ପରୀକ୍ଷା ପୂର୍ବରୁ କିପରି ପ୍ରସ୍ତୁତ ହେବେ

how to study smartly

ପରୀକ୍ଷା ନିକଟତର ହେବା ସହ ବିଦ୍ୟାର୍ଥୀମାନଙ୍କ ଚିନ୍ତା ବଢିଯାଏ, ହଡ଼ବଡ଼େଇ ଯାଆନ୍ତି ସେମାନେ । ଅନେକଙ୍କର ପଢିଥିବା ପାଠ ମନେପଡ଼େନି ତ କେହିକେହି ସମ୍ପୂର୍ଣ୍ଣ ପାଠ୍ୟକ୍ରମ କଭର କରି ନଥିବାରୁ ଚିନ୍ତାରେ ପଡ଼ିଥାନ୍ତି । ତେବେ ପରୀକ୍ଷା ସମୟରେ କିଛିଟି ସ୍ମାର୍ଟ ଉପାୟ ଅପଣାନ୍ତୁ ସମସ୍ତ ବିଷୟ ପଢିବା ସହ ସଫଳ ହୁଅନ୍ତୁ ।
ସର୍ଟ ନୋଟ୍ ପ୍ରସ୍ତୁତି
ସମୟ କମ ଥିବାରୁ ନୋଟ ଛୋଟ କରି ପ୍ରସ୍ତୁତ କରନ୍ତୁ, ଯଦି ନିଜେ ପାରୁ ନାହାଁନ୍ତି କୌଣସି ସାଙ୍ଗ ବା ଶିକ୍ଷକଙ୍କ ସାହାଯ୍ୟ ନେଇ ପାରିବେ । ଏଭଳି କରିବା ଦ୍ୱାରା ଆପଣ କମ୍ ସମୟରେ ଅଧିକ ବିଷୟ ପଢିବା ସହ ଅଧିକ ତଥ୍ୟ ମନେ ରଖିପାରିବେ ।
ନୂଆ ବିଷୟ ପଢନ୍ତୁ ନାହିଁ


ପରୀକ୍ଷା ପୂର୍ବରୁ ସମୟ କମ ଥିଏ ଏହାସହ ନୂଆ ବିଷୟ ବୁଝିବାକୁ ଅଧିକ ସମୟ ଲାଗିଥାଏ । ଯାହା ହେଲେବି ଗୋଟିଏ ଥରରେ ସମ୍ପୂର୍ଣ୍ଣ ବିଷୟ ମନେରଖ ô ହୁଏନାହଁ । ତେଣୁ ପରୀକ୍ଷା ପୂର୍ବରୁ ନୂଆ ବିଷୟ ନପଢି ଆଗରୁ ପଢିଥିବା ବିଷୟ ଗୁଡ଼ିକ ଯଥା ସମ୍ଭବ ରିଭିଜନ କରନ୍ତୁ ।
ପାଠ୍ୟ ଉପକରଣ ବ୍ୟବହାର
ବର୍ତ୍ତମାନ ସମୟରେ ଶିକ୍ଷା ଗ୍ରହଣର ମାଧ୍ୟମ ଓ ଉତ୍ସରେ ବହୁମୁଖୀ ହୋଇଛି । ଏହା ଶିକ୍ଷାର୍ଥୀଙ୍କ ପାଇଁ ଯେତିକି ଭଲ ସେତିକି ଖରାପ । ଏହା ବିଭିନ୍ନ ସମୟରେ ଦ୍ୱନ୍ଦ ସୃଷ୍ଟି କରିଥାଏ । ପରୀକ୍ଷା ପୂର୍ବରୁ ହାର୍ଡ଼ କପି ବା ବହିରୁ ପଢିବାକୁ ଚେଷ୍ଟା କରନ୍ତୁ । ସଫ୍ଟ କପି ବା ଅନ୍ଲାଇନ ପଢିବା ସମୟରେ ମନ ଅପେ ଅପେ ଇଣ୍ଟରନେଟ ବ୍ୟବହାର ସହ ସୋସିଆଲ ମିଡ଼ିଆ ପରିଚାଳନା ଆଡ଼କୁ ଚାଲିଯାଇଥାଏ । ଯଦି ଏଭଳି ହୁଏ ତାହା ପଢାଉପରେ ପ୍ରଭାବ ପକାଇବ । ନୂଆ ବିଷୟତ ଛାଡ଼ନ୍ତୁ ଆଗରୁ ମୁଖସ୍ତ ଥିବା ବିଷୟଗୁଡ଼ିକ ଭୁଲିଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।
ଠିକ୍ ଭାବେ ଶୁଅନ୍ତୁ
ଅନେକ ପିଲା ପରୀକ୍ଷା ପୂର୍ବରୁ ଠିକ୍ ଭାବରେ ଖିଆପିଆ ବା ଶୁଅନ୍ତି ନାହିଁ । ବହୁଦିନ ଏହିଭଳି କରିବା ଦ୍ୱାରା ସେମାନେ ଦୁର୍ବଳ ଓ ଅସୁସ୍ଥ ହୋଇପଡ଼ନ୍ତି । ଆଳଶ୍ୟ ଆସିଯାଏ,ପଢିବାକୁ ଇଛା ହୁଏନି । ତାହା ଦ୍ୱାରା ପରୀକ୍ଷାରେ ବିଫଳତା ମିଳେ । ନିୟମୀତ ୬ରୁ୮ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ ।
ସମୟ ସାରଣୀ
ନିଜର ଅନ୍ୟ ସମସ୍ତ କାମ ସହ ପଢାର ସାରଣୀ ପ୍ରସ୍ତୁତ କରନ୍ତୁ । ତାହାସହ କେଉଁ ସମୟରେ କେଉଁ ବିଷୟ ପଢିବେ ତାହାକୁ ମଧ୍ୟ ସାରଣୀରେ ସ୍ଥାନ ଦିଅନ୍ତୁ । ଗୁଣବତା ଅପେକ୍ଷା ମୂଲ୍ୟବୋଦ୍ଧ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଅନ୍ତୁ । ଅନ୍ୟ ଦିନଗୁଡ଼ିକ ଅପେକ୍ଷା ପରୀକ୍ଷା ଚାଲିଥିବା ସମୟରେ ବା କିଛିଦିନ ଆଗରୁ ପଢାପାଇଁ ଅଧିକ ସମୟ ବାହର କରନ୍ତୁ । ଏହାସହ ସର୍ବଦା ମନଭିତରେ ସକରାତ୍ମକ ଭାବନା ରଖନ୍ତୁ ଅନାବନା ଚିନ୍ତାରୁ ଦୂରେଇ ରୁହନ୍ତୁ ।

Previous ଔଷଧିୟ ରାଶି
Next ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ

No Comment

Leave a reply

Your email address will not be published. Required fields are marked *