ପୋଲିସ ସବ ଇନିସପେକ୍ଟର, ଡିଟେକ୍ଟିଭ ଡଗ୍ ସ୍କାର୍ଡ ପାଇଁ ବାହାରିଲା ବିଜ୍ଞପ୍ତି

employment opportunity in detective dog squad

ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନରେ ପୋଲିସ ସବ ଇନିସପେକ୍ଟର, ଡିଟେକ୍ଟିଭ ଡଗ୍ ସ୍କାର୍ଡ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ୨୯.୦୩.୨୦୧୮ରୁ ଆପଣ ଅନ୍ ଲାଇନ୍ ରେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ୨୮.୦୪.୨୦୧୮

ଶିକ୍ଷାଗତ ଯୋଗ୍ୟତା- ଭେଟନାରି ସାଇନ୍ସରେ ସ୍ନାତକ କରିଥିଲେ ଆପଣ ଏହି ଚାକିରି ପାଇଁ ଆବେଦନ କରିପାରିବେ । ଭେଟନାରୀ ସାଇନ୍ସ ପଢିଥିବା ଆବେଦନକାରୀଙ୍କ ସଂଖ୍ୟା କମ୍ ହେଲେ ଜୁଲୋଜି ସମ୍ମାନ ନେଇ ସ୍ନାତକ କରିଥିଲେ ମଧ୍ୟ ପ୍ରାର୍ଥୀ ଆବେଦନ ପାଇଁ ଯୋଗ୍ୟ ବିବେଚିତ ହେବେ ।

ପରୀକ୍ଷା ଦେୟ- ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଛାଡି ଅନ୍ୟ ବର୍ଗର ପରୀକ୍ଷାର୍ଥୀଙ୍କ ପାଇଁ ୧୦୦ ଟଙ୍କା ପରୀକ୍ଷା ଦେୟ ରଖାଯାଇଛି ।

ପରୀକ୍ଷା ପର୍ଯ୍ୟାୟ- ୪ଟି ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ୧୦୦ ମାର୍କର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ଏହା କ୍ୱାଲିଫାଇଙ୍ଗ୍ ଇନ୍ ନେଚର ଅଟେ । ଦ୍ୱିତୀୟ ପର୍ଯ୍ୟାୟରେ ଶାରୀରିକ ମାପ ପରୀକ୍ଷା କରାଯିବ । ଶାରୀରିକ ମାପ ଓ ପ୍ରିଲିମିନାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥି ୪୦୦ ମାର୍କର ମେନ୍ ପରୀକ୍ଷା ଦେବେ । ଶେଷରେ ୩୦ ମାର୍କର ମୋୖଖିକ ପରୀକ୍ଷା ଏବଂ ଏନସିସି ଏବଂ କ୍ୟାରିୟର ପାଇଁ ୨୦ ମାର୍କ ରହିଛି ।

Previous ଦୁଇ ଦିନ ପରେ ଆଇପିଏଲ୍ : ଜାଣନ୍ତୁ ଆଇପିଏଲ୍ ସଂପର୍କିତ କିଛି ଗୁରୁତ୍ୱପୂର୍ଣ ତଥ୍ୟ
Next ଅଭୁଲା ଦିନ

No Comment

Leave a reply

Your email address will not be published. Required fields are marked *