ନିଜ Voiceକୁ କରନ୍ତୁ କ୍ୟାରିୟର

Carrier as dubbing artist

ଭଲ କ୍ୟାରିୟର ଗଢ଼ିବା ପାଇଁ ନିଜ ମନପସନ୍ଦ ମୁତାବକ ରାସ୍ତା ବାଛିବା ଜରୁରୀ । ପାଠପଢ଼ା ବ୍ୟତୀତ ଯଦି ନିଜ ଭିତରେ ଥିବା ପ୍ରତିଭାର ଭଲ ଉପଯୋଗ କରିବେ ତେବେ ସଫଳତା ପାଇବା ସହଜ ହୋଇଯିବ । ଶିକ୍ଷାଗତ ଯୋଗ୍ୟତା ଭଲ ନଥିଲେ ବି ଯଦି ଆପଣଙ୍କର କଣ୍ଠ ବା (Voice) ଠିକ ଅଛି ତେବେ ଆପଣ ନିଜ ପାଇଁ ଉତ୍ତମ କ୍ୟାରିୟର ଗଢ଼ିପାରିବେ । ଭଲ କଣ୍ଠ ଥିଲେ କେବଳ ଯେ ଭଲ ଗୀତ ଗାଇ ପାରିବେ ତା’ ନୁହେଁ ଡବିଙ୍ଗ୍ ଆର୍ଟିଷ୍ଟ ଭାବେ ମଧ୍ୟ ଆପଣ ସୁନାମ ଅର୍ଜନ କରିପାରିବେ । ଆଜିିର ଏଇ ଅଡିଓ ଭିଜୁଆଲ ଯୁଗରେ ଡବିଙ୍ଗ୍ ଆର୍ଟିଷ୍ଟମାନଙ୍କର ଚାହିଦା ବେଶ ଅଧିକ । ଏଥିପାଇଁ ଜଣଙ୍କର କଥାରେ ସଠିକ ଶବ୍ଦ ଉଚ୍ଚାରଣ ଓ Voice modulation ରହିବା ନିହାତି ଆବଶ୍ୟକ ।


ଆଜିକାଲି ଟିଭି ଓ ରେଡିଓ କାର୍ଯ୍ୟକ୍ରମ ପାଇଁ କାର୍ଟୁନ୍ କ୍ୟାରେକ୍ଟର ହେଉ ଅବା ଫିଲ୍ମ କିମ୍ବା କୌଣସି ବିଜ୍ଞାପନ ସବୁଠି ଡବିଙ୍ଗ୍ ଆର୍ଟିଷ୍ଟଙ୍କର ଡିମାଣ୍ଡ ବଢ଼ିବାରେ ଲାଗିଛି। ଡବିଙ୍ଗ୍ ଆର୍ଟିଷ୍ଟ ହେବାର କଳା ଥିଲେ କାମ ଆପଣଙ୍କୁ ସୁବିଧାରେ ମିଳିପାରିବ । ଏହାଛଡ଼ା ଡବିଙ୍ଗ୍ ଆର୍ଟିଷ୍ଟ ଭାବେ କାମ କରିବା ପାଇଁ ୩-୬ ମାସର ବିଭିନ ଡିପ୍ଲୋମା କୋର୍ସ ମଧ୍ୟ ଆରମ୍ଭ ହୋଇଗଲାଣି । ମାଟ୍ରିକ ପରୀକ୍ଷା ପରେ ଏହି କୋର୍ସରେ ପାଇଁ ଆପଣ ଆବେଦନ କରିପାରିବେ ।


ପ୍ରଡକ୍ସନ୍ ହାଉସ୍, ଆକାଶବାଣୀ, ବିଭିନ୍ନ ଟିଭି ଚ୍ୟାନେଲ, ରେଡିଓ ଓ ଏଫ୍ ଏମ୍, ବିଜ୍ଞାପନ, ଡକ୍ୟୁମେଣ୍ଟାରୀ ଓ କମର୍ସିଆଲ ଫିଲ୍ମ, ଏନିମେସନ ୱାର୍ଲ୍ଡ, ଅନଲାଇନ୍ ଏଜୁକେସନ୍, ମୋବାଇଲ କଲରଟ୍ୟୁନ୍ ଆଦି ବିଭିନ୍ନ କ୍ଷେତ୍ରରେ ଡବିଙ୍ଗ ଆର୍ଟିଷ୍ଟଙ୍କର ଖୁବ୍ ଚାହିଦା ରହିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଚାକରୀ ପାଇଁ ସୀମିତ ଦରମାରେ ରହିବେ । ହେଲେ ଆପଣଙ୍କ ଅଭିଜ୍ଞତା ଓ Voice Qualityରେ ଆପଣ ଲୋକପ୍ରିୟତା ହାସଲ କରିପାରିଲେ ନିଶ୍ଚିତରୂପେ ସଫଳତା ହାସଲ କରିପାରିବେ ।


ଭଏସ୍ ଉଭର୍ ଓ ଡବିଙ୍ଗ୍ କୋର୍ସ ପାଇଁ କିଛି ପ୍ରମୁଖ ପ୍ରତିଷ୍ଠାନ

  • Xavier institute of communication, Mumbai
  • EMDI Institute of Media and Communication, Mumbai
  • Asian Academy of Film and Television, Noida
  • Academy of Radio and Mobile, New Delhi
  • Desires and Destination, Mumbai
  • Biju Pattnaik Film and Television Institute of Odisha

ଦିପ୍ତିରଞ୍ଜନ ବେହେରା

Previous ଅଭିନବ ପ୍ରତିବାଦ: ନିଜ 8ବର୍ଷର ଝିଅ ସହ ଟିଭିରେ ଖବର ପଢ଼ିଲେ ସାମ୍ବାଦିକା (ଦେଖନ୍ତୁ ଭିଡିଓ)
Next 2018 ଆଇପିଏଲ ସିଜିନରେ ଧୋନିଙ୍କ ଡେପୁଟି ରୈନା

No Comment

Leave a reply

Your email address will not be published. Required fields are marked *