ବିନା ଔଷଧରେ ପ୍ରଖର ସ୍ମରଣ ଶକ୍ତି

Gain Sharp Memory Without Medicines

ସ୍ମାର୍ଟ ପାଠପଢା-

ମନେକରନ୍ତୁ ୬ ଦିନ ପରେ ଆପଣଙ୍କୁ ପରୀକ୍ଷା ଦେବାର ଅଛି । ସମୁଦାୟ ୫ଟି ବିଷୟରେ ଭିନ୍ନ ଭିନ୍ନ ଦିନରେ ଆପଣ ପରୀକ୍ଷା ଦେବେ । ଏସବୁ ବିଷୟର ରିଭିଜନ୍ ପରୀକ୍ଷା ଆରମ୍ଭ ହେବାର ନିର୍ଦ୍ଧାରିତ ଦିନ ପୂର୍ବରୁ ସାରିବାର ଅଛି । ଆପଣ ଦୁଇଟି ମେଥଡ୍ ରେ ରିଭିଜନ୍ କରିପାରିବେ ।

ମେଥଡ୍ ୧- ଆପଣ ଗୋଟିଏ ଦିନରେ ଗୋଟିଏ ବିଷୟ ଶେଷ କରି ଅନ୍ତିମ ଦିନରେ ସମସ୍ତ ବିଷୟ ରିଭିଜନ୍ କରିପାରିବେ ।

ମେଥଡ୍ ୨- ପ୍ରତିଦିନ ଆପଣ ୨ ଘଣ୍ଟା ଲେଖାଏଁ ଇତିହାସ, ଭୂଗୋଳ, ବିଜ୍ଞାନ ଏବଂ ଗଣିତ ପଢିପାରିବେ । ଆମେ ଯଦି ପ୍ରଥମ ଫର୍ମୁଲା ଆପ୍ଲାଇ କରିବା ତେବେ ମସ୍ତିଷ୍କ କ୍ଲାନ୍ତ ହୋଇଯିବ ଏବଂ ଆମେ ଯାହା ରିଭିଜନ୍ କରିଥିବା ତାହା ଭୂଲି ଯିବାର ମଧ୍ୟ ସମ୍ଭାବନା ରହିଛି । କିନ୍ତୁ ଆମେ ପ୍ରତି ୨ ଘଣ୍ଟାରେ ବିଷୟ ପରିବର୍ତ୍ତନ କଲେ ମସ୍ତିଷ୍କର ନିର୍ଦ୍ଦିଷ୍ଟ ଅଂଶ ରିଫ୍ରେସ ହୋଇପାରିବ । ପ୍ରଥମ ବିଷୟ ପଢିଲାବେଳେ ମସ୍ତିଷ୍କର ଯେଉଁ ଅଂଶ ସକ୍ରିୟ ଥିବ ତାହା ବିଶ୍ରାମ ପାଇବ । ଏସବୁ ଦୃଷ୍ଟିରୁ ଦ୍ୱିତୀୟ ପଦ୍ଧତିଟି ଆପ୍ଲାଇ କଲେ ମସ୍ତିଷ୍କ କ୍ଲାନ୍ତ ହେବ ନାହିଁ ଏବଂ ଆମେ ଯାହା ପଢିଥିବା ତାହା ମଧ୍ୟ ସହଜରେ ଭୂଲିବା ନାହିଁ ।

ଆତ୍ମବିଶ୍ୱାସ ଏବଂ ସଂଯୋଗୀକରଣ –

୩୦ ଜଣ ବ୍ୟକ୍ତିଙ୍କ ସ୍ମରଣ ଶକ୍ତିକୁ ନେଇ ଏକ ଗବେଷଣା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ପ୍ରଥମ ୧୫ ଜଣଙ୍କୁ ଏକ ଲୋକପ୍ରିୟ ବ୍ରାଣ୍ଡର ମେମୋରି ଟନିକ୍ ଦିଆଯାଇଥିଲା । ଅନ୍ୟ ୧୫ ଜଣଙ୍କୁ ସେହି ମେମୋରୀ ଟନିକ୍ ବୋଟଲରେ ରଙ୍ଗଯୁକ୍ତ ସାଧା ପାଣି ଦିଆଯାଇଥିଲା । ଦୁଇଟି ଯାକ ଗ୍ରୁପ୍ ୩ ମାସ ପର୍ଯ୍ୟନ୍ତ ଏହାକୁ ପ୍ରତିଦିନ ସେବନ କରିଥିଲେ । ତିନି ମାସ ପରେ ସେମାନଙ୍କର ସ୍ମରଣ ଶକ୍ତି ଅଭୂତପୂର୍ବ ଭାବରେ ବଢିଯାଇଥିଲା । ଏହାର କାରଣ ହେଲା ଉଭୟ ଗ୍ରୁପର ଆତ୍ମବିଶ୍ୱାସ ଥିଲା କି, ସେମାନେ ଯେହେତୁ ମେମୋରୀ ପାୱାର ବଢାଇବା ପାଇଁ ସବୁଠୁ ଭଲ ବ୍ରାଣ୍ଡର ଟନିକ୍ ସେବନ କରୁଛନ୍ତି ତେଣୁ ସେମାନଙ୍କର ଏ ପ୍ରୟାସ ଫଳପ୍ରଦ ହେବା ସୁନିଶ୍ଚିତ । ତେଣୁ ମନୋବଳ ଏବଂ ଆତ୍ମବିଶ୍ୱାସ ହେଉଛି ସ୍ମରଣ ଶକ୍ତି ବୃଦ୍ଧିର ଚାବିକାଠି । ମନେକରନ୍ତୁ କିଛି ନୂଆ ଶବ୍ଦକୁ ମନେ ରଖିବାର ଅଛି । ତେବେ ତାହାକୁ ମନରେ ସବୁଦିନ ପାଇଁ ସାଇତା ହୋଇରହିଥିବା ଅଭୁଲା ଶବ୍ଦ ସହିତ ଲିଙ୍କ କରନ୍ତୁ । ମନେକରନ୍ତୁ ରିକି ଡିକ୍ରୁଜ ଜଣେ ଖ୍ୟାତନାମା ପ୍ରଫେସର । ଆପଣଙ୍କୁ ତାଙ୍କର ନାଁ ମନେ ରଖିବାର ଅଛି । ଯଦି ଆପଣ କ୍ରିକେଟ ଓ ବଲିଉଡ୍ ପ୍ରେମୀ ହୋଇଥିବେ ତେବେ ଏ ନାଁକୁ ସହଜରେ ମନେ ରଖିପାରିବେ । ଅଷ୍ଟ୍ରେଲିଆର ଖ୍ୟାତନାମା ଅଧିନାୟକ ରିକି ପଣ୍ଟିଂଙ୍କ ପ୍ରଥମ ନାମ ଏବଂ ଅଭିନେତ୍ରୀ ଇଲିଆନା ଡିକ୍ରୁଜଙ୍କର ସରନେମ୍ ଏ ଦୁଇଟିକୁ ସଂଯୋଗ କରି ସବୁଦିନ ପାଇଁ ଏହି ନାଁକୁ ମନରେ ସାଇତି ରଖିପାରିବେ ।

ପ୍ରଥମ ଅକ୍ଷର –

ଧରାଯାଉ ଆପଣଙ୍କୁ କିଛି ପଏଣ୍ଟ ମନେ ରଖିବାର ଅଛି । ତେବେ ପ୍ରତି ପଏଣ୍ଟର ପ୍ରଥମ ଅକ୍ଷରକୁ ନେଇ ନିଜେ ମନେ ରଖିଲା ଭଳିଆ ଶବ୍ଦ ତିଆରି କରିପାରିବେ । ମନେକର ୭ଟି ଶବ୍ଦ ହେଲା –

1.Concentration

2.Interference law

3.Revision plan

4.Spaced learning

5.Association

6.Seeing/Visualization

7.Sleep

ଯଦି ଆମେ ଏସବୁ ଶବ୍ଦର ପ୍ରଥମ ଅକ୍ଷରକୁ ନେଇ CIRCUS ASS ଶବ୍ଦ ନିର୍ମାଣ କରିବା ତେବେ ଏହା ସହଜରେ ମନେ ରହିବ । ନବ ନିର୍ମିତ ଶବ୍ଦରେ ଦୁଇଟି ନୂଆ ଲେଟର C ଏବଂ U ରହିଛି, ସେଥିପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ତାହା ଆପେଆପେ ମନକୁ ଆସିଯିବ ।

ସ୍ମୃତି ରୋମନ୍ଥନ କରିବାର ସ୍ୱତନ୍ତ୍ର କୌଶଳ –

ଗୋଟିଏ ରୁମ୍ ରୁ ଆଉ ଗୋଟିଏ ରୁମ୍ କୁ କିଛି ଜିନିଷ ସଂଗ୍ରହ ପାଇଁ ଆମେ ଯାଉଛନ୍ତି । କିନ୍ତୁ ହଠାତ୍ ସେ ଦ୍ରବ୍ୟ ସମ୍ବନ୍ଧରେ ଆମେ ଭୂଲିଗଲେ । ତାହେଲେ ଆମେ ପୁଣି ପ୍ରଥମ ରୁମ୍ କୁ ଫେରିଯାଉଛେ ଏବଂ ମନେ ପକଉଛେ । ଖୋଜୁଥିବା ଦ୍ରବ୍ୟ ଆପେଆପେ ମନକୁ ଆସିଯାଉଛି । ଠିକ୍ ସେହିପରି ପରୀକ୍ଷା ହଲ୍ ରେ ବସିଥିବାବେଳେ ଅନେକ ସମୟରେ ଉତ୍ତର ଜାଣିଥିଲେ ମଧ୍ୟ ମନେ ପଡେନି । ସେ କ୍ଷେତ୍ରରେ ଆଖି ବନ୍ଦ କରି ଆପଣ ଆପଣଙ୍କ ଷ୍ଟଡି ଟେବୁଲକୁ ଯାଆନ୍ତୁ ଏବଂ ମନେ ପକାଇବା ପାଇଁ ଚେଷ୍ଟା କରନ୍ତୁ । ଦେଖିବେ ଆପଣଙ୍କର ଚେଷ୍ଟା ବ୍ୟର୍ଥ ହେବ ନାହିଁ । ପ୍ରଶ୍ନର ଉତ୍ତର ଆପଣ ପାଇଯିବେ ।

Previous ଋଷଭ ପନ୍ତଙ୍କ ନୂଆ କୀର୍ତ୍ତିମାନ: ମାତ୍ର ୩୨ଟି ବଲ୍ ରେ ଶତକ
Next ପରଦା ପଛର ପ୍ୟାଡମ୍ୟାନଙ୍କ କାହାଣୀ

No Comment

Leave a reply

Your email address will not be published. Required fields are marked *