ଘର ପାଇଁ ମିନି ଗାର୍ଡେନ

Some Useful Tips For Mini Garden

ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ୱପ୍ନ । ସେଇ ଘର ସାମ୍ନାରେ ଥିବ ଫୁଲ ବଗିଚା ଆଉ ଗୋଟେ ଛୋଟ ପୋଖରୀ ଯେଉଁଠି ଖେଳୁଥିବେ ରଙ୍ଗ ବେରଙ୍ଗର ମାଛ । କିନ୍ତୁ ଆଜିକାଲି ଏସବୁ ସ୍ୱପ୍ନ ସ୍ୱପ୍ନରେ ରହିଯାଉଛି । ଏହାକୁ ବାସ୍ତବ ରୂପ ଦେବା ପାଇଁ କାହା ପାଖରେ ନା ଅଛି ସମୟ ନା ସ୍ଥାନ । କାରଣ ଆଜିକାଲି ବଢୁଥିବା ଜନସଂଖ୍ୟାକୁ ଦେଖି ପ୍ରାୟ ସବୁ ସହରରେ ବଡ଼ ବଡ଼ କୋଠାବାଡ଼ି ଅବା ଆପାର୍ଟମେଣ୍ଟ ଛତୁ ଫୁଟିଲା ଭଳି ଗଢି ଉଠିଲାଣି । ସେହି କୋଠାବାଡି ଅବା ଆପାର୍ଟମେଣ୍ଟରେ ରହି ଆପଣଙ୍କ ସ୍ୱପ୍ନକୁ ସାକାର କରିବାର ଫର୍ମୁଲା ମଧ୍ୟ ରହିଛି । ସେହି ଫର୍ମୁଲାର କିଛି ଟିପ୍ସ ଆମେ ଆପଣମାନଙ୍କୁ କହିରଖୁଛୁ । ଯାହାକୁ ଆପଣାଇ ଘରର ବାଲକୋନୀ କିମ୍ବା ଅଗଣାରେ ଛୋଟ ବଗିଚାଟିଏ ଆପଣ କରିପାରିବେ ।

ସ୍ୱୟଂଚାଳିତ ଜଳଯୋଗାଣ ବା ସେଲ୍ଫ ୱାଟରିଂ ବ୍ୟବସ୍ଥା

– ପ୍ରଥମେ ଆପଣଙ୍କ ବାଲକୋନୀ କିମ୍ବା ଅଗଣାକୁ ଭଲଭାବେ ସଫା କରିଦିଅନ୍ତୁ ।

– ଆପଣଙ୍କ ବାଲକୋନୀ କିମ୍ବା ଅଗଣାର କ୍ଷେତ୍ରଫଳ ଅନୁସାରେ ବଗିଚାର ଡିଜାଇନ ବା ସ୍କେଚ ପ୍ରସ୍ତୁତ କରନ୍ତୁ ।

– ଖର୍ଚ୍ଚର ତାଲିକା ବା ବଜେଟ ତିଆରି କରନ୍ତୁ । ସାଧାରଣତଃ ଆମର ଧାରଣା ଥାଏ ଯେ ଏସବୁ ଛୋଟ ଗାର୍ଡେନରେ ଅଧିକ ଖର୍ଚ୍ଚ ହୁଏ ନାହିଁ । ଏହା ଅନେକାଂଶରେ ସତ କିନ୍ତୁ ସବୁ କ୍ଷେତ୍ରରେ ନୁହେଁ । ପ୍ରକୃତରେ ଆପଣଙ୍କ ସାଜ୍ଜସଜା, ପ୍ଲାଣ୍ଟ ଚୟନ ଓ ଅନ୍ୟାନ୍ୟ ସାଜ୍ଜସଜା ସାମଗ୍ରୀ ଉପରେ ଆପଣଙ୍କର ଖର୍ଚ୍ଚ ନିର୍ଭର କରେ ।

– ଘରର ବାଲକୋନୀ ଅବା ଅଗଣାକୁ ଦୃଷ୍ଟିରେ ରଖି ଆପଣଙ୍କୁ ପାଣି ଏବଂ ପ୍ଲାଣ୍ଟ ଚୟନ କରିବାକୁ ପଡିବ ।

– ଯଦି ଆପଣ କିଛିଦିନ ପାଇଁ ବାହାରକୁ ଯାଉଥାନ୍ତି ତେବେ ସେହି ଅନୁସାରେ ପାଣିର ବ୍ୟବସ୍ଥା କରନ୍ତୁ, କିମ୍ବା ବଗିଚାରେ ସ୍ୱୟଂଚାଳିତ ଜଳଯୋଗାଣ ବା ସେଲ୍ଫ ୱାଟରିଂ ବ୍ୟବସ୍ଥା କରିବା ଉଚିତ ।

– ଗଛଗୁଡ଼ିକର ଚୟନ ନିଜ ପସନ୍ଦ ଏବଂ ସ୍ଥାନ ଅନୁସାରେ ଦେଖି କରନ୍ତୁ । ଡେକୋରେସନ ବା ସାଜ୍ଜସଜା ଆପଣଙ୍କ ଉପରେ ନିର୍ଭର କରେ ।

କୃତ୍ରିମ ଝରଣା ସହ ମାଛ ପୋଖରୀ

– ଆପଣ ଚାହିଁଲେ ଗୋଟେ ଛୋଟ ଝରଣା ସହ ମାଛ ପୋଖରୀଟିଏ ମଧ୍ୟ ବଗିଚାରେ ରଖିପାରିବେ । ପୋଖରୀଟିକୁ  ଆପଣ ବଜାରରୁ ରେଡ଼ିମେଡ଼ କିଣିପାରିବେ କିମ୍ବା ନିଜେ ମଧ୍ୟ ତିଆରି କରିପାରିବେ ।

– ନିରୋଳା ସମୟରେ ସେଠାରେ ବସିବା ପାଇଁ ବ୍ୟବସ୍ଥା ମଧ୍ୟ କରିପାରିବେ ।

– ବାଲକୋନୀ ଚଟାଣରେ କୃତ୍ରିମ ଘାସ ବା Ready-made Grass ବିଛାଇ ଏକ ପ୍ରାକୃତିକ ବାତାବରଣ ସୃଷ୍ଟି କରିପାରିବେ ।

– ଅଧିକ ସ୍ଥାନ ନଥିଲେ ଆପଣ କାନ୍ଥକୁ ଭର୍ଟିକାଲ ଗାର୍ଡେନ ଆକାରରେ ମଧ୍ୟ ସଜାଇପାରିବେ । ଏଥିପାଇଁ ଛୋଟ ଛୋଟ ଫୁଲକୁଣ୍ଡ, Vertical Planter ଓ ଷ୍ଟାଣ୍ଡ ବ୍ୟବହାର କରି ଫୁଲଗଛ ଲଗାଇପାରିବେ ।

– ଘର ଭିତରେ କିମ୍ବା ବାହାରେ ଝୁଲାକୁଣ୍ଡ ସାହାଯ୍ୟରେ ଫୁଲଗଛ ଅବା ଲଟା ଜାତୀୟ ଗଛ ଝୁଲାଇ ନୂଆ ଲୁକ ଦେଇପାରିବେ ।

 

କାନ୍ଥରେ ଭର୍ଟିକାଲ ଗାର୍ଡେନ

– ନିମ୍ନରେ ଥିବା ଫଟୋ ଭଳି କିଛି ଡେକୋରେଟିଭ ପଥର, ବିଭିନ୍ନ ସାଜ୍ଜସଜା ସାମଗ୍ରୀ ସାଙ୍ଗକୁ ଷ୍ଟାଚ୍ୟୁରେ ସଜାଇଲେ ବଗିଚାର ସୌନ୍ଦର୍ଯ୍ୟତା ଆଉଟିକେ ବଢ଼ିଯିବ ।
– ଏହାଛଡ଼ା କୃତ୍ରିମ ଉପାୟରେ ମଧ୍ୟ Cactus Plant ଆକୃତିର ପଥରରେ ରଙ୍ଗ ଦେଇ ବଗିଚାକୁ ଆପଣ ସଜାଇପାରିବେ ।

– ସୁନୈନା ମହାନ୍ତି

Previous ଭୁବନେଶ୍ୱରଙ୍କ ପ୍ରଭାବୀ ବୋଲିଂ: ଦକ୍ଷିଣ ଆଫ୍ରିକା ୧୦୭/୩
Next ଦକ୍ଷିଣ ଆଫ୍ରିକା ୨୮୬ରେ ଅଲ୍ ଆଉଟ୍:ଭାରତକୁ ସଅଳ ଝଟକା

No Comment

Leave a reply

Your email address will not be published. Required fields are marked *