ଫଟୋଗ୍ରାଫି ହି ମୋ ଜୀବନ ଦର୍ଶନ : ରଘୁ ରାଏ

Photography is talent and skil

ଭୁବନେଶ୍ୱର: ଜୀବନ ଦର୍ଶନ ଭିତରେ ଆସୁଥିବା ଚିତ୍ରବସ୍ତୁକୁ କ୍ୟାମେରା ଫ୍ରେମ୍ରେ ଆଣିବା ତଥା ଫଟୋ ଉଠାଇବା ହିଁ ଫଟୋଗ୍ରାଫି । ଯେଉଁ ସମୟରେ ଯେଉଁ ସ୍ଥାନ ମୁଁ ଦର୍ଶନ କରେ ତାହାର ଫଟୋ ଉଠାଇଥାଏ । ଆଉ ତାହା ହୋଇଯାଏ ମୋର ଫଟୋଗ୍ରାଫି । ବରିଷ୍ଠ ଫଟୋଗ୍ରାଫର ରଘୁ ରାଏଙ୍କ ଏହା ମନର କଥା ।
ଭୁବନେଶ୍ୱରରେ ଆୟୋଜିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋସ୍ଛବରେ ଯୋଗଦେଇ ରଘୁ ରାଏ ନିଜ ଜୀବନର କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ବଖାଣିଛନ୍ତି । ସେ କହିଛନ୍ତି, ଜୀବନ ଦର୍ଶନ ହିଁ ମୋର ଏକମାତ୍ର ଉଦ୍ଧେଶ୍ୟ । ଏହାଦ୍ୱାରା ମୁଁ ଫଟୋ ଉଠାଇ ଥାଏ ଓ ମୋ ଫଟୋରେ ବାସ୍ତବିକତା ଥାଏ । ସବୁ ସମୟରେ ଭଲପାଇବା, ସ୍ନେହ, ଆଦର ଥିବା ଫଟୋ ଉଠାଇଥାଏ ।
ସେ ଫଟୋଗ୍ରାଫିର ବିଶେଷତ୍ୱ ଓ କାର୍ଯ୍ୟକାରିତା ସମ୍ପର୍କରେ ମଧ୍ୟ କହିଥିଲେ । ଫଟୋଗ୍ରାଫି ଏକ ଏଭଳି ମାଧ୍ୟମ ଯାହାଦ୍ୱାରା ପୁରାତନ, ବର୍ମାନ ଓ ଆଗାମୀ ଦିନର ସ୍ମୃତି ଚିରକାଳ ପାଇଁ ରହିଯାଏ । ଯାହାକି ପୁରୁଣା ସ୍ମୃତିକୁ ମନେ ପକେଇଥାଏ । ସମୟର ବ୍ୟବଧାନରେ ଅନେକ ସ୍ଥାନର ଗଠନ, ସ୍ଥିତି ବଦଳୁଛି । ତେଣୁ ଫଟୋ ଉଠାଇ ରଖିବା ଆବଶ୍ୟକ । ଜଣେ ଫଟୋ ଉଠାଇବା ବ୍ୟକ୍ତିର ତାହା କର୍ବ୍ୟ । ଫଟୋଗ୍ରାଫିି ସାଧନା ସମସ୍ତଙ୍କ ଦ୍ୱାରା ସମ୍ଭବ ନୁହେଁ । ପାବର୍ଷ ପୂର୍ବରୁ ଜଣେ ବ୍ୟକ୍ତି, ସ୍ଥାନ, ଅଳର ରୁପରେଖ ଯେଭଳି ଥିବ ପାବର୍ଷ ପରେ ସେଥିରେ ପରିବର୍ନ ସୁନିଶ୍ଚିତ । ତାହା ଚିହ୍ନଟ କରିବାରେ ଫଟୋଗ୍ରଫି ସହଯୋଗ କରିଥାଏ । ଏହା ହିଁ ଫଟୋଗ୍ରାଫିର ଯାଦୁଗରୀ । ପୁର୍ବ ଅପେକ୍ଷା ବର୍ମାନ ଫଟୋଗ୍ରାଫିରେ ବହୁତ ପରିବର୍ନ ଆସିସାରିଲାଣି । ଏହି ବିଦ୍ୟାକୁ ଅନେକ ଲୋକ ଆଗ୍ରହର ସହ ଗ୍ରହଣ କରୁଛନ୍ତି । କାହିଁକି ନା ବର୍ତ୍ତମାନ ଏ ଦିଗରେ ପ୍ରଯୁକ୍ତି ବିଦ୍ୟା ବହୁତ ସୁବିଧା ଦେଇଚାଲିଛି । ଲୋକେ ମଧ୍ୟ ସୁବିଧାକୁ ଆପଣାଇ ବହୁସ୍ଥାନରେ ସୁୁନାମ ଅର୍ଜନ କରୁଛନ୍ତି ।
ପ୍ରଯୁକ୍ତିବିଦ୍ୟାର ବ୍ୟବହାର ବଢ଼ିଚାଲିଛିି । ଆଜିକାଲି ମୋବାଇଲ୍ ଫୋନରେ ମଧ୍ୟ ଫଟୋ ଉଠାଇବା ପାଇଁ କମ୍ପାନୀଗୁଡ଼ିକ ବହୁ ସୁବିଧା ଯୋଗାଉଛନ୍ତି । ସାଧାରଣ ବର୍ଗର ଲୋକେ ବି କମ୍ ଦାମ୍ ରେ ଫଟୋଗ୍ରାଫିର ସୁବିଧା ପାଇପାରୁଛନ୍ତି । ଯାହାକି ଆମ ସମୟରେ ସେତିକି ସୁବିଧା ମିଳି ପାରୁନଥିଲା । ପ୍ରଯୁକ୍ତିବିଦ୍ୟାର ବିକାଶ ସହ ଫଟୋଗ୍ରାଫିର ମାହାତ୍ମ୍ୟ ମଧ୍ୟ ବଢ଼ିଚାଲିଛି ।
ରାଏଙ୍କ କହିବାନୁଯାୟୀ, ଫଟୋଚିତ୍ର ଉଠାଇବା ସମୟରେ ସତର୍କତା, ସ୍ଥିରମତାର ଆବଶ୍ୟକତା ରହିଛି । ସମୟଜ୍ଞାନ ନଥିଲେ ଫଟୋ ଉଠାଇବା କଷ୍ଟ ହୋଇଯାଏ । ଲେଖା ଓ ଅଙ୍କନ ଠାରୁ ଫଟୋଗା୍ରଫି ସମ୍ପୂର୍ଣ୍ଣ ଅଲଗା । ଯେଉଁ ଫଟୋଚିତ୍ର ଆମେ ଦେଖିଛେ, ଯାହା ଆମ ମନରେ ଆଙ୍କିହୋଇ ରହିଯାଇଛି ତାହା ଠାରୁ ଅଲଗା ଫଟୋ ଉଠାଇବା ଆବଶ୍ୟକ ରହିଛି । ସବୁ ସମୟରେ ଭିନ୍ନ ହେବା ପାଇଁ ଚେଷ୍ଟା କରିବା ଦରକାର । ଆଗାମୀ ଦିନରେ ଲୋକେ ଏଦିଗରେ ଆହୁରି ଆଗକୁ ବଢ଼ିବେ ଏହା ମୋର ଆଶା ।

Previous ବିଲୁପ୍ତପ୍ରାୟ ‘ଘଡ଼ିଆଳ’ ବଂଶ
Next ଟାର୍ଗେଟ / ସ୍ପୋକନ୍ ଇଂଲିଶ – ଭାଗ – ୭

No Comment

Leave a reply

Your email address will not be published. Required fields are marked *