ମହିଳାଙ୍କୁ ସୁରକ୍ଷା ଦେବ ସିଦ୍ଧାର୍ଥଙ୍କ ‘ବିଦ୍ୟୁତ ଜୋତା’

17-Year-Old Indian Boy Invents A Unique 'ElectroShoe' For Women To Keep Rapists Away

ସମାଜରେ ଦୁଷ୍କର୍ମ ଓ ଅସଦାଚରଣ ଘଟଣା ଦିନକୁ ଦିନ ବୃଦ୍ଧି ପାଇବା ସହ ମହିଳାମାନେ ଅଧିକରୁ ଅଧିକ ଅସୁରକ୍ଷିତ ହୋଇ ପଡୁଛନ୍ତି । ନିର୍ଭୟା, କାଠୁଆରେ ଘଟିଥିବା ଗଣବଳାତ୍କାର ଘଟଣା ଦେଶରେ ହଇଚଇ ସୃଷ୍ଟି କରିବା ସହ ଏହି ଘଟଣାକୁ ନିନ୍ଦାକରି ଅନେକ ରାଲି ଓ ବିକ୍ଷୋଭ ପ୍ରଦର୍ଶନ ହୋଇଛି, ସରକାର କଡ଼ା ଆଇନ କରିଛନ୍ତି, କେଉଁଠି କେଉଁଠି ଦୋଷୀକୁ ଦଣ୍ଡବି ମିଳିଛି ତାଥାପି ଦୁଷ୍କର୍ମ ନାମକ ବ୍ୟାଧି କମିବାର ନାମ ନେଉନିଁ । ଯୌନ ରାକ୍ଷାସଙ୍କ କବଳରେ ଅନେକ ମହିଳାଙ୍କ ଜୀବନ ବଳିପଡ଼ୁଛି । ହେଲେ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଅତି ଛୋଟ ବୟସରୁ ନିଆରା ଉଦ୍ୟମ କରିଛନ୍ତି ତେଲେଙ୍ଗାନାର ୧୭ ବର୍ଷର ବାଳକ ସିଦ୍ଧାର୍ଥ ମଣ୍ଡଲା ।

ଦେଶରେ ଘଟିଥିବା ନିର୍ଭୟା ଗଣବଳାତ୍କାର ଘଟଣା କେବଳ ଦେଶରେ ବିଦ୍ରୋହ ସୃଷ୍ଟି କରିଥିଲା ତାହା ନୁହେଁ ପିଡ଼ିତା ସହ ଘଟିଥିବା ଏହି ବିବତ୍ସକାଣ୍ଡ ଅନେକଙ୍କ ଛାତି ଥରାଇ ଦେଇଥିଲା । ଏହି ଘଟଣାକୁ ବିରୋଧ କରି ଓ ପିଡ଼ିତାକୁ ନ୍ୟାୟ ଦାବିରେ ଦେଶର ବିଭିନ୍ନ ଅଞ୍ଚଳରେ ସପ୍ତାହ ସପ୍ତାହ ଧରି ବିକ୍ଷୋଭ ପ୍ରଦର୍ଶନ ସହ ରାଲି ଚାଲିଥିଲା । ଏହିଭଳି ସିଦ୍ଧାର୍ଥଙ୍କ ମା’ ମଧ୍ୟ ନିଜ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ବିରୋଧ ରାଲିରେ ୫୦୦ରୁ ଅଧିକ ଲୋକଙ୍କ ସହ ସାମିଲ ହେଉଥିଲେ । ଏହି ଘଟଣା ବେଳକୁ ସିର୍ଦ୍ଧାଥଙ୍କୁ ୧୨ ବର୍ଷ ବୟସ ହୋଇଥିଲେ ମଧ୍ୟ ସେ ଗୋଟିଏ ଦିନ ମା’ଙ୍କ ସହ ରାଲିକୁ ଯିବାକୁ ମନକରିଥିଲେ । ଏହାପରଠୁ ମା’ଙ୍କ ସହ ପ୍ରତିସପ୍ତାହର ଶେଷଦିନ ସେ ରାଲିରେ ସାମିଲ ହୁଅନ୍ତି । ‘ମୁଁ ଯେତେଥର ସେହି ବିକ୍ଷୋଭକୁ ଯାଇଥିଲି ସବୁଥର ମୋତେ ଅଧିକରୁ ଅଧିକ ରାଗଲାଗୁଥିଲା ମୁଁ ଭାବୁଥିଲି ପିଡ଼ିତା ଯଦି ମୋର ମା’ ହୋଇଥାନ୍ତା ବା ମୋର କେହି ସାଙ୍ଗ ହୋଇଥାନ୍ତା ତେବେ କ’ଣ ଘଟିଥାନ୍ତା । ସେହି ଘଟଣାରେ ଏଭଳି ମର୍ମାହତ ହୋଇ ପଡ଼ିଥିଲି ୩ଖଣ୍ଡ ରୁଟି ଖାଇ ୭ରୁ୮ ଘଣ୍ଟା ରହୁଥିଲି, ମୋତେ ଭୋକ ହେଉନଥିଲା ବୋଲି କୁହନ୍ତି ସିଦ୍ଧାର୍ଥ । ହେଲେ ସମୟ ବିତିବା ସହିତ ମୋତେ ଅନୁଭବ ହେଲାକି ପିଡ଼ିତା ପାଇଁ ଦୁଷ୍କର୍ମ ଯେତିକି କଷ୍ଟଦାୟକ ତାଠାରୁ ଅଧିକ କଷ୍ଟଦାୟକ ହେଉଛି ସମାଜ ତାକୁ ଯେଉଁ ଦୃଷ୍ଟିରେ ଦେଖେ । ପିଡ଼ିତାକୁ ସମାଜର ଲୋକମାନେ କରୁଣା ଦୃଷ୍ଟିରେ ଦେଖିବା ସହ ତାକୁ ଚେତେଇ ଦେଇଥାନ୍ତି ଯେ ତାହାସହ ଘଟିଥିବା ସେହି ଘଟଣାର ପଛକୁ ସେ ଫେରି ପାରିବନି ।

ତିନି ମାସ ବିରୋଧ ପ୍ରଦର୍ଶନ କରିବା ସହ ନିର୍ଭୟା ଭଳି ହଜାର ହଜାର ନାମ ହିନ ପିଡ଼ିତାଙ୍କ ପାଇଁ ନ୍ୟାୟ ମିଳିବା ଆଶାରେ ରହିଲା ପରେ ବିଚାର ବ୍ୟବସ୍ଥାର ସିଥିଳତା ପାଇଁ ନିରୁତ୍ସାହିତ ହୋଇଥିଲି । ଏହାପରେ ୧୫ ବର୍ଷ ବୟସରେ ମୁଁ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ କିଛି କରିବାକୁ ଚିନ୍ତା କଲିି । ନିଜର ଜ୍ଞାନକୌଶଳ, ଇଣ୍ଟରନେଟର ବ୍ୟବହାର ସହ ମୋ ସାଙ୍ଗ ଅଭିଷେକର ସହାୟତାରେ ମୁଁ ଏଭଳି ଏକ ଜିନିଷ ତିଆରି କଲି ଯାହାକି ମହିଳାମାନଙ୍କୁ ଦୁଷ୍କର୍ମରୁ ରକ୍ଷା କରିପାରିବ । ‘ପେଟେଣ୍ଟ-ପେଣ୍ଡିଂ’ ଡ଼ିଭାଇସର ଉଦ୍ଦଭାବନ କଲି ମୁଁ ଯାହାକି ‘ଇଲେକ୍ଟ୍ରୋ ସୁ ବା ବିଦ୍ୟୁତ ଜୋତା’ ଭାବେ ନାମିତ ହେଲା । ଏହି ଜୋତାରେ ବ୍ୟବହୃତ ଡ଼ିଭାଇସ ଦ୍ୱାରା ମହିଳାଙ୍କ ସହ ଦୁଷ୍କର୍ମ ବା ଅସଦାଚରଣ କରିବାକୁ ଚେଷ୍ଟାକରୁଥିବା ବ୍ୟକ୍ତିକୁ ୦.୧ ଆମପିୟର ଇଲେକ୍ର୍ଟି କରେଣ୍ଟ ଲାଗିବ, ଏହାର ସୁଯୋଗ ନେଇ ମହିଳା ଜଣକ ପୋଲିସ ବା ଅନ୍ୟ କାହାକୁ ତାହାର ସହାୟତା ପାଇଁ ଡ଼ାକି ପାରିବ । ନିଜ ପଢିଥିବା ଫିଜିକ୍ସ ଜ୍ଞାନକୌଶଳକୁ ପ୍ରୟୋଗ କରି ଏହାକୁ ଆଛାଦିତ କରିବା ପାଇଁ ସ୍ୱତନ୍ତ୍ର ବୋର୍ଡ଼ ତିଆରି କରିଛନ୍ତି ଯାହାକି ପାଦଚଲା ଦ୍ୱାରା ଡ଼ିଭାଇସକୁ ଚାର୍ଜ କରିଥାଏ । ବ୍ୟବହାର କାରି ଯେତେ ଚାଲିବ <ଏହି ଜୋତା ସେତିକି ଅଧିକ ଚାର୍ଜ ହେବା ସହ ବ୍ୟାଟେରିରେ ଶକ୍ତି ସଂରକ୍ଷଣ ହେବ ।
ଏହାକୁ ତିଆରି କରିବା ସମୟରେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥିଲା,ଏହି ‘ବିଦ୍ୟୁତ ଜୋତା’ ତିଆରି ଉଠାଣି ଗଡ଼ାଣି ଭିତରେ ଆଗେଇ ଚାଲିଥିଲା । ନିଜେ କିଛି ଜାଣି ପାରୁନଥିଲେ ଓ ପ୍ରକଳ୍ପକୁ ଆଗକୁ ବଢାଇବା ପାଇଁ ସେ ସାମାଜିକ ଗଣମାଧ୍ୟମ ଦ୍ୱାରା ଅନେକ ଉପଦେଷ୍ଟାଙ୍କ ସହାୟତା ନେଉଥିଲେ । ତାଙ୍କ କାର୍ଯ୍ୟ ଧାରାରେ କିଛି ସମସ୍ୟା ଉପୁଜିଲେ ସେ ସମସ୍ତ ଉପଦେଷ୍ଟାଙ୍କୁ ମେସେଜ କରି ସବିଶେଷ ବୁଝିଥାନ୍ତି । ହେଲେ କିଛି ଦିନ ପରେ ସେମାନଙ୍କ ମଧ୍ୟରୁ ଅନେକ ଉତ୍ତର ଦେବା ବନ୍ଦକରିଦେଇଥିଲେ ଯାହାକି ତାଙ୍କୁ ନିରାଶ କରିଥିଲା । ‘ବିଦ୍ୟୁତ ଜୋତା’ର ମୂଳ ପଦାର୍ଥ ତିଆରି ସମୟରେ ସେ ୧୭ ଥର ବିଫଳ ହେଇଥିଲେ । ଏହାପରେ ସେ ଭାବିନେଇଥିଲେ ଏହି ଜୋତା ତିଆରି କରିବା ତାଙ୍କ ଦ୍ୱାରା ସମ୍ଭବ ନୁହେଁ । ସେତେବେଳେ ‘ମୁଁ ୧୦୦୦ ଥର ବିଫଳ ହୋଇନାହିଁ ଲାଇଟ ବଲ ୧୦୦୦ ସୋପାନର ଉଦ୍ଦଭାବନ ଥିଲା’ ଥୋମାସ ଏଡିସନଙ୍କ ଏହି ଉକ୍ତିଟି ମୋର ମନେ ପଡ଼ିଥିଲା ଯାହାକି ମତେ ହାରି ନଯାଇ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥିଲା ବୋଲି ସିଦ୍ଧାର୍ଥ କହନ୍ତି । ଏହି ‘ବିଦ୍ୟୁତ ଜୋତା’ର ମୂଳ ପଦାର୍ଥ ସମ୍ପୂର୍ଣ୍ଣ ଭାବେ ତିଆରି ସହ କାର୍ଯ୍ୟକ୍ଷମ କରିବା ପାଇଁ ତାଙ୍କୁ ଦୁଇ ବର୍ଷ ସମୟ ଲାଗିଥିଲା । ସାଙ୍ଗ ଅଭିଷେକର ସହଯୋଗ ଓ ସିଦ୍ଧାର୍ଥଙ୍କର କଠିନ ପରିଶ୍ରମରୁ ସଫଳତା ମିଳିବା ସହ କାର୍ଯ୍ୟକ୍ଷମ ହେଲା ‘ବିଦ୍ୟୁତ ଜୋତା’ । ଏହାକୁ ତିଆରି କରି ଯେଉଁ ଖୁସି ମିଳିଛି ତାହା ମୁଁ ବର୍ଣ୍ଣ କରିପାରୁନି, ମୋ ଦ୍ୱାରା ପ୍ରସ୍ତୁତ ଏହି ‘ବିଦ୍ୟୁତ ଜୋତା’ କିଛି ମହିଳାଙ୍କୁ ସୁରକ୍ଷା ଦେବା ସହ ଜୀବନ ରକ୍ଷା କରିପାରିବ ବୋଲି ସେ ଆଶା କରିଥିବାର କୁହନ୍ତି । ତାଙ୍କର ଏହି କାମ ପାଇଁ ତେଲେଙ୍ଗାନା ସରକାରଙ୍କ ସହ ଅନେକ ଅନୁଷ୍ଠାନ ତରଫରୁ ସମ୍ମାନୀତ ହୋଇଛନ୍ତି । ସତରେ ସିଦ୍ଧାର୍ଥଙ୍କ କାର୍ଯ୍ୟ ପ୍ରଶଂସନୀୟ ନିଶ୍ଚୟ ।

 

ସୌଜନ୍ୟ-ଟିବିଆଇ

Previous କାର୍ତ୍ତିକରେ ଜଗନ୍ନାଥ
Next ଗୃହିଣୀଙ୍କ ପାଇଁ ଜାଣିବା କଥା

1 Comment

  1. Amlan Dash
    Reply

    Dear Sir / Madam,

    Why the main photograph’s head is not their. Not able to understand. Kindly clarify or discard the photograph.

Leave a reply

Your email address will not be published. Required fields are marked *