ଓଡ଼ିଶାର ମହିଳା ପାଇଲଟ୍ – ସେଲଭି ମିଶ୍ର

Lady pilot of Odisha - Shelvi Mishra

ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଶାଇ ସବୁ କ୍ଷେତ୍ରରେ ନିଜ ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ପଛଘୁଞ୍ଚା ଦେଉନାହାନ୍ତି ଆଜିର ମହିଳା । ଜଳ, ସ୍ଥଳ, ଆକାଶ ସବୁଠି ନିଜର ଛାପ ଛାଡ଼ି ଚାଲିଛନ୍ତି । କେନ୍ଦୁଝର ଜିଲ୍ଲା ରୁକୁଣାପୁର ଶାସନର ସେମିତି ଜଣେ ଯୁବତୀ ହେଉଛନ୍ତି ସେଲଭି ମିଶ୍ର । ଯିଏକି ଜଣେ ମହିଳା ପାଇଲଟ ଭାବେ ଏୟାର ଏସିଆ ଏୟାରଲାଇନ୍ସରେ ଏବେ କାର୍ଯ୍ୟରତ ।

ସେଲଭିଙ୍କ ବାପା ବିପିନ ମିଶ୍ର ଭାରତୀୟ ନେଭିର ଜଣେ କର୍ମଚାରୀ । ପିଲାଟି ଦିନୁ ବାପାଙ୍କ ସହ ଜାହାଜରେ ବିଭିନ୍ନ ସ୍ଥାନ ବୁଲିବା ଓ ବିମାନ ଉଡ଼ାଇବାର ମନ ସେଲଭିଙ୍କୁ ବ୍ୟାକୁଳ କରୁଥିଲା । ଜଣେ ଭଲ ପାଇଲଟ ହେବାର ସ୍ୱପ୍ନ ମନରେ ରଖି ସେ ନିଜ କ୍ୟାରିୟର ଗଢ଼ିବାରେ ଲାଗିପଡ଼ିଲେ । ପାଠପଢ଼ା ଶେଷ କରି ଆମେରିକାର ଟେକ୍ସାସ ସହରର ଆଲ୍ଫା ଟ୍ୟାଙ୍ଗୋ ଫ୍ଲାଇଙ୍ଗ ସ୍କୁଲରେ ତାଲିମ ନେଲେ ସେଲଭି । ନିଜ କ୍ୟାରିୟରକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଆଗେଇ ଚାଲିଲେ ସେ ।

ଭାରତର ପ୍ରଥମ ମହାକାଶଚାରୀ କଳ୍ପନା ଚାୱଲାଙ୍କୁ ନିଜର ପ୍ରେରଣା ଭାବୁଥିବା ସେଲଭି ବହୁତ କମ୍ ବୟସରେ ଜଣେ ପାଇଲଟ୍ ହୋଇପାରିଛନ୍ତି । ଭାରତ ଓ ଆମେରିକାରେ ବିମାନ ଉଡ଼ାଣ ପାଇଁ ତାଙ୍କୁ ଲାଇସେନ୍ସ ମିଳିଛି । ପରିବାର, ରୋଷେଇ ଓ ଛୁଆପିଲାଙ୍କ ଯତ୍ନରେ ନିଜକୁ ବାନ୍ଧି ନରଖି ବିଭିନ୍ନ ଦିଗରେ ନିଜର ଦକ୍ଷତା ଦେଖାଇ ସବୁ ମହଲରେ ପ୍ରସଂଶାର ପାତ୍ର ହୋଇପାରୁଛନ୍ତି ଆଜିର ମହିଳା । ସେଲଭିଙ୍କର ଏହି ସଫଳତା ଅନ୍ୟ ମହିଳାଙ୍କୁ ପ୍ରେରଣା ଯୋଗାଇବା ସହ ରାଜ୍ୟ ତଥା ଦେଶର ନାଁ ଉଚ୍ଚ କରିପାରିଛି ।

Previous ବିବାହ କଲେ ଷ୍ଟାର ଫୁଟବଲର ସୁନୀଲ ଛେତ୍ରୀ
Next ଟମାଟୋ ସସ୍ / କେଚପ୍ ପ୍ରସ୍ତୁତି

No Comment

Leave a reply

Your email address will not be published. Required fields are marked *