ଇଂରାଜୀ ଭାଷାରେ ଶବ୍ଦଜ୍ଞାନ ବଢାଇବାର ଉପାୟ

enhance-word-power

ଇଂରାଜୀ ଭାଷା ସାରା ବିଶ୍ୱରେ ପ୍ରଚଳିତ । ଯେକୌଣସି ପ୍ରାନ୍ତରକୁ ଯାଆନ୍ତୁନା କାହିଁକି ଇଂରାଜୀ ଗୋଟିଏ ଏମିତି ଭାଷା ଯଦି ଆପଣ ତାକୁ ଅଳ୍ପ ବହୁତେ ଜାଣିଥିବେ ତେବେ ଆପଣଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । କମ୍ପ୍ୟୁଟର, ମୋବାଇଲ ଆଦିରେ ବି ଏହି ଇଂରାଜୀ ଭାଷାର ଆଧିପତ୍ୟ । ତେଣୁ ଇଂରାଜୀରେ ଦକ୍ଷତା ବଢାଇଲେ ଜାତୀୟ ତଥା ଅନ୍ତର୍ଜାତୀୟ କମ୍ପାନୀରେ କ୍ୟାରିୟର କରିବା ବି ସହଜ ହେଇଯିବ । ଆସନ୍ତୁ ଜାଣିବା ତେବେ କେମିତି ବଢାଇବେ ଇଂରାଜୀ ଭାଷାରେ ଶବ୍ଦ ଜ୍ଞାନ:

ତ୍ରୁଟି ରହିଥିବା ସ୍ଥାନ
ଅଧିକାଂଶ ଲିଙ୍ଗ, ସଂଖ୍ୟା, କାଳ, ପଙ୍କଚୁଏସନ, ନ୍ୟାରେଶନ୍ ଏବଂ ବନାନଗତ ତ୍ରୁଟି କରିଥାନ୍ତି । ଟିକିଏ ଅଭ୍ୟାସ କରି ଆମେ ଏଗୁଡ଼ିକୁ ସୁଧାରିପାରିବା । ଅନେକ ଶବ୍ଦର ଉଚ୍ଚାରଣ ପାଖାପାଖି ସମାନ ହୋଇଥିବାବେଳେ ବନାନ ଭିନ୍ନ ହୋଇଥାଏ । ଠିକ୍ ଏହିପରି ସ୍ଥାନରେ ଭୁଲ ହୋଇଥାଏ । ଶବ୍ଦ ତଥା ବ୍ୟାକରଣ ଜ୍ଞାନର ଅଭାବ ଯୋଗୁ ହିଁ ଏପରି ହୋଇଥାଏ ।

ଶବ୍ଦଜ୍ଞାନ ଦୁର୍ବଳ ହେବାର କାରଣ


ଯଦିଓ ଅନେକ ଇଂରାଜୀ ବହି, ଖବରକାଗଜ, ପତ୍ରିକା ପଢିବା ସହ ଇଂରାଜୀ ଟିଭି କାର୍ଯ୍ୟକ୍ରମ ଦେଖିଥାଉ କିନ୍ତୁ ଏହି ସମୟରେ ଯଦି କୌଣସି ଶବ୍ଦର ଅର୍ଥ ଅସ୍ପଷ୍ଟ ଲାଗୁଥାଏ ତାହାର ପ୍ରକୃତ ଅର୍ଥ ନବୁଝି ସଂପୂର୍ଣ୍ଣ ବିଷୟବସ୍ତୁର ସାରାଂଶ ଜାଣି ସନ୍ତୁଷ୍ଟ ହୋଇଯାଉ । ଉକ୍ତ ଅସ୍ପଷ୍ଟ ଶବ୍ଦର ଅର୍ଥ ବାହାର କରିବା ପାଇଁ ମନ ଦେଉନା । ଶବ୍ଦକୋଷର ସହାୟତା ନେବାକୁ ବି କଷ୍ଟ ଲାଗେ । ଏବଂ ଏ ପ୍ରକ୍ରିୟା ବାରମ୍ବାର ଦୋହରା ହେଉଥାଏ ।

ଶବ୍ଦଜ୍ଞାନ ବଢାଇବା ଉପାୟ
“ନର୍ମାନ ଲୁଇସ୍”ଙ୍କ ବହି ଖୁବ୍ ଜଣାଶୁଣା ଶବ୍ଦଜ୍ଞାନ ପାଇଁ । ଏହାକୁ ନେଇ ଅଭ୍ୟାସ କରିପାରିବେ । କେବଳ ଇଂରାଜୀ ପଢିଲେ ହେବନି ତାକୁ ଆଲୋଚନା କରିବା ବି ନିହାତି ଆବଶ୍ୟକ । ଆଲୋଚନା ଦ୍ୱାରା ହିଁ ନିଜ ଭିତର ତ୍ରୁଟିକୁ ଜାଣିହୁଏ ଓ କହିବା ଶୈଳୀକୁ ଆହୁରି ଉନ୍ନତ କରିହୁଏ । ପାଖରେ ଗୋଟିଏ ପକେଟ ଶବ୍ଦକୋଷ ରଖି ଦୈନିକ ୧୦ ଶବ୍ଦର ଅର୍ଥ ଜାଣିବାକୁ ଚେଷ୍ଟା କଲେ ସହଜରେ ମାସକୁ ପ୍ରାୟ ୩୦୦ଟି ଶବ୍ଦ ଜାଣି ପାରିବେ ।

ବନ୍ଧୁମାନଙ୍କ ସହଯୋଗ
ଇଂରାଜୀ ଭାଷାରେ କହିବାର ଦକ୍ଷତା ବଢାଇବା ପାଇଁ ଆମର ବନ୍ଧୁ ଓ ପରିପାଶ୍ୱର୍ରେ ରହୁଥିବା ବ୍ୟକ୍ତିମାନେ ସହାୟକ ହୋଇପାରିବେ । ନିଜର ଦୁର୍ବଳ ଇଂରାଜୀ ପାଇଁ ପରିବାର ଅଥବା ସ୍କୁଲ ଉପରେ ଦୋଷ ନ ଲଦି ବରଂ ନିୟମିତ ବିଭିନ୍ନ ପ୍ରକାର ଇଂରାଜୀ ଆଲୋଚନାରେ ଭାଗ ନେବା ଉଚିତ୍ । ଶବ୍ଦକୋଷକୁ ଥାକରେ ସଜେଇ ନରଖି ଦୈନିକ ୩୦ ମିନିଟ ନଜାଣିଥିବା ଶବ୍ଦର ଅର୍ଥ ଜାଣିବାରେ ବ୍ୟୟ କରିବା କଥା । ମନକୁ ଆସୁଥିବା ଯେକୌଣସି ଭାବନାକୁ ଇଂରାଜୀ କହିବା ଓ ଲେଖିବାର ଅଭ୍ୟାସ କରିବା ଆବଶ୍ୟକ । ଦର୍ପଣ ସାମ୍ନାରେ ଛିଡ଼ାହୋଇ ନିଜ ସହିତ କଥା ହୁଅନ୍ତୁ ଯାହା ଗୋଟିଏ ସହଜ ମାଧ୍ୟମ ବି ନିଜ ତ୍ରୁଟି ସୁଧାରିବାର ।

Previous ଚାଲ ବୁଲି ଯିବା କେନ୍ଦୁଝର
Next ଓଡ଼ିଶାର ଅନ୍ୟତମ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର

No Comment

Leave a reply

Your email address will not be published. Required fields are marked *