କିଏ ଏଇ ଲାଫିଙ୍ଗ ବୁଦ୍ଧ?

Story Of Laughing Buddha

‘ଲାଫିଙ୍ଗ ବୁଦ୍ଧ’ ନାମଟି ଘରେ ଘରେ ପରିଚିତ । ସୁଖ, ଶାନ୍ତି, ଧନ, ଐଶ୍ୱର୍ଯ୍ୟ, ଉଜ୍ଜ୍ୱଳ ଭବିଷ୍ୟତ ଇତ୍ୟାଦି ପ୍ରାପ୍ତି ନିମନ୍ତେ ଘରେ ଏହି ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତି ରଖାଯାଏ । ବିଶେଷ କିର ଫେଙ୍ଗଶୁଇ ଓ ବାସ୍ତୁଶାସ୍ତ୍ରରେ ଏହାର ମାନ୍ୟତା ବହୁତ ଅଧିକ । ଏମିତିବି ଲୋକମାନ୍ୟତା ରହିଛି ଯେ ଘରେ ନକରାତ୍ମକ ଶକ୍ତିର ପ୍ରଭାବକୁ କମ୍ କରିବା ପାଇଁ ମଧ୍ୟ ଏହି ମୂର୍ତ୍ତି ରଖାଯାଏ । କିନ୍ତୁ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି କି ଏହି ଲାଫିଙ୍ଗ ବୁଦ୍ଧ ଜଣକ କିଏ ? କ’ଣ ତାଙ୍କ ପରିଚୟ ? ସେ କ’ଣ ଭଗବାନଙ୍କ ଅବତାର ?

ବୁଦ୍ଧ କୌଣସି ବ୍ୟକ୍ତି ବିଶେଷଙ୍କ ନାମ ନୁହେଁ । ବୁଦ୍ଧ ଏକ ଅବସ୍ଥାର ନାମ । ବୁଦ୍ଧ ଶବ୍ଦର ବାସ୍ତବିକ ଅର୍ଥ ହେଉଛି ଜ୍ଞାନର ପ୍ରାପ୍ତି ତେଣୁ ଯାହାଙ୍କୁ ଅପାର ଜ୍ଞାନ ପ୍ରାପ୍ତି ହୁଏ କିମ୍ବା ଯିଏ ଅସମାପ୍ତ ଜ୍ଞାନର ଅଧିକାରୀ ହୋଇଥାନ୍ତି ତାଙ୍କୁ ବୁଦ୍ଧ କୁହାଯାଏ ।

ସାରାବିଶ୍ୱରେ ମହାତ୍ମା ଗୌତମ ବୁଦ୍ଧଙ୍କର ଅନେକ ଶିଷ୍ୟ ଥିଲେ ସେମାନଙ୍କ ମଧ୍ୟରୁ ଜାପାନର ଜଣେ ଶିଷ୍ୟ, ଯାହାଙ୍କ ନାମ ଥିଲା ହୋତେଇ । ସେ ବୁଦ୍ଧଙ୍କୁ ବହୁତ ମାନୁଥିଲେ ଏବଂ ସବୁବେଳେ ତାଙ୍କୁ ଅନୁସରଣ କରିଆସୁଥିଲେ । ସେ ବୁଦ୍ଧଙ୍କ ଭଳି ଆତ୍ମ ଜ୍ଞାନ ପ୍ରାପ୍ତ କରିବାକୁ ଚାହୁଁଥିଲେ, କୁହାଯାଏ ଯତେବେଳେ ତାଙ୍କୁ ଆତ୍ମ ଜ୍ଞାନ ପ୍ରାପ୍ତ ହେଲା ସେ ଖୁସିରେ ଆତ୍ମହରା ହୋଇ ବହୁତ ଜୋର୍ ରେ ହସିବାକୁ ଲାଗିଲେ ଆଉ ସେହିପରି ସାରାଜୀବନ ହସି ଚାଲିଲେ । ସେତେବେଳେ ସେ ଅନୁଭବ କଲେ ଏମିତି ସମସ୍ତେ ହସି ହସି ବଞ୍ଚିଲେ ପରମ ସୁଖ ଓ ଶାନ୍ତି ମିଳିଥାଏ । ସେହିଦିନ ଠାରୁ ଲୋକମାନଙ୍କୁ ହସାଇବା ତାଙ୍କ ଜୀବନର ଚରମ ଲକ୍ଷ୍ୟ ପାଲଟିଗଲା । ସେ ଗାଁ ରୁ ଗାଁ ବୁଲି ଲୋକ ମାନଙ୍କୁ ହସେଇବାରେ ଲାଗିପଡ଼ିଲେ । ଲୋକ ତାଙ୍କ ବିଶାଳକାୟ ଶରୀର, ଉଦର ଏବଂ ବେଶ ପୋଷାକ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ଖୁବ୍ ଖୁସି ମଧ୍ୟ ହେଉଥିଲେ । ଧିରେ ଧିରେ ଲୋକଙ୍କୁ ତାଙ୍କ ଉପସ୍ଥିତି ଆନନ୍ଦ ଦେଲା ଏବଂ ଲୋକମାନେ ତାଙ୍କୁ ହସୁଥିବା ବୁଦ୍ଧ ବା ଲାଫିଙ୍ଗ ବୁଦ୍ଧ କହିବାକୁ ଲାଗିଲେ । ସେ ଗୋଟିଏ ସ୍ଥାନରେ ଛିଡ଼ା ହୋଇ ବିନା କାରଣରେ ପାଗଳଙ୍କ ପରି ହସିବା ଆରମ୍ଭ କରି ଦେଉଥିଲେ । ତାଙ୍କ ସାନ୍ନିଧ୍ୟରେ ରହି ଲୋକମାନେ ବୁଝିଗଲେ କି ବିନାକାରଣରେ ମଧ୍ୟ ହସିହୁଏ । ଏହା ଦ୍ୱାରା ସୁଖ, ଶାନ୍ତି ଓ ପରମ ଆନନ୍ଦ ଅନୁଭବ ହୁଏ ।

ସାଧାରଣତଃ ବିଭିନ୍ନ ଆକାରର ଲାଫିଙ୍ଗ ବୁଦ୍ଧ ବଜାରରେ ମିଳିଥାଏ । କିନ୍ତୁ କେଉଁ ଲାଫିଙ୍ଗ ବୁଦ୍ଧଙ୍କୁ କ’ଣ ପାଇଁ ଘରେ ରଖାଯାଏ ଆସନ୍ତୁ ଜାଣିବା ।


ମାନସିକ ଶାନ୍ତି ନିମନ୍ତେ –
ଧ୍ୟାନମୂଦ୍ରାରେ ବସିଥିବା ଲାଫିଙ୍ଗ ବୁଦ୍ଧ ଘରେ ରଖିଲେ ଆପାର ଶାନ୍ତି ମିଳିଥାଏ । ମନ ବିଚଳିତ ହୁଏ ନାହିଁ ଏବଂ କାମରେ ମନ ଲାଗିବା ସହ ଏକାଗ୍ରତା ବଢ଼ିଥାଏ ।

ସୁଖ ଓ ସମୃଦ୍ଧି ନିମନ୍ତେ –
ଯଦି ଆପଣଙ୍କ ଘର ଭିତରକୁ ପ୍ରବେଶ କରିବା ମାତ୍ରେ କୌଣସି କୋଣ ରହିଛି ସେଠାରେ ହସୁଥିବା ବୁଦ୍ଧଙ୍କ ପ୍ରତିମା ରଖନ୍ତୁ ଯେମିତି ସିଏ ଆସୁଥିବା ଅତିଥିଙ୍କୁ ଦେଖିଲା ପରି ଅନୁଭବ ହେଉଥିବ । କିନ୍ତୁ ତାଙ୍କୁ ରଖିଲା ବେଳେ ବିଶେଷ ଧ୍ୟାନ ଦେବେ ଯେପରି କେହି ତାଙ୍କ ସହ ଧକ୍କା ନ ହୁଅନ୍ତି ।

ସନ୍ତାନ ସୁଖ ନିମନ୍ତେ –
ଲାଫିଙ୍ଗ ବୁଦ୍ଧଙ୍କ ଏପରି ପ୍ରତିମା ଖୋଜନ୍ତୁ ଯେଉଁଥିରେ ସିଏ ଛୋଟ ଛୋଟ ପିଲାମାନଙ୍କ ସହ ବସିଥିବେ । ଏମିତି ମୁର୍ତ୍ତି ରଖିଲେ ଆପଣଙ୍କ ଘରେ ଶିଘ୍ର ଖୁସି ଖବର ମିଳିବାର ସମ୍ଭାବନା ବଢ଼ିଯାଇଥାଏ ।

ଅର୍ଥ ଆମଦାନୀ ନିମନ୍ତେ –
ଥଳି ଧରିଥିବା ଲାଫିଙ୍ଗ ବୁଦ୍ଧଙ୍କୁ ନିଜ ଦୋକାନ କିମ୍ବା ଅଫିସର ମୁଖ୍ୟ ଦ୍ୱାରରେ ରଖିଲେ ଅର୍ଥ ଆମଦାନୀର ବାଟ ଖୋଲିଥାଏ । କିନ୍ତୁ ଧ୍ୟାନ ଦେବେ ଯେପରି ସିଏ ହାତରେ ଧରିଥିବା ଥଳିଟି ପରିପୂର୍ଣ୍ଣ ଥିବ ଖାଲି ନଥିବ ଏବଂ ଥଳିରେ ଥିବା ଜିନିଷ ସବୁ ବାହାରକୁ ଦେଖାଯାଉଥିବ ।


ଟଙ୍କା ପଇସା ସଞ୍ଚୟ ନିମନ୍ତେ –
ଯେଉଁମାନେ ଟଙ୍କା ସଞ୍ଚୟ କରି ପାରୁନାହାନ୍ତି ସେମାନେ ଟଙ୍କା ପାଇସା ଥଳି ଧରିଥିବା ଲାଫିଙ୍ଗ ବୁଦ୍ଧଙ୍କ ମୁର୍ତ୍ତୀ ଘରେ ରଖିବା ଉଚିତ । ଏହା ଦ୍ୱାରା ଅର୍ଥ ଆସୁଥିବା ଦିଗରୁ ଅଧିକ ଲାଭ ମିଳିଥାଏ ।


ନିଜର ଆତ୍ମବିଶ୍ୱାସ ବଢ଼ାଇବା ନିମନ୍ତେ –
ଯେଉଁ ବ୍ୟକ୍ତି ମାନଙ୍କ ମନ ସବୁବେଳେ ବିଚଳିତ ରହୁଥିବ, କୌଣସି ନିର୍ଣ୍ଣୟ ନେଇପାରୁ ନଥିବେ ବା ନିର୍ଣ୍ଣୟ ନେବାର କ୍ଷମତା ନଥିବ ସେମାନେ ନିଜ ଘରେ ଧାତୁରୁ ପ୍ରସ୍ତୁତ ହସୁଥିବା ଲାଫିଙ୍ଗ ବୁଦ୍ଧଙ୍କ ପ୍ରତିମା ଘରେ ରଖନ୍ତୁ ।


ଭାଗ୍ୟ ଉଦୟ ନିମନ୍ତେ –
ଯେଉଁ ବ୍ୟକ୍ତିଙ୍କର ଆର୍ଥିକ ପରିସ୍ଥିତ ଖରାପ ଥିବ, ଆଶାନୁରୂପ ବ୍ୟବସାୟ ହେଉ ନଥିବ ସେମାନେ ଦୁଇ ହାତରେ କମଣ୍ଡଳୁ ଧରିଥିବା ଲାଫିଙ୍ଗ ବୁଦ୍ଧଙ୍କୁ ଘରେ ରଖିଲେ ଏସବୁ ସମସ୍ୟାର ସମାଧାନ ଘଟିବା ସହ ଧାର କରଜରୁ ମଧ୍ୟ ମୁକ୍ତି ମିଳିଥାଏ ଓ ଭାଗ୍ୟ ଉଦୟ ହୋଇଥାଏ ।


ପରିବାରର ସଦଶ୍ୟଙ୍କ ସହ ଭଲ ସମ୍ପର୍କ ନିମନ୍ତେ –
ଘରର ପୂର୍ବ ଦିଗକୁ ପରିବାରର ଭାଗ୍ୟ ଏବଂ ସୁଖ – ଶାନ୍ତିର ସ୍ଥାନ ବୋଲି ଧରାଯାଏ । ଆପଣ ନିଜ ପରିବାରର ସଦଶ୍ୟଙ୍କ ସହ ଭଲ ସମ୍ପର୍କ ସ୍ଥଗିତ ରଖିବା ନିମନ୍ତେ ଦୁଇ ହାତ ଉପରକୁ ଟେକି ଜୋର୍ ରେ ହସୁଥିବା ଲାଫିଙ୍ଗ ବୁଦ୍ଧଙ୍କୁ ଘରର ପୂର୍ବ ଦିଗରେ ରଖନ୍ତୁ । ଘରେ ସୁଖ ଶାନ୍ତି ନିମନ୍ତେ ଗୋଟେ ହାତରେ ସୂନା କଏନ ଏବଂ ଅନ୍ୟ ହାତରେ ପଙ୍ଖା ଧରିଥିବା ଲାଫିଙ୍ଗ ବୁଦ୍ଧଙ୍କୁ ଘରେ ରଖନ୍ତୁ ।


ଗୁଣି ଗାେରେଡ଼ି ନିମନ୍ତେ –
ଯଦି ଅପଣଙ୍କୁ ଲାଗୁଥାଏ ଯେ ଆପଣଙ୍କ ଘର କି ପରିବାର ସଦଶ୍ୟଙ୍କ ଉପରେ କେହି ଗୁଣି ଗାରେଡ଼ି କରିଥାଏ ତେବେ ଆପଣ ଡ଼୍ରାଗନ ଉପରେ ବସିଥିବା ଦିବ୍ୟ ଶକ୍ତିର ଅଧିକାରୀ ଲାଫିଙ୍ଗ ବୁଦ୍ଧଙ୍କୁ ଘରେ ରଖନ୍ତୁ ।

ଉପହାର ଦେବା ନିମନ୍ତେ –
ଯଦି କାହାକୁ ଲାଫିଙ୍ଗ ବୁଦ୍ଧ ଉପହାର ସ୍ୱରୂପ ଦେବାକୁ ଚାହୁଁଥାନ୍ତି ତେବେ ଶୋଇଥିବା ଲାଫିଙ୍ଗ ବୁଦ୍ଧ ଦିଅନ୍ତୁ ଯଦ୍ୱାରା ଉପହାର ଦେଇଥିବା ଏବଂ ଉପହାର ଗ୍ରହଣ କରିଥିବା  ଉଭୟଙ୍କ ପାଇଁ ଲାଭଦାୟୀ ହୋଇଥାଏ । ଲାଫିଙ୍ଗ ବୁଦ୍ଧଙ୍କୁ ରଖିବା ସମୟରେ ସବୁବେଳେ ଧ୍ୟାନ ଦେବେ ଯେପରି ସିଏ ଆପଣଙ୍କ ଅଖି ସିଧା ଉଚ୍ଚାରେ ରହିବେ ।

– ସୁନୈନା ମହାନ୍ତି

Previous ନିୟମିତ ପାଚିଲା କଦଳୀ ଖାଆନ୍ତୁ, ମିଳିବ ଏହି 10 ଉପକାର
Next ENG – PROSE – A LETTER TO GOD

No Comment

Leave a reply

Your email address will not be published. Required fields are marked *