ଅଳ୍ପ ଜଣାଶୁଣା

ସାତଭାୟାର ଅଧିଷ୍ଠାତ୍ରୀ ଦେବୀ ପଞ୍ଚୁବରାହୀ
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ସମୁଦ୍ରକୂଳିଆ ଗାଁ ସାତଭାୟାର ଅଧିଷ୍ଠାତ୍ରୀ ଦେବୀ ପଞ୍ଚବରାହୀ ବା ପଞ୍ଚୁବରାହୀ । ମନ୍ଦିରରେ ରହିଛି 5 ଭଉଣୀଙ୍କ 5ଟି ପ୍ରତିମା । 500ରୁ ଅଧିକ ବର୍ଷ ଧରି ଏହି ମନ୍ଦିରରେ ଏକ ଭିନ୍ନ ପରମ୍ପରା ରହିଆସିଛି । ସାତଭାୟାର ଧୀବର ସମ୍ପ୍ରଦାୟର କେବଳ ସଧବା ମହିଳାମାନେ ହିଁ ଦେବୀଙ୍କୁ ପୂଜା କରିବାର ଅଧିକାର ପାଇଛନ୍ତି । ପୁରୁଷ କିମ୍ବା ବିଧବା ମହିଳାଙ୍କୁ ଏଠାରେ ପୂଜା କରିବା କିମ୍ବା ଦେବୀଙ୍କ ବିଗ୍ରହକୁ ସ୍ପର୍ଶ …

ନୈସର୍ଗିକ ଉପମାର ଗନ୍ତାଘର ରୋବର୍ସ କେଭ
ଆମ ଦେଶର ରାଜଧାନୀ ଦିଲ୍ଲୀରୁ ୩୧୫ କିମି ଦୂରରେ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ୍ ଅବସ୍ଥିତ । ସ୍ଥାନୀୟ ଲୋକଙ୍କ ଆମାୟିକ ବ୍ୟବହାର, ଉଚ୍ଚ ଉଚ୍ଚ ଗିରିଶୃଙ୍ଗର ନୈସର୍ଗିକ ଉପମା, ନିଆରା ଶେଳୀରେ ନିର୍ମିତ ମନ୍ଦିର ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରେ । ଡେରାଡୁନ୍ ରେ ରହିଛି ରୋବର୍ସ କେଭ, ସଶସ୍ତ୍ରଧାରା ଜଳପ୍ରପାତ, ଟପକେଶ୍ୱର ମହାଦେବ ମନ୍ଦିର, ଇଂରେଜ ଅମଳରୁ ନିର୍ମିର୍ତ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଏବଂ ସାଇ ମନ୍ଦିର । ଡେରାଡୁନ୍ …

ଏସିଆର ସଫାସୁତୁରା ଗାଁ ମାୱଲିନନଙ୍ଗ
ମାୱଲିନନଙ୍ଗ ଗାଁର ସଫା ରାସ୍ତା ଓ ସୁନ୍ଦର ପରିବେଶକୁ ଦେଖିଲେ ଲାଗେ ସତେ ଯେମିତି ବିଦେଶରେ ଥିବା ଏହା କୌଣସି ଏକ ଗାଁ । କିନ୍ତୁ ପ୍ରକୃତରେ ଏହା ହେଉଛି, ମେଘାଳୟର ଇଷ୍ଟ ଖାସି ହିଲ୍ସ ଜିଲ୍ଲା ଅନ୍ତର୍ଗତ ଏକ ଛୋଟ ଗାଁ ମାୱଲିନନଙ୍ଗ । ପରିଷ୍କାର ପରିଚ୍ଛନ୍ନ ଗାଁ ଭାବେ ଏହା କେବଳ ଭାରତରେ ନୁହେଁ, ସମଗ୍ର ଏସିଆ ମହାଦେଶରେ ବେଶ ପରିଚିତ । ଗାଁକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବାର ପରମ୍ପରା କାହିଁ କେବେଠୁଁ …

ପର୍ଯ୍ୟଟକଙ୍କ ଆଢୁଆଳେ ‘ହୁକିଟୋଲା’
ଆଜିକାଲି ନୂଆ କଥା ଜାଣିବା ଓ ନୂଆ ଜାଗା ବୁଲି ଦେଖିବା ଅନେକଙ୍କର ସଉକରେ ପରିଣତ ହୋଇଗଲାଣି । ଖାସ୍ କରି ଯୁବପିଢିଙ୍କ ଭିତରେ ଏହି ଉତ୍ସାହ ବେଶୀ ଦେଖିବାକୁ ମିଳୁଛି । ଏଇ ବ୍ୟସ୍ତ ବହୁଳ ଜୀବନ ଭିତରୁ ଟିକିଏ ସମୟ କାଢି ନିଜ ଜୀବନକୁ ଉପଭୋଗ କରିବା ପାଇଁ କେହି କେହି ତାଙ୍କ ସାଙ୍ଗ ସାଥୀଙ୍କ ମେଳରେ ବଣଭୋଜି କରିବାକୁ ପସନ୍ଦ କରନ୍ତି ତ ଆଉ କେହି ଭିନ୍ନ ଭିନ୍ନ ସ୍ଥାନ ବୁଲି ପ୍ରକୃତିର …

ସ୍ରଷ୍ଟା ଓ ସୃଷ୍ଟି-ଜୟଦେବଙ୍କ କେନ୍ଦୁବିଲ୍ୱ
ଭୁବନେଶ୍ୱରରୁ ୪୦ କି.ମି. ଦୂରରେ ରହିଛି ଅଷ୍ଟପଦୀ କାବ୍ୟଗ୍ରନ୍ଥ ଗୀତଗୋବିନ୍ଦର ସ୍ରଷ୍ଟା ଜୟଦେବଙ୍କ ଜନ୍ମସ୍ଥାନ । ଫୁଲନଖରାରେ ପହଞ୍ଚି ସେଠାରୁ ଡାହାଣକୁ ୧୬-୧୭ କି.ମି ଗଲାପରେ ପଡିବ ଜୟଦେବ ପୀଠକୁ ରାସ୍ତା । ଦ୍ୱାଦଶ ଶତାବ୍ଦୀର କବି ଜୟଦେବଙ୍କ ଜନ୍ମସ୍ଥାନକୁ ନେଇ ପଶ୍ଚିମବଙ୍ଗ ଏବଂ ଓଡିଶା ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ସେମାନଙ୍କ ରାଜ୍ୟରେ ଥିବା କେନ୍ଦୁଲି ହିଁ ଜୟଦେବଙ୍କ ଜନ୍ମସ୍ଥାନ ବୋଲି ପଶ୍ଚିମବଙ୍ଗବାସୀ ଦାବି କରୁଥିବବେଳେ ଓଡିଶାବାସୀଙ୍କ ଦାବି ଥିଲା କେନ୍ଦୁବିଲ୍ୱ ହେଉଛି ଜୟଦେବଙ୍କ …

ଐତିହାସିକ ଯୋବ୍ରା ଆନିକଟ
ଓଡ଼ିଶାର ହଜାର ବର୍ଷର ସହର ରୂପେ ପରିଚିତ କଟକ। ପର୍ବପାର୍ବଣୀ ଓ ଭାଇଚାରା ଯୋଗୁଁ ଏହି ସହର ବେଶ ଜଣାଶୁଣା। ସହର ଦୁଇ ପାଶ୍ୱରେ ବହି ଯାଇଛି ମହାନଦୀ ଓ କାଠଯୋଡ଼ୀ। କଟକ ସହରକୁ ଯାତାୟତର ସୁବିଧା ପାଇଁ ଏହି ଦୁଇ ନଦୀ ଉପରେ ନିର୍ମାଣ ହୋଇଛି ଅନେକ ସେତୁ। ସେସବୁ ସେତୁ ମଧ୍ୟରୁ କଟକ ସହର ଓ ଚୌଦ୍ୱାରକୁ ସଂଯୋଗ କରୁଥିବା ଯୋବ୍ରା ଆନିକଟ ଅନ୍ୟତମ। ମହାନଦୀ ଉପରେ ୨ କି.ମି ଲମ୍ବର ଏହି ଆନିକଟରେ …

ଡାକୁଛି ତାଳସାରିର ନାଲି କଙ୍କଡ଼ା
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ନିକଟସ୍ଥ ତାଳସାରି ବେଳାଭୂମି ପର୍ଯ୍ୟଟକଙ୍କୁ ଅନେକ ନିଆରା ଅନୁଭୂତି ପ୍ରଦାନ କରୁଥିବାରୁ ଏହାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏଠାରେ ପର୍ଯ୍ୟଟକମାନେ ନୀଳ ସମୁଦ୍ରର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଲହଡ଼ି ଭାଙ୍ଗି ଗାଧୋଇବାର ମଜା ନେଇପାରିବେ ଓ ତା ସହିତ ସ୍ୱର୍ଣ୍ଣାଭ ବାଲୁକାରାଶି ଉପରେ ଅସଂଖ୍ୟ ବିରଳ ନାଲି କଙ୍କଡ଼ାର ଲୁଚକାଳି ଖେଳ ମଧ୍ୟରେ ନିଜକୁ ହଜାଇ ଦେବାର ସୁଯୋଗ ପାଇପାରିବେ। ଏଥିସହ ଏକ …