କେଶସଜ୍ଜାରେ କ୍ୟାରିୟର…

Hair design courses

ଆଜିକାଲି ଦୁନିଆରେ ଏବେ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଜଣେ କେମିତି ଭିଡ଼ ଭିତରୁ ଅଲଗା ଦିଶିବ । ଭଲ ଦିଶିବା ଭିତରେ ମୁହଁର ମେକଅପ୍, ଫ୍ୟାସେନେବୁଲ୍ ପୋଷାକ ଓ ଷ୍ଟାଇଲିଷ୍ଟ୍ କେଶସଜ୍ଜା ଆଦି ସାମିଲ୍ । ଶରୀର ଭିତରେ କେଶ ପ୍ରମୁଖ ଭୂମିକା ନିର୍ବାହ କରେ ଜଣକୁ ସ୍ମାର୍ଟ ଓ ସୁନ୍ଦର ଦିଶିବା ପାଇଁ । ବିଭିନ୍ନ ପର୍ବପର୍ବାଣୀ, ବ୍ରତ, ବିବାହ ଉତ୍ସବ ପାଇଁ ଯେମିତି ଭଲ ଶାଢୀ ଖଣ୍ଡିଏର ଆବଶ୍ୟକତା ରହିଛି ଠିକ୍ ସେମିତି ଆବଶ୍ୟକତା ରହିଛି କେଶ ସଜ୍ଜାର ବି । ଜନ୍ମଦିନରେ ଭାରି କେଶ ସଜ୍ଜା ଜଣକୁ ଅସହଜ କଲାବେଳେ ବିବାହ ଆଦି ଉତ୍ସବରେ ସାଧାସିଧା କେଶ ସଜ୍ଜା ନିଜର ଗୁରୁତ୍ୱକୁ କମେଇ ଦେଇଥାଏ । ଦାମିକା ଶାଢୀ, ସୁନ୍ଦର ଅଳଙ୍କାର ସହିତ ସୁଇଟେବଲ୍ କେଶ ସଜ୍ଜା ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ ।
କେଶର ସାଜସଜ୍ଜାକୁ ବି ନେଇ କରିହେବ କ୍ୟାରିୟର । ତେବେ ଆସନ୍ତୁ ଜାଣିବା କିପରି କେବଳ କେଶ କୁଣ୍ଡାଇବାରୁ ଆରମ୍ଭ କରିପାରିବେ ଆପଣ ରୋଜଗାରର ପନ୍ଥା । ପେଶାଦାର୍ ହେୟାର୍ ଷ୍ଟାଇଲିଷ୍ଟ୍ ହେବା ପାଇଁ ଚାହୁଁଛନ୍ତି? ତେବେ କରନ୍ତୁ ଫୁଲ୍ଟାଇମ୍ ସାର୍ଟିଫିକେଟ୍ କୋର୍ସ କିମ୍ବା ଡିଗ୍ରୀ କୋର୍ସ । ଆପଣ ଡିପ୍ଲୋମା ଇନ୍ ହେୟାର୍ ଷ୍ଟାଇଲିଂ ବୋଲି ଗୋଟେ ମାସିକିଆ କୋର୍ସ ବି କରିପାରିବେ । ଏହି କୋର୍ସ ଅର୍ନ୍ତଗତ ପାଠ୍ୟକ୍ରମଗୁଡ଼ିକ ହେଲା,

– ହେୟାର୍ ଷ୍ଟାଇଲ୍ ଇତିହାସ ଓ ଉତ୍ପତ୍ତି
– କେଶର ଯତ୍ନ ନେବା, କେଶକୁ ସଫା କରିବାର କୌଶଳ, ଶୁଖାଇବା
– ସିଧା କେଶକୁ କୁଞ୍ଚୁକୁଞ୍ଚିଆ କରିବା କିମ୍ବା କୁଞ୍ଚୁକୁଞ୍ଚିଆ କେଶକୁ ସିଧା କରିବା
– ବିଭିନ୍ନ ରକମର ହେୟାର୍ ଷ୍ଟାଇଲ୍ ଓ ହେୟାର୍ କଲର୍ ବିଷୟରେ ପଢିବା
– କେଉଁ ଫେସ୍ କଟିଂକୁ କେଉଁ ହେୟାର୍ ଷ୍ଟାଇଲିଂ ମାନିବ ତାକୁ ଶିଖିବା
– ପୁରୁଣା ହେଉ କି ଲ୍ୟାଟେଷ୍ଟ୍ ହେଉ, ଉତ୍ସବ ଅନୁଯାୟୀ ହେୟାର୍କୁ ଷ୍ଟାଇଲିଷ୍ଟ ଲୁକ୍ ଦେବା
– ବ୍ୟବହାରିକ ଜ୍ଞାନକୌଶଳ

ଏହି କୋର୍ସ ପରେପରେ ଆପଣ ଜଣେ ଫ୍ରିଲ୍ୟାନ୍ସର୍ ଭାବେ କାମ କରିପାରିବେ । ନଚେତ୍ ନିଜର ଗୋଟିଏ ସେଲୁନ୍ ବା ବିୟୁଟି ପାର୍ଲର୍ ଖୋଲିପାରିବେ । ମଡ଼େଲ୍ମାନଙ୍କର ଏଡ଼ିଟୋରିଆଲ୍ ସୁଟ୍ ହେଉ କି ଫ୍ୟାସନ୍ ଶୋରେ ଇମେଜ୍ କନ୍ସଲ୍ଟାଣ୍ଟ୍, ଆପଣ ଜଣେ ହେୟାର୍ ଷ୍ଟାଇଲିଷ୍ଟ୍ ଭାବରେ ବି କାମ କରିପାରିବେ ।


ହେୟାର୍ ଷ୍ଟାଇଲ୍ ଶିକ୍ଷା ଗ୍ରହଣ ପାଇଁ କେତୋଟି ଜଣାଶୁଣା ସ୍କୁଲ୍ ଓ କଲେଜ୍ର ତାଲିକା:
• ଆଇ.ଏସ.ଏ.ଏସ. ଇଣ୍ଟରନେସନ୍ୟାଲ୍ ବିୟୁଟି ସ୍କୁଲ୍, ପୁଣେ, ମହାରାଷ୍ଟ୍ର
• ଓରାନେ ବିୟୁଟି ଏକାଡ଼େମୀ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିୟୁଟି ଆଣ୍ଡ୍ ୱେଲ୍ନେସ୍, ଭଦୋଦାରା, ଗୁଜୁରାଟ
• ବିକାଶ ମାର୍ୱା’ଜ ହେୟାର୍ ସେଲୁନ୍ ଆଣ୍ଡ୍ ଏକାଡ଼େମୀ, ମୁମ୍ବାଇ, ମହାରାଷ୍ଟ୍ର
• ଭି.ଏଲ୍. ସି.ସି. ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିୟୁଟି ଆଣ୍ଡ୍ ନ୍ୟୁଟ୍ରିସନ୍, ନୂଆ ଦିଲ୍ଲୀ
• କପିଲ୍ସ ଏକାଡ଼େମୀ ଅଫ୍ ହେୟାର୍ ଆଣ୍ଡ୍ ବିୟୁଟି, କାନ୍ଦିଭାଲି, ମୁମ୍ବାଇ, ମହାରାଷ୍ଟ୍ର
• ଲାକ୍ଷେ୍ମ ଏକାଡ଼େମୀ, ମୁମ୍ବାଇ
• ଦି ଟ୍ରେଣ୍ଡି ହେୟାର୍ ଆଣ୍ଡ୍ ବିୟୁଟି ସ୍କୁଲ୍, ଚେନାଇ, ତାମିଲ୍ନାଡୁ
• ଜୁରି ଇଣ୍ଟରନ୍ୟାସ୍ନାଲ୍ ବିୟୁଟି ଏକାଡ଼େମୀ, ଚଣ୍ଡିଗଡ଼
• ସାବିତ୍ରୀ-ଇନ୍ଦିରା ଗାନ୍ଧୀ ନ୍ୟାସ୍ନାଲ୍ ଓପେନ୍ ୟୁନିଭର୍ସିଟି କମ୍ୟୁନିଟି କଲେଜ୍, ରିୱାରି, ହରିୟାନା

Previous ସୁନ୍ଦର ତ୍ୱଚା ପାଇଁ ଫଳ
Next ଓୟୁଏଟି ସ୍ପଟ୍ ଆଡ଼ମିସନରେ ଜାଲିଆତି

No Comment

Leave a reply

Your email address will not be published. Required fields are marked *