ଜାଣନ୍ତୁ Ola Cabsର ଅତୀତ ଓ ବର୍ତ୍ତମାନ

Interesting Facts about Ola Cabs

ଟେକ୍ନୋଲଜିର ଏହି ଯୁଗରେ ସବୁକିଛି ସୁବିଧାରେ ଓ ହାତପାହାନ୍ତାରେ ମିଳିଯାଉଛି । କେଉଁଠିକି ଯିବାକୁ ହେଲେ ଆମକୁ ଆଉ ଟାକ୍ସି ବା ଅଟୋ ଷ୍ଟାଣ୍ଡକୁ ଯିବାକୁ ପଡ଼ୁନି କିମ୍ବା ରାସ୍ତା କଡ଼ରେ ଠିଆ ହୋଇ ଗାଡ଼ି ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ୁନି ।  ମୋବାଇଲରେ ଗୋଟିଏ କଲ୍ ବା ମେସେଜ୍ କଲେ ଆପଣଙ୍କ ପାଖରେ ପହଞ୍ଚିଯାଉଛି ଓଲା କ୍ୟାବ୍ । ଆମ ଦେଶରେ ଏହି ସୁବିଧା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ Ola Cabs ର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । Ola Cabs ସମ୍ପର୍କିତ କିଛି ତଥ୍ୟ ଆମେ ଆପଣମାନଙ୍କୁ କହି ରଖୁଛୁ ।

– ୨୦୧୦ ଡିସେମ୍ବର ୩ରେ ମୁମ୍ବାଇ ସହରରେ ପ୍ରଥମେ Ola Cabsର ସେବା ଆରମ୍ଭ କରାଯାଇଥିଲା ।

– Ola Cabsର ପ୍ରତିଷ୍ଠାତା ହେଉଛନ୍ତି ‘ଭବିଶ ଅଗ୍ରୱାଲ’ ।

– Ola Cabsର ସେବା ଆରମ୍ଭ ହେବାର ୪ ବର୍ଷ ମଧ୍ୟରେ ଦେଶରେ କମ୍ପାନୀର ପାଖାପାଖି ୨ ଲକ୍ଷ କାର ଚାଲିବା ଆରମ୍ଭ ହୋଇଯାଇଥିଲା ।

– ଆମ ଦେଶର ପ୍ରାୟ ୧୦୦ଟି ସହରରେ ଏବେ ୩ ଲକ୍ଷ ୫୦ ହଜାରରୁ ଅଧିକ Ola Cabs ଲୋକଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇପାରୁଛି ।

– Ola Cabs ପ୍ରାରମ୍ଭିକ ଅବସ୍ଥାରେ Olatri.com ନାମରେ ନିଜ ସେବା ଯୋଗାଇ ଆସୁଥିଲା ।

– Olaର ବାର୍ଷିକ ଆୟ ୭୫୦ କୋଟିରୁ ଅଧିକ ।

– ଆମ ଦେଶରେ ପ୍ରତିଦିନ ୧୦ଲକ୍ଷରୁ ଅଧିକ ଥର Ola Cabs ବୁକିଙ୍ଗ୍ ହୋଇଥାଏ । 

– ବାଙ୍ଗାଲୁରୁର ‘Taxi for sure’ ନାମକ ଏକ କମ୍ପାନୀକୁ ୨୨୦ ମିଲିଅନ ଡଲାର ଦେଇ Ola କିଣିନେଇଥିଲା ।

– Ola Cabsରେ ପାଖାପାଖି ୫ହଜାର କର୍ମଚାରୀ କାମ କରନ୍ତି ।

– Ola କମ୍ପାନୀ Ola Cafe, Ola Store, Ola Shuttle, Ola Money ଓ Ola Corporate ଭଳି ସେବା ପ୍ରଦାନ କରୁଛି ।

– Ola କମ୍ପାନୀ ଟ୍ୟାକ୍ସି ସାଙ୍ଗକୁ ଅଟୋ ସେବା ମଧ୍ୟ ଯୋଗାଇ ଦେଉଛି ।

– ୧୦ x ୧୨ ଫୁଟର ଗୋଟିଏ ଛୋଟ ଘରେ Ola କମ୍ପାନୀର ପ୍ରଥମ କାର୍ଯ୍ୟାଳୟ ଆରମ୍ଭ କରାଯାଇଥିଲା ।

– Olaର ପ୍ରତିଷ୍ଠାତା ‘ଭବିଶ ଅଗ୍ରୱାଲ’ କମ୍ପାନୀର ପ୍ରାରମ୍ଭିକ ପର୍ଯ୍ୟାୟରେ ନିଜେ ଡ୍ରାଇଭର ଭାବେ କାମକରିଥିଲେ ।

– ଭବିଶ ଅଗ୍ରୱାଲଙ୍କ ପାଖରେ ଏବେବି ତାଙ୍କ ନିଜର ଗୋଟିଏ ବି ହେଲେ କାର ନାହିଁ ।

ଦିପ୍ତିରଞ୍ଜନ ବେହେରା

Previous ଡନଙ୍କ ରେକର୍ଡ଼ ଭାଙ୍ଗିଲେ ବାହିର
Next ଲକ୍ଷ୍ୟ ସାଧନର ଚାବିକାଠି

No Comment

Leave a reply

Your email address will not be published. Required fields are marked *