ହସରୁ ଜାଣନ୍ତୁ ଝିଅଙ୍କ ସ୍ୱଭାବ

laugh reveals secrets of a girl

– ପୁରୁଷ ପିଲାଙ୍କୁ ଦେଖି କଣେଇ ଚାହିଁ ହସିଲେ କାମିନୀ କାଞ୍ଚନ ପ୍ରତି ତାଙ୍କର ଅଧିକ ସରାଗ ରହିଛି ବୋଲି ଜଣାପଡିବ ।

– ଠୋ ଠୋ ହୋଇ ସର୍ବ ସମ୍ମୁଖରେ ହସିଲେ ଲଜ୍ଜା ଭଳି ସୁଗୁଣ ସେହି ନାରୀଙ୍କ ପାଖରେ ନାହିଁ ବୋଲି ସ୍ପଷ୍ଟ ହୋଇଯିବ ।

– ମଥାନତ ହୋଇ ଚାପା ହସ ହସିଲେ ନାରୀଟି ଉତ୍ତମ ସ୍ୱଭାବର ବୋଲି ଜଣାଯିବ ।

– ପ୍ରତିଟି କଥାରେ ହସୁଥିବା ନାରୀର ଚାରିତ୍ରିକ ସ୍ଖଳନ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

– ଗୁରୁଜନଙ୍କ କଥାକୁ ହସରେ ଉଡାଇଦେଉଥିବା ନାରୀ କୁଳ ଉଜାଡା ହୋଇପାରନ୍ତି ।

– ଲୋକଙ୍କ ଅସହାୟତାରେ ହସୁଥିବା ଦୁଷ୍ଟା କେବେବି ନାରୀ ଯୋଗ୍ୟା ନୁହଁନ୍ତି ।

– ନିଭୃତ କୋଠରୀରେ ଶଯ୍ୟାରେ ଉପବେଶନ କରି ମନେ ମନେ ହସୁଥିବା ନାରୀ କାହା ପ୍ରେମରେ ଉବୁଟୁବୁ ହେଉଛନ୍ତି ବୋଲି ସ୍ପଷ୍ଟ ଭାବେ କହିହେବ ।

– ହସିଲାବେଳେ ଗାଲରେ ଭଉଁରି ଖେଳୁଥିବା ଝିଅ ଗୋଟିଏ ସମ୍ପର୍କରେ କେବେ ସ୍ଥିର ହୋଇରହିପାରନ୍ତି ନାହିଁ ।

– ଦାନ୍ତ ବାହାରକୁ ନଦେଖାଇ ଶାନ୍ତ ଭାବେ ହସୁଥିବା ନାରୀ ଅତ୍ୟନ୍ତ ପରିପକ୍ୱ ହୋଇଥାନ୍ତି । ସେମାନେ ପରିବାର ଓ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।

Previous ରୋନାଲଡୋଙ୍କ ଦବଦବା: ରିଅଲ୍ ମାଦ୍ରିଦ ବିଜୟୀ
Next ସ୍ୱାସ୍ଥ୍ୟ ଉପଯୋଗୀ ତୁଳସୀ

No Comment

Leave a reply

Your email address will not be published. Required fields are marked *