ଟମାଟୋ ସସ୍ / କେଚପ୍ ପ୍ରସ୍ତୁତି


ଆବଶ୍ୟକ ଦ୍ରବ୍ୟର ତାଲିକା
ଟମାଟୋ – ୩ କି.ଗ୍ରା., ଚିନି – ୩୦୦ ଗ୍ରାମ, ପିଆଜ – ୨୦୦ ଗ୍ରାମ, ରସୁଣ – ୩୦ ଗ୍ରାମ, ଅଦା – ୫୦ ଗ୍ରାମ, ଲଙ୍କାଗୁଣ୍ଡ – ୨୦ ଗ୍ରାମ, ଲୁଣ – ୩୦ ଗ୍ରାମ, ଗରମ ମସଲା – ୩ ଗ୍ରାମ, ଏସିଟିକ୍ ଏସିଡ୍ – ୧୫ ମି.ଲି., ସୋଡ଼ିୟମ ବେନଜୋଏଟ୍ – ୨ ଗ୍ରାମ ।
ପ୍ରସ୍ତୁତି ପ୍ରଣାଳୀ
ଭଲ ପାଚିଲା ଟମାଟୋରୁ ଡେମ୍ଫ ଛଡ଼ାଇ ପରିଷ୍କାର ପାଣିରେ ପ୍ରଥମେ ଧୋଇ ଦିଅନ୍ତୁ । ଏହାପରେ ଟମାଟୋକୁ ଛୁରୀରେ ୪ ଖଣ୍ଡ କରି କାଟି ସିଝାଇ ଦିଅନ୍ତୁ । ଟମାଟୋ ସିଝିଗଲା ପରେ ପରିଷ୍କାର ମଶାରୀ କନାରେ ଛାଣି ରସ ବାହାର କରିବାକୁ ପଡ଼ିଥାଏ । ସେହି ରସକୁ ଏକ ଡେକଚିରେ ରଖି ସେଥିରେ ଏକ ତୃତୀୟାଂଶ ଚିନି ମିଶାଇ କିଛି ସମୟ ଫୁଟାଇବାକୁ ହୁଏ । ଏବେ ଆବଶ୍ୟକ ପରିମାଣର ପିଆଜ ଓ ରସୁଣକୁ ଛୋଟ ଛୋଟ କାଟି ଏକ ସଫା ପତଳା କନାରେ ଘୁଡ଼ାଇ ରସରେ ବୁଡ଼ାଇ ରଖିବାକୁ ପଡ଼େ । ସେହି ରସ ବହଳିଆ ହୋଇଗଲେ ସେଥିରେ ଆବଶ୍ୟକ ମୁତାବକ ଚିନି, ଲୁଣ, ଲଙ୍କାଗୁଣ୍ଡ ଓ ଗରମ ମସଲା ଗୁଣ୍ଡ ଭଲ ଭାବରେ ମିଶାଇ ଚୁଲିରୁ ଓହ୍ଲାଇ ଆଣନ୍ତୁ । ଏବେ ସେଥିରେ ନିର୍ଦ୍ଧାରିତ ପରିମାଣର ସୋଡ଼ିୟମ ବେନଜୋଏଟ୍ ଏବଂ ଏସିଟିକ୍ ଏସିଡ୍ ଭଲ ଭାବେ ମିଶାଇ ଦେବାକୁ ହୁଏ । ଏବେ ତାହାକୁ ଗରମାବସ୍ଥାରେ ସଫା ବୋତଲରେ କାଢ଼ି ରଖିବେ । ପ୍ରସ୍ତୁତ ଟମାଟୋ ସସ୍ / କେଚପ୍  ଖାଇବାର ମଜା ଆପଣ ନେଇପାରିବେ ।

Previous ଓଡ଼ିଶାର ମହିଳା ପାଇଲଟ୍ – ସେଲଭି ମିଶ୍ର
Next ହଳଦି ରଙ୍ଗର ସୋରିଷ କ୍ଷେତ

No Comment

Leave a reply

Your email address will not be published. Required fields are marked *