Posts in category

ପର୍ଯ୍ୟଟନ


ସବୁଜ ସୁନ୍ଦର ସତିଗୁଡ଼ା ଜୈବ ପାର୍କ

Read More

ବଡ଼ଦିନ ଛୁଟିରେ ନୂଆପଡ଼ା ବୁଲା

Read More

ବିଚିତ୍ରପୁରରେ ପ୍ରକୃତିର ବୈଚିତ୍ର‌୍ୟ

Read More

ଆଦିବାସୀ ଅଧ୍ୟୁସିତ ମାଲକାନାଗିରି ଜିଲ୍ଲାର ମାଓ ପ୍ରବଣତା ପାଇଁ କୁଖ୍ୟାତି ଥିଲେ ମଧ୍ୟ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସହର ଜୀବନଶୈଳୀକୁ ଆଦରି ନେଇଥିବା ଲୋକେ ଅବସର ସମୟ କଟାଇବାକୁ ନଦୀ, ପାହଡ଼ ଓ ଆଦିବାସୀ ଗାଁର ସବୁଜିମା ଉପଭୋଗ କରିବା ପାଇଁ ଅଧିକ ପସନ୍ଦ କରନ୍ତି । ଆଦିବାସୀଙ୍କ ଜୀବନଶୈଳୀରେ ଥିବା ନିରିହପଣ ଓ ସରଳତା ସହ ସେମାନେ ଆବେଗିକ ସମ୍ପର୍କ ଯୋଡ଼ି ଏକ ଭିନ୍ନ ଅନୁଭବରେ ସମୟ କାଟିବାକୁ …

ଶିତଋତୁରେ ପାଗ ଅନକୂଳ ରହିଥିବାରୁ ବୁଲାବୁଲି ସାଙ୍ଗକୁ ବଣ ଭୋଜିର ଆସର ବେଶ ଜମେ । ଏହାସହ ନୂଆବର୍ଷ ଓ ବଡ଼ ଦିନ ଛୁଟି ଏହି ଋତୁରେ ପଡ଼ୁଥିବାରୁ ବୁଲାବୁଲି ପାଇଁ ସୁହାଇଥାଏ । ଏବେଠୁତ ଅନେକ ଯୋଜନା କରି ସାରିବେଣି ବୁଲିବାକୁ । ଯଦି ଆପଣ ଏହି ଏଥର ଛୁଟିରେ କେଉଁଠିକୁ ବୁଲି ଯିବେ ଜାଣି ପାରୁ ନାହାଁନ୍ତି ବା ରାଜ୍ୟ ବାହାରକୁ ଯାଇ ଅଧିକ ଅର୍ଥ ଓ ସମୟ ଖର୍ଚ୍ଚ କରିବାକୁ ଚାହୁଁ ନାହାଁନ୍ତି …

ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହର କରି ଛୁଟି କାଟିବା ପାଇଁ ଚାହୁଁଥିଲେ ବାଲେଶ୍ୱର ଜିଲ୍ଲା ବିଚିତ୍ରପୁର ଏଥିପାଇଁ ଉପଯୁକ୍ତ ସ୍ଥାନଟିଏ । ଲୁଣା ଜଙ୍ଗଲ ସହ ନାଲି କଙ୍କଡ଼ା, ବେଳାଭୂମି, ବୋଟିଂ, ହେନ୍ତାଳ ବଣ ଦେଖିବାର ସୁଯୋଗ ମିଳିଥାଏ ଏଠାରେ । ଏହାସହ ଗ୍ରାମ୍ୟ ପରିବେଶରେ ଛୁଟି କାଟିବା ପାଇଁ ସ୍ଥାନଟି ଅନେକଙ୍କ ପସନ୍ଦ । ରାଜ୍ୟରେ ରହିଥିବା ବିଭିନ୍ନ ଜୈବ ପର୍ଯ୍ୟଟନ ମଧ୍ୟରୁ ଏହା ଅନ୍ୟତମ । ଏହି ପର୍ଯ୍ୟଟନସ୍ଥଳୀର ସ୍ୱାତନ୍ତ୍ର‌୍ୟ ସମ୍ପର୍କରେ ଆମେ …

ଓଡ଼ିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ପ୍ରାକୃତିକ ଦୃଶ୍ୟ ଯିଏ ଥରେ ଦେଖିଛି ସେ ବାରମ୍ବାର ସେଠାକୁ ଯିବାକୁ ଇଛା କରିବ ନିଶ୍ଚୟ । ସୁନ୍ଦର ବନରାଜି ସାଙ୍ଗକୁ ଅଦିବାସୀଙ୍କ ଜୀବନଶୈଳୀ, ଝରଣାର କୂଳୁକୂଳୁ ନାଦ ଚିତ୍ତଚୋରି କରିନେଇଥାଏ ପର୍ଯ୍ୟଟକଙ୍କର । ରାଜ୍ୟ ସରକାର ଦାରିଙ୍ଗବାଡ଼ିକୁ ଜୈବ ପର୍ଯ୍ୟଟନସ୍ଥଳର ମାନ୍ୟତା ପ୍ରଦାନ କରିଥିବାରୁ ପର୍ଯ୍ୟଟକଙ୍କ ଅବସ୍ଥାନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସେଠାରେ ଉପଲବ୍ଧ ହେଉଛି । ରାଜଧାନୀ ଭୁବନେଶ୍ୱରରୁ ୨୦୦ କିଲୋମିଟର ଦୂରରେ …

ବର୍ଷା ସରି ଶୀତଋତୁ ଆସିବା ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀମାନଙ୍କରେ ଗହଳି ଦେଖିବାକୁ ମିଳିଲାଣି । ଯଦି ଆପଣ ବି ଏହି ପର୍ଯ୍ୟଟନ ଋତୁରେ ପରିବାର ବା ସାଙ୍ଗସାଥିଙ୍କ ସହ ବୁଲାବୁଲି ଓ ବଣଭୋଜି ପାଇଁ ଇଛା କରିଛନ୍ତି ତେବେ ଗଞ୍ଜାମ ଜିଲ୍ଲାର ତାମ୍ପରା ହ୍ରଦ ଯାଆନ୍ତୁ । ପ୍ରକୃତିକୁ ମନଭରି ଉପଭୋଗ କରିବା ପାଇଁ ସ୍ଥାନଟି ସମ୍ପୁର୍ଣ୍ଣ ଉପଯୁକ୍ତ । ତେବେ ସେଠାକୁ ଯାଇ କ’ଣ କ’ଣ ସବୁ ଦେଖିବେ ସେ ବିଷୟରେ ଜାଣନ୍ତୁ… ଗଞ୍ଜାମ ଜିଲ୍ଲା …

ଜାହାନିଆ ପୀଠ ରାଜଧାନୀଠାରୁ ୮୦ କିମି ଦୂରରେ ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପିର ଜାହାନିଆ । ଏଠାରେ ରହିଛି ସୁଫି ସନ୍ଥ ପିର ମୁକୋଦମ ଜାହାନିଆଙ୍କ ସମାଧୀସ୍ଥଳ ବା ଦର୍ଘା । ପୀଠରେ ସାମ୍ପ୍ରଦାୟିକ ସଦଭାବନାର ଛାପ ଦେଖିବାକୁ ମିଳେ, ଏଠାରେ ଉଭୟ ହିନ୍ଦୁ ଓ ମୁସଲମାନ ନିଜ ନିଜ ଧର୍ମ ଅନୁଯାୟୀ ପୂଜା କରିଥାନ୍ତି । ହିନ୍ଦୁମାନେ ପତାକା ଲାଗାଉଥିବା ବେଳେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଚାଦର ଚଢାଇଥାନ୍ତ ପିର ବାବାଙ୍କ ଉପରେ । …

କୋରାପୁଟ ଏମିତି ଗୋଟିଏ ସ୍ଥାନ ଯେଉଁଠିକି ଥରେ ଗଲେ ଫେରିବାକୁ ଇଚ୍ଛା ହେବନି । ସୁନ୍ଦର ବନରାଜିର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ସରଳ ଆଦିବାସୀଙ୍କ ଜୀବନଯାପନ ବେଶ୍ ଆକର୍ଷଣୀୟ ରହିଥାଏ । ଏହା ସହ ଆଦିବାସୀ ହାଟରୁ ଆଦିବାସୀ ଖାଦ୍ୟ ସାମଗ୍ରୀ କିଣିବାର ସୁଯୋଗ ପାଇବା ସହ ଏଠାକାର ପାହାଡ଼ ଉପରେ ସୂର୍ଯ୍ୟାସ୍ତ, ସୋରିଷ ଓ ଅଳସି ଫୁଲର କ୍ଷେତ ଦେଖିବାର ସୁଯୋଗ ମିଳିଥାଏ । ବଣଭୋଜି ଓ ଜଳ ପ୍ରପାତରେ ଗାଧୋଇବାର ମଜା ଉଠାଇବାରସୁଯୋଗ ରହିଛି …

ସବୁଜ ପଥପ୍ରାନ୍ତ ସାଙ୍ଗକୁ ମନଲୋଭା ପ୍ରାକୃତିକ ଦୃଶ୍ୟ, ଛଉ ଓ ଝୁମରା ନୃତ୍ୟର ନାଦରେ ଆତ୍ମହରା କରିପକାଉଥିବା ସହର ହେଉଛି ମୟୁରଭଞ୍ଜ ଜିଲ୍ଲାର ବାରିପଦା । ସହରର ପ୍ରାକୃତିକ ପରିବେଶ ଯେପରି ମନଲୋଭା ଏଠାକାର ଐତିହ୍ୟ ମଧ୍ୟ ସେପରି ଆକର୍ଷଣୀୟ । ଏଠାରେ ଭଞ୍ଜ ରାଜାମାନଙ୍କ ପୃଷ୍ଠପୋଷକତାରେ ଗଢି ଉଠିଛି ଅନେକ ଐତିହ୍ୟ କିର୍ତ୍ତିରାଜ । ଆଜିର ଦିନରେ ସେଗୁଡ଼ିକ ଇତିହାସ ହୋଇଥିଲେ ମଧ୍ୟ ସହରର ସୌନ୍ଦର୍ଯ୍ୟ ବୃଦ୍ଧିକରିବା ସହ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ସହାୟ ହେଉଛି …

ତପ୍ତପାଣି ଉଷ୍ଣ ପ୍ରସବଣ ଗଞ୍ଜାମ ଜିଲ୍ଲାର ରହିଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ । ଏଠାକାର ମନୋଲୋଭା ଦୃଶ୍ୟ କାହାକୁ ବି କିଛି କ୍ଷଣ ବାନ୍ଧି ରଖି ପାରିବ । ଏହାର ଆକର୍ଷଣ ପାଇଁ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରୁ ମଧ୍ୟ ପର୍ଯ୍ୟଟକମାନଙ୍କ ସୁଅ ଛୁଟିଥାଏ ଏଠାକୁ । କଣ ଦେଖିବେ ଉଷ୍ଣ ପାଣିର ଝରଣା ସାଙ୍ଗକୁ , ମୃଗ ବିହାର ଅପୂର୍ବ ଅନୁଭବ ଆଣେ ପର୍ଯ୍ୟଟକ ମନରେ । ବିଶେଷ କରି ଶୀତ ଦିନରେ …

କର୍ମମୟ ଜୀବନରୁ ଟିକିଏ ଫୁରୁସତ୍ ପାଇଲେ ବ୍ୟକ୍ତି ଟିକିଏ ବୁଲାବୁଲି ପାଇଁ ଇଛା କରିଥାଏ । ବିଶେଷ କରି ବେଳାଭୂମିର ମଜା ନେବାକୁ ବେଶି ପସନ୍ଦ କରିଥାଏ । ଓଡ଼ିଶାରେ ବେଳାଭୂମିର ଅଭାବ ନାହିଁ ହେଲେ ଏକ ଶ।।ନ୍ତ ଓ ସୁନ୍ଦର ପରିବେଶ ସୃଷ୍ଟି କରିବା ସହ ନିଆରା ଓ ଅଭୂଲା ଅନୁଭୁତି ଦେଉଥିବା ବେଳାଭୂମି ହେଉଛି ଶିଆଳି । ରାଜଧାନୀଠାରୁ ମାତ୍ର ୮୦ କିଲୋମିଟର ଦୂର ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅନ୍ତର୍ଗତ ଶିଆଳିରେ ରହିଛି …