଡି ଷ୍ଟାର । ପାର୍ଟି ଯିବାକୁ ଭଲପାଆନ୍ତି ନାହିଁ ସେ । ଶୃଙ୍ଖଳିତ ଜୀବନଚର୍ଯ୍ୟା, ଦୈନନ୍ଦିନ ବ୍ୟାୟାମ ଏବଂ ସନ୍ତୁଳିତ ଆହାର ହିଁ ତାଙ୍କ ଫିଟନେସର ମୂଳମନ୍ତ୍ର । ବାସ୍କେଟବଲ, ଟ୍ରେକିଂ, କିକ ବକ୍ସିଂ, ସେଡୋ ବକ୍ସିଂ ଏବଂ ଯୋଗରେ ବିଶେଷ ରୁଚି ରଖନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର । ଶରୀରକୁ ଫିଟ ରଖିବା ପାଇଁ ପ୍ରତିଦିନ ୧ ଘଣ୍ଟା ବ୍ୟାୟାମର ଆବଶ୍ୟକତା ରହିଛି ବୋଲି ମତ ଦିଅନ୍ତି ସେ । ଯଦି ଆପଣ କୌଣସି କାରଣରୁ ବ୍ୟାୟାମ କରିପାରୁନାହାଁନ୍ତି ତେବେ ପ୍ରତିଦିନ ଅନ୍ତତଃପକ୍ଷେ ୧ ଘଣ୍ଟା ଚାଲନ୍ତୁ । ଅକ୍ଷୟ କୁମାର ପ୍ରତିଦିନ ସକାଳେ ୧ ଘଣ୍ଟା ସନ୍ତରଣ କରିଥାନ୍ତି । ତାପରେ ୧ ଘଣ୍ଟା ମାର୍ସିଆଲ ଆର୍ଟସ, ଯୋଗ ଏବଂ ଷ୍ଟ୍ରେଚିଂ ଏକ୍ସରସାଇଜ ଏବଂ ପରିଶେଷରେ ମାନସିକ ସ୍ଥିରତା ପାଇଁ ଧ୍ୟାନ କରିଥାନ୍ତି । କୌଣସି ନିଶା ଦ୍ରବ୍ୟ ସେବନ କରନ୍ତି ନାହିଁ ଏହି ଷ୍ଟାର । ଏପରିକି ଚା, କଫି ମଧ୍ୟ ପିଅନ୍ତି ନାହିଁ । ନିଶା ସେବନ କଲେ ବ୍ୟାୟାମ କରିବା ପାଇଁ ଆପଣଙ୍କର ଆଉ ଷ୍ଟାମିନା ରହିବ ନାହିଁ । ମାଙ୍କ ହାତରନ୍ଧା ଖାଦ୍ୟ ଏକ ସୁସ୍ଥ ଶରୀର ଗଠନରେ ସର୍ବୋତ୍ତମ ବୋଲି ମତ ଦିଅନ୍ତି ଅକ୍ଷୟ । ମା ପରଷୁଥିବା ସବୁ ଖାଦ୍ୟ ମୁଁ ଆନନ୍ଦ ମନରେ ଖାଏ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ଖିଲାଡି ଷ୍ଟାର । ସବୁଦିନେ ଗୋଟିଏ ସମୟରେ ଖାଇଥାନ୍ତି ଅକ୍ଷୟ କୁମାର । ରାତି ୭ଟା ସୁଦ୍ଧା ରାତ୍ର ଭୋଜନ ଶେଷ କରିଥାନ୍ତି ସେ । ଶୀଘ୍ର ଡିନର ଶେଷ କରିବାର ଏକ ବୈଜ୍ଞାନିକ କାରଣ ରହିଛି ବୋଲି କହିଛନ୍ତି ଏହି ପ୍ରତିଭାବାନ୍ ଅଭିନେତା । ଶୋଇବାର ଦୁଇ ତିନି ଘଣ୍ଟା ପୂର୍ବରୁ ଡିନର କଲେ ହଜମ କ୍ରିୟା ସମ୍ପାଦିତ କରିବା ପାଇଁ ଶରୀରକୁ ଯଥେଷ୍ଟ ସମୟ ମିଳିଯାଇଥାଏ । କିନ୍ତୁ ଶୋଇବା ପାଖାପାଖି ଡିନର କଲେ ହଜମ କ୍ରିୟାରେ ବାଧା ଉପୁଜିଥାଏ ।

ଅକ୍ଷୟଙ୍କ ଡାଏର୍ଟ ଚାର୍ଟ
ସକାଳ ଜଳଖିଆ- ପରଟା ଏବଂ ୧ ଗ୍ଲାସ ଗରମ କ୍ଷୀର
ମିଡ୍ ଲଞ୍ଚ- ଫଳ
ଲଞ୍ଚ-ରୋଟି, ଡାଲି, ସବୁଜ ପନିପରିବାଯୁକ୍ତ ତରକାରି, କୁକୁଡା ମାଂସ ଏବଂ ଦହି
ଡିନର- ସାଲାଡ, ସୁପ୍ ଏବଂ ସବୁଜ ପନିପରିବା

Previous ଆଇପିଏଲ ଚମ୍ପିଆନ
Next ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ପୁଣି ସୁନା ଜବତ

No Comment

Leave a reply

Your email address will not be published. Required fields are marked *