ପ୍ରଫେସର ଅଶାୟୀଙ୍କୁ ସୁଯୋଗ

opportunity for professor aspirants

ମହାବିଦ୍ୟାଳୟମାନଙ୍କରେ ଅଧ୍ୟାପକ ଏବଂ ସହାୟକ ପ୍ରାଧ୍ୟାପକ ବୃତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ଦ୍ୱାରା ପରିଚାଳିତ ନ୍ୟାସନାଲ୍ ଏଲିଜିବିଲିଟି ମେଧା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଏବଂ ଦେଶର ବିଭିନ୍ନ ସ୍ୱନାମଧନ୍ୟ ଶିକ୍ଷା ପ୍ରତିଷ୍ଠାନରେ ଜୁନିୟର ରିସର୍ଚ୍ଚ ଫେଲୋସିପ୍ ପ୍ରୋଗ୍ରାମରେ ନାମ ଲେଖାଇବା ପାଇଁ ମଧ୍ୟ ନ୍ୟାସନାଲ୍ ଏଲିଜିବିଲିଟି ଟେଷ୍ଟ ମେଧା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସର୍ବନିମ୍ନ ଯୋଗ୍ୟତା ।

ୟୁଜିସି-ନେଟ୍ ପାଇଁ ଶିକ୍ଷାଗତ ଯୋଗ୍ୟତା – ସାଧାରଣ ବର୍ଗର ଛାତ୍ରଛାତ୍ରୀ ପୋଷ୍ଟ ଗ୍ରାଜୁଏସନ୍ ରେ ଅତିକମ୍ ରେ ୫୫ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ । ଅନ୍ୟ ପଛୁଆ ବର୍ଗ, ଅନୁସୂଚିତ ଜାତି, ଜନଜାତି ଏବଂ ଦିବ୍ୟାଙ୍ଗ ପରୀକ୍ଷାର୍ଥୀ ପିଜି ପାଠ୍ୟକ୍ରମରେ ଅତିକମ୍ ରେ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ ।

ପରୀକ୍ଷା ଦେୟ – ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଦେୟ ୧୦୦୦ ଟଙ୍କା ରଖାଯାଇଥିବାବେଳେ ଅନ୍ୟ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୫୦୦ ଟଙ୍କା ରହିଛି । ଅନୁସୂଚିତ ଜାତି, ଜନଜାତି, ତୃତୀୟ ଲିଙ୍ଗ ଏବଂ ଦିବ୍ୟାଙ୍କ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦେୟ ୨୫୦ ଟଙ୍କା ରହିଛି।

ଫର୍ମ ଆବେଦନ ଆରମ୍ଭ – ୬.୩.୨୦୧୮

ଫର୍ମ ଆବେଦନର ଶେଷ ତାରିଖ – ୫.୪.୨୦୧୮

ପରୀକ୍ଷା ଦେୟ ଦାଖଲ କରିବାର ଶେଷ ତାରିଖ – ୬.୪.୨୦୧୮

ଫର୍ମ ସଂଶୋଧନ ଅବଧି – ୨୫.୦୪.୨୦୧୮ରୁ ୧.୦୫.୨୦୧୮

ୟୁଜିସି-ନେଟ ମେଧା ପରୀକ୍ଷା ନିର୍ଦ୍ଧାରିତ ତାରିଖ – ୮.୦୭.୨୦୧୮

ଫର୍ମ ଆବେଦନ ସକାଶେ ୱେବସାଇଟ୍ – cbsenet.nic.in

Previous ନୈସର୍ଗିକ ଉପମାର ଗନ୍ତାଘର ରୋବର୍ସ କେଭ
Next ଅମହଣିଆ ରାବାଡା

No Comment

Leave a reply

Your email address will not be published. Required fields are marked *