ଜାଣି ରଖନ୍ତୁ ଗୁଗଲ୍ ସର୍ଚ୍ଚ କରିବାର ଏହି 10ଟି ନୂଆ କୌଶଳ

Google Search Tips

ଇଣ୍ଟରନେଟରେ ଯେଉଁ ତଥ୍ୟ ଖୋଜିବାର ଥିଲେ ବି ଆମେ ପ୍ରଥମେ ଗୁଗଲ୍ ସର୍ଚ୍ଚକୁ ଯାଇଥାଉ । ସେଠାରେ ସର୍ଚ୍ଚ ବାର୍ ରେ କି-ୱାର୍ଡ ଟାଇପ୍ କରି ସର୍ଚ୍ଚ କରିଥାଉ । କିନ୍ତୁ ଆପଣ ଜାଣିଛନ୍ତି କି, କେବଳ କି-ୱାର୍ଡ ଟାଇପ ନକରି ସେଠାରେ କେତେକ ନିର୍ଦ୍ଦିଷ୍ଟ ଶବ୍ଦ ଓ ଚିହ୍ନ ସହ କି-ୱାର୍ଡ ଟାଇପ୍ କଲେ ଆପଣଙ୍କ ସର୍ଚ୍ଚ ଆହୁରି ସଠିକ୍ ଏବଂ ସହଜ ହୋଇପାରିବ? କିଛି ସମୟରେ ଆପଣ ଖୋଜୁଥିବା ସମସ୍ତ କି-ୱାର୍ଡ ଆପଣଙ୍କ ମନେ ନଥାଏ, ଆଉ କେତେବେଳେ ଆପଣ ଖୋଜୁଥିବା ତଥ୍ୟ ସହ ଅନେକ ଅଦରକାରୀ ତଥ୍ୟ ମଧ୍ୟ ସର୍ଚ୍ଚ ପେଜ୍ ରେ ଆସିଯାଇଥାଏ । କିନ୍ତୁ ଏସବୁକୁ ଏଡ଼ାଇବାର ସୂତ୍ର ମଧ୍ୟ ରହିଛି । ଜାଣି ରଖନ୍ତୁ ଏହି 10ଟି ଅଭିନବ କୌଶଳ, ଯାହା ଆପଣଙ୍କ କାମରେ କେବେବି ଆସିପାରେ ।

  1. or କିମ୍ବା | ର ବ୍ୟବହାର: ଯଦି ଆପଣ ଗୁଗଲରେ ଖୋଜିବାକୁ ଚାହୁଁଥିବା କୌଣସି ତଥ୍ୟ କିମ୍ବା ନାମ ସଠିକ୍ ଭାବେ ମନେ ପକାଇପାରୁନାହାନ୍ତି ଏବଂ ଆପଣଙ୍କ ମନକୁ ଏକାଧିକ ସମାନ ପ୍ରକାର ଶବ୍ଦ କିମ୍ବା ନାଁ ଆସୁଛି, ତେବେ ଚିନ୍ତା କରନ୍ତୁ ନାହିଁ । ଆପଣଙ୍କ ମନକୁ ଆସୁଥିବା ସମସ୍ତ ଶବ୍ଦ ମଧ୍ୟରେ ‘|’ ଚିହ୍ନ କିମ୍ବା ‘or’ ଲେଖି ସର୍ଚ୍ଚ କରନ୍ତୁ । ଆପଣଙ୍କ କାମ ସହଜ ହୋଇଯିବ । ଅର୍ଥାତ୍, ଆପଣ ଯଦି ମଧୁବାବୁଙ୍କ ସମ୍ପର୍କରେ ସର୍ଚ୍ଚ କରିବାକୁ ଚାହଁଛନ୍ତି କିନ୍ତୁ ସେ ଦାସ କି ରାଓ ମନେ ପକାଇପାରୁନାହାନ୍ତି, ତେବେ ‘madhusudan das | rao’ କିମ୍ବା ‘madhusudan das or rao’ ସର୍ଚ୍ଚ କରନ୍ତୁ । ଆପଣଙ୍କୁ ଉଭୟଙ୍କ ସମ୍ପର୍କିତ ତଥ୍ୟ ଦେଖିବାକୁ ମିଳିବ । ଏହାପରେ ଆପଣ ନିଶ୍ଚିତ କରିପାରିବେ ଯେ, ଆପଣ କାହା ବିଷୟରେ ସର୍ଚ୍ଚ କରିବାକୁ ଚାହଁଛନ୍ତି ।
  2. ପ୍ରତିଶବ୍ଦ ବ୍ୟବହାର କରି ସର୍ଚ୍ଚ: ଯଦି ଆପଣ କୌଣସି ନିର୍ଦ୍ଦିଷ୍ଟ ଶବ୍ଦ ବା କି-ୱାର୍ଡ ଥିବା ତଥ୍ୟ ଖୋଜୁନାହାନ୍ତି, ବରଂ ସେହି ଶବ୍ଦ ସମ୍ପର୍କିତ ତଥ୍ୟ ଥିବା ୱେବସାଇଟ ଖୋଜୁଛନ୍ତି ତେବେ କି-ୱାର୍ଡ ଗୁଡ଼ିକ ଭିତରେ ~ ଟିହ୍ନ ଦିଅନ୍ତୁ । ଧରାଯାଉ ଆପଣ ସର୍ଚ୍ଚ କଲେ ‘healthy food’ ତେବେ ଆପଣଙ୍କୁ କେବଳ ନିର୍ଦ୍ଦିଷ୍ଟ healthy food ଲେଖାଥିବା ତଥ୍ୟ ହିଁ ଦେଖିବାକୁ ମିଳିବ । କିନ୍ତୁ ଆପଣ ଯଦି ~ ବ୍ୟବହାର କରି ‘healthy~food’ ସର୍ଚ୍ଚ କରିବେ ତେବେ ଆପଣଙ୍କୁ healthy food, healthy eating, cooking healthy recipes, healthy dining option ଆଦି ସର୍ଚ୍ଚ ରେଜଲ୍ଟ ଦେଖିବାକୁ ମିଳିବ ।
  3. କୌଣସି ନିର୍ଦ୍ଦିଷ୍ଟ ୱେବସାଇଟରେ ସର୍ଚ୍ଚ: ଗୁଗଲରେ ଆପଣ କିଛି କି-ୱାର୍ଡ ସର୍ଚ୍ଚ କଲେ ଏହା ବିଭିନ୍ନ ୱେବସାଇଟକୁ ସର୍ଚ୍ଚ କରି ଦେଖାଇଥାଏ । କିନ୍ତୁ ଯଦି ଆପଣ କୌଣସି ନିର୍ଦ୍ଦିଷ୍ଟ ୱେବସାଇଟରେ ସେହି ତଥ୍ୟ ଖୋଜିବାକୁ ଚାହୁଁଛନ୍ତି, ତେବେ ଆପଣାନ୍ତୁ ଏହି ଉପାୟ । ପ୍ରଥମେ ସର୍ଚ୍ଚବାର୍ ରେ ୱେବସାଇଟ ଆଡ୍ରେସ୍ ଟାଇପ୍ କରନ୍ତୁ ଏବଂ ଏହାପରେ କି-ୱାର୍ଡ କିମ୍ବା କୌଣସି ଫ୍ରେଜ୍ (ଖଣ୍ଡ ବାକ୍ୟ) ସର୍ଚ୍ଚ କରନ୍ତୁ । ଯେମିତିକି, କେବଳ ଆମ ସଂକଳ୍ପ ୱେବସାଇଟରେ କିଛି ଖୋଜିବାକୁ ଚାହୁଁଥିଲେ ଟାଇପ୍ କରନ୍ତୁ ‘sankalpodisha.in health tips’ ।
  4. କୌଣସି ଶବ୍ଦ ମନେ ପଡ଼ୁନଥିଲେ: କୌଣସି ଫ୍ରେଜ୍ ବା ଖଣ୍ଡବାକ୍ୟର ଗୋଟିଏ ଶବ୍ଦ ମନେ ପଡ଼ୁ ନଥିଲେ, ଯେତିକି ଶବ୍ଦ ମନେ ପଡ଼ୁଛି ଲେଖନ୍ତୁ ଓ ମନେ ପଡ଼ୁନଥିବା ଶବ୍ଦ ପରିବର୍ତ୍ତେ ‘*’ ଚିହ୍ନ ବ୍ୟବହାର କରନ୍ତୁ ।
  5. ଏକାଧିକ ଶବ୍ଦ ମନେ ପଡ଼ୁନଥିଲେ: କୌଣସି ଫ୍ରେଜ୍ ବା ଖଣ୍ଡବାକ୍ୟ ଅଥବା ନାଁର ପ୍ରଥମ କିଛି ଶବ୍ଦ ଓ ଶେଷ ଶବ୍ଦ ମନେଥିଲେ ଏବଂ ମଝିରେ ଅର୍ଦ୍ଧାଧିକ ଶବ୍ଦ ମନେ ପଡ଼ୁନଥିଲେ ଆପଣାନ୍ତୁ ଏହି ଉପାୟ । ମନେ ପଡ଼ୁଥିବା ପ୍ରଥମ ଶବ୍ଦ ଓ ଶେଷ ଶବ୍ଦ ଗୁଡ଼ିକ ଲେଖି ମଝିରେ ମନେ ପଡ଼ୁନଥିବା ଶବ୍ଦ ମଝିରେ ‘AROUND (ଯେତୋଟି ଶବ୍ଦ ମନେ ପଡ଼ୁ ନାହିଁ)’ ଲେଖନ୍ତୁ । ଉଦାହରଣ: ଫିଲ୍ମ once upon a time in Mumbai ସର୍ଚ୍ଚ କରିବା ପାଇଁ ଟାଇପ୍ କରନ୍ତୁ once upon (AROUND3) Mumbai ।
  6. କୌଣସି ନିର୍ଦ୍ଦିଷ୍ଟ ବର୍ଷ ଦୁଇଟି ମଧ୍ୟରେ ତଥ୍ୟ ଖୋଜୁଥିଲେ: ଏହା ଗବେଷକଙ୍କ ପାଇଁ ଖୁବ୍ ଲାଭପ୍ରଦ ହୋଇଥାଏ । ଧରାଯାଉ ଆପଣ 2000 ରୁ 2015 ମସିହା ଭିତରେ ପ୍ରକାଶିତ ହୋଇଥିବା କୌଣସି ତଥ୍ୟ ଖୋଜିବାକୁ ଚାହୁଁଛନ୍ତି । ତେବେ କି-ୱାର୍ଡ ଟାଇପ କରିବା ପରେ ‘2000…2015’ ଟାଇପ୍ କରି ସର୍ଚ୍ଚ କରନ୍ତୁ ।
  7. କୌଣସି ଟାଇଟଲ୍ କିମ୍ବା URL ସର୍ଚ୍ଚ କରୁଥିଲେ: ଆପଣ ଟାଇପ୍ କରୁଥିବା ନିର୍ଦ୍ଦିଷ୍ଟ କି-ୱାର୍ଡ ଥିବା କୌଣସି ଟାଇଟଲ୍ କିମ୍ବା URL ସର୍ଚ୍ଚ କରୁଥିଲେ intitle: କିମ୍ବା inurl: ଲେଖି କୌଣସି ସ୍ପେଶ୍ ନଦେଇ କି-ୱାର୍ଡ ଟାଇପ କରନ୍ତୁ ।
  8. ସମାନ ପ୍ରକାର ୱେବସାଇଟ ସର୍ଚ୍ଚ ସରୁଥିଲେ: ଆପଣ ଜାଣିଥିବା କୌଣସି ୱେବସାଇଟ୍ ଭଳି ଇଣ୍ଟରନେଟରେ ଉପଲବ୍ଧ ଥିବା ଅନ୍ୟ ୱେବସାଇଟ ଗୁଡ଼ିକ ସର୍ଚ୍ଚ କରିବା ପାଇଁ related: ଟାଇପ କରି କୌଣସି ସ୍ପେଶ ନଦେଇ ଆପଣ ଜାଣିଥିବା ୱେବସାଇଟ ଆଡ୍ରେସ୍ ଟାଇପ କରନ୍ତୁ । ଉଦାହରଣ- related:sankalpodisha.in
  9. କୌଣସି ନିର୍ଦ୍ଦିଷ୍ଟ ଫ୍ରେଜ୍ କିମ୍ବା ବାକ୍ୟ ସର୍ଚ୍ଚ କରୁଥିଲେ: ଆପଣ ଯଦି ଗୁଗଲରେ ଏକ ବାକ୍ୟ କିମ୍ବା ଫ୍ରେଜ ଅଥବା ଏକାଧିକ ଶବ୍ଦ ସର୍ଚ୍ଚ କରିବେ ତେବେ ଏହା ବିଭିନ୍ନ ୱେବସାଇଟ ପେଜ୍ ରେ ବିଭିନ୍ନ ସ୍ଥାନରେ ଥିବା କି-ୱାର୍ଡ ଗୁଡ଼ିକୁ ମିଶାଇ ସର୍ଚ୍ଚ ରେଜଲ୍ଟ ଦେଖାଇବ । କିନ୍ତୁ ନିର୍ଦ୍ଦିଷ୍ଟ ସେହି ସେହି ବାକ୍ୟ କିମ୍ବା ଫ୍ରେଜ୍ ଖୋଜୁଥିଲେ ଏହାକୁ କୋଟେସନ୍ ମାର୍କ (” “) ମଧ୍ୟରେ ରଖି ସର୍ଚ୍ଚ କରନ୍ତୁ ।
  10. ଅଦରକାରୀ ଶବ୍ଦ ବାଦ୍ ଦିଅନ୍ତୁ: ଯଦି ଆପଣ କିଛି କି-ୱାର୍ଡ ସର୍ଚ୍ଚ କରୁଛନ୍ତି କିନ୍ତୁ ସେଥିରୁ ଆଉ କିଛି ନିର୍ଦ୍ଦିଷ୍ଟ ଶବ୍ଦ ବାଦ୍ ଦେବାକୁ ଚାହାନ୍ତି, ଅର୍ଥାତ୍ ସେହି ଶବ୍ଦ ଗୁଡ଼ିକ ସର୍ଚ୍ଚ ରେଜଲ୍ଟରେ ନଆସୁ ବୋଲି ଚାହାନ୍ତି, ତେବେ ବାଦ୍ ଦେବାକୁ ଚାହୁଁଥିବା ସମସ୍ତ କି-ୱାର୍ଡ ପୂର୍ବରୁ ମାଇନସ୍ ଚିହ୍ନ ‘-‘ ଦିଅନ୍ତୁ । ଉଦାହରଣ: ଆପଣ କିଛି ବହି ସମ୍ପର୍କିତ ତଥ୍ୟ ଖୋଜୁଥିଲେ ଏବଂ ଗୁଗଲରେ interesting books ଲେଖି ସର୍ଚ୍ଚ କଲେ ବହିକୁ କିଣିବା ପାଇଁ ବିଭିନ୍ନ ୱେବସାଇଟ ଦେଖାଇବ । କିନ୍ତୁ ଆପଣ ବହିଟିକୁ କିଣିବାକୁ ଚାହୁଁନଥିଲେ ଟାଇପ କରନ୍ତୁ interesting book -buy । ଆପଣଙ୍କୁ କେବଳ ବହି ସମ୍ପର୍କିତ ତଥ୍ୟ ଦେଖିବାକୁ ମିଳିବ ।
Previous ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଏକ ପୁରସ୍କାର
Next ୟୁଟ୍ୟୁବର ଲୋକପ୍ରିୟ ଲକ୍ଷପତି କୁନି ରୋଷେୟା

No Comment

Leave a reply

Your email address will not be published. Required fields are marked *