ହୋର୍ଡିଂରେ ମୁହଁ ଲୁଚାଇଛି ମାଷ୍ଟରକ୍ୟାଣ୍ଟିନ୍

Hoardings in Mastersanteen

hoarding in mastercanteen

ମହାଶୟ,
ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ସିଟିର ମାନ୍ୟତା ପାଇବା ପୂର୍ବରୁ ସହରକୁ ଅଧିକ ରୁଚିପୂର୍ଣ୍ଣ ଭାବେ ପ୍ରଦର୍ଶନ କରିବାକୁ ପଡ଼ିବ। କିଛି ମାତ୍ରାରେ ଏହା ସମ୍ଭବପର ହୋଇଥିଲେ ହେଁ ରାସ୍ତା କଡ଼ର ହୋର୍ଡିଂ ସ୍ମାର୍ଟ ସିଟିର ଛବିରେ କାଦୁଅ ଛିଟା ପକାଇଛି। ରାଜଧାନୀର ବେଶ ଚଳପ୍ରଚଳ ଜନଗହଳୀ ମାଷ୍ଟରକ୍ୟାଣ୍ଟିନ୍ ରାସ୍ତାରେ ପ୍ରତି ରବିବାର ପଥ ଉତ୍ସବ ପାଳନ ହେଉଛି। ଏହି ପଥ ଉତ୍ସବ ଦ୍ୱାରା ପରିବେଶ ସୁରକ୍ଷା ଠୁଁ ନେଇ ସୁସ୍ଥ ଜୀବନଯାପନ କ୍ଷେତ୍ରରେ ଅନେକ ବାର୍ତ୍ତା ଜନସାଧାରଣଙ୍କ ପାଖରେ ପହଞ୍ଚୁଛି। ମାଷ୍ଟରକ୍ୟାଣ୍ଟିନ୍ ରେ ଥିବା ପୁରୁଣା ଐତିହ୍ୟର ସ୍ମାରକୀ ଆଉ ଲୋକ ଲୋଚନକୁ ଆସୁନାହିଁ। ଏ ଅଞ୍ଚଳକୁ ‘ନୋ ହୋର୍ଡିଂ ଜୋନ୍’ କରାଯାଇଥିଲେ ମଧ୍ୟ ଯୁଆଡେ ଚାହିଁଲେ ସିଆଡେ଼ ସରକାରୀ ଏବଂ ବେସରକାରୀ ଜମିରେ ବିଭିନ୍ନ କମ୍ପାନୀ ବିଜ୍ଞାପନର ହୋର୍ଡିଂ ଦେଖିବାକୁ ମିଳୁଛି। ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ବଡ଼ ବଡ଼ କମ୍ପାନୀଙ୍କ ଠାରୁ ବି ଏମ୍ ସି ଏଥିପାଇଁ ରାଜସ୍ୱ ଆଦାୟ କରୁଥିବାରୁ ହୋର୍ଡିଂ କଟକଣା ଧର୍ମକୁ ଆଖିଠାର ଭଳି ହୋଇଛି। ଏସବୁପାଇଁ ମାଷ୍ଟରକ୍ୟାଣ୍ଟିନ୍ ର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ରାଜ୍ୟ ବାହାରୁ ଆସୁଥିବା ଅତିଥି ରାଜଧାନୀର ଏହି ପରିବେଶ ସମ୍ପର୍କରେ ନିଶ୍ଚୟ ଖରାପ ଧାରଣା ନେଇ ଯାଉଥିବେ। ଏଥିପ୍ରତି ମୁଖ୍ୟମନ୍ତ୍ରୀ ସଦୟ ଦୃଷ୍ଟି ଦେବାକୁ ଅନୁରୋଧ।

ଦିପ୍ତିରଂଜନ ବେହେରା
ଖାରବେଳନଗର, ଭୁବନେଶ୍ୱର

Previous ଇଂରାଜରେ ଦରଖାସ୍ତ ଲିଖନ ବା Application writing
Next ଲାଭପ୍ରଦ ଅଏଲ୍ ପାମ୍ ଚାଷ

No Comment

Leave a reply

Your email address will not be published. Required fields are marked *