କ୍ରୀଡ଼ା
ହକି ବିଶ୍ୱକପ୍: ବାଜିମାରିନେଲା ବେଲଜିୟମ
ରବିବାର କଳିଙ୍ଗ ଷ୍ଟାଡ଼୍ୟମରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍ ଫାଇନାଲ ମ୍ୟାଚ ଥିଲା ଅତ୍ୟନ୍ତ ରୋମାଞ୍ଚକର । ନେଦରଲାଣ୍ଡ୍ସ ଓ ବେଲଜିୟମ ମଧ୍ୟରେ ଖେଳାଯାଇଥିବା ଏହିମ୍ୟାଚ ୪୭ ବର୍ଷର ଇତିହାସ ଭାଙ୍ଗି ୟୁରୋପୀୟ ଦେଶ ବେଲଜିୟମ ହକି ବିଶ୍ୱକପ୍ର ନୂଆ ଚାମ୍ପିୟନ ଭାବେ ଉଭା ହୋଇଛି। ଫାଇନାଲ ମ୍ୟାଚ୍ରେ ବେଲଜିୟମ ପଡୋଶୀ ତଥା ଶକ୍ତିଶାଳୀ ନେଦରଲାଣ୍ଡ୍ସକୁ ପେନାଲ୍ଟି ଜରିଆରେ ୩-୨ ଗୋଲରେ ପରାସ୍ତ କରି ବିଶ୍ୱକପ ବିଜୟୀ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଛି। କଡ଼ା …
ବାହା ହେଲେ ସାଇନା- କାଶ୍ୟପ
ଭାରତର ଦୁଇ ପ୍ରତିଷ୍ଠିତ ବ୍ୟଡ୍ମିଣ୍ଟନ ଖେଳାଳି ସାଇନା ନେହ୍ୱାଲ ଓ ପାରୁପଲ୍ଲୀ କାଶ୍ୟପ ଶୁକ୍ରବାର ବିବାହ କରିଛନ୍ତି । କୋର୍ଟଙ୍କ ନିୟମ ଅନୁଯାୟୀ ସେମାନେ ଶୁକ୍ରବାର ଦିନ ୧୧.୩୦ ବିବାହ କରିଥିବା ସାଇନାଙ୍କ ବାପା ହରବୀର ସିଂ ଜଣାଇଥିଲେ । ଏହାସହ ସାଇନା ଟୁଇଟରେ ତାଙ୍କ ବିବାହ ଫୋଟ ପୋଷ୍ଟ କରି କାଶ୍ୟପ ଓ ତାଙ୍କ ବିବାହ ବିଷୟରେ ଜଣାଇଥିଲେ । ସାଇବରାବାଦ୍ ସ୍ଥିତ ରାଇଦୁର୍ଗାମରେ ଥିବା ସଇନାଙ୍କ ଘର ‘ଓରିଅନ ଭିଲ୍ଲା’ରେ ଏହି ବିବାହ ଅନୁଷ୍ଠିତ …
କାଲି ସରିବ ପୁରୁଷ ବିଶ୍ୱକପ୍ ହକି-ଡଟ୍ ଫେଷ୍ଟ
ନଭେମ୍ବର ୨୭ତାରିଖରୁ ଓଡ଼ିଶାରେ ଚାଲିଥିବା ପୁରୁଷ ବିଶ୍ୱକପ୍ ହକି ୨୦୧୮ର ଆସନ୍ତା କାଲି ଉଦ୍ଯାପନୀଉତ୍ସବ । କାଲିର ଦିନ ବିଶ୍ୱ କ୍ରିଡ଼ା ଇତିହାସରେ ଏକ ନୂଆ ଅଧ୍ୟାୟ ଲେଖିବା ସହ ବିଜୟୀ ଦଳର ନାମ ସବୁଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଧ ହୋଇ ରହିଯିବ । ଆସନ୍ତା କାଲିର ଫାଇନାଲ୍ ମ୍ୟାଚ ପୂର୍ବରୁ ଆଜି ଅଛି ସେମିଫାଇନାଲ ମ୍ୟାଚ୍ ,ଏହାକୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସା ଦେଖିବାକୁ ମିଳିଛି । କାଲି ଜଣା ପଡ଼ିବ ଏହି ହକି …
ଆଡିଲେଡ ଟେଷ୍ଟ ମ୍ୟାଚ:ଅଷ୍ଟ୍ରେଲିଆକୁ ୩୧ ରନ୍ରେ ହରେଇଲା ଟିମ ଇଣ୍ଡିଆ
ଆଡେଲେଡରେ ଖେଳା ଯାଉଥିବା ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ବିଜୟୀ ହୋଇଛି । ଟିମ ଇଣ୍ଡିଆ ପାଇଁ ବିଜୟ ଟାର୍ଗେଟ୍ ୩୨୩ ଥିଲା । ଚାରି ଦିନ ଧରି ଚାଲିଥିବା ଖେଳର ଗତିବିଧି ଦେଖି ଭାରତୀୟ ଦଳ ପାଇଁ ବିଜୟ ହାସଲ କରିବା କଷ୍ଟକର ବୋଲି ମନେ ହେଉଥିଲା। କିନ୍ତୁ ଭାରତୀୟ ବୋଲର ବି ଥିଲେ ନଛଡ଼ୋବନ୍ଦା। ଆଉ ଏଭଳି ଏକ ରୋମାଞ୍ଚକର ମ୍ୟାଚ୍ରେ ଶେଷରେ ଭାରତ ବିଜୟୀ ହାସଲ କରିଛି । ଏହି ମ୍ୟାଚ୍କୁ ୩୧ …
ହକି ମହାକୁମ୍ଭ: ଆଜି ଆର୍ଜେଣ୍ଟିନା-ସ୍ପେନ୍ ଓ ନ୍ୟୁଜଲ୍ୟାଣ୍ଡ-ଫ୍ରାନ୍ସ ମଧ୍ୟରେ ଲଢେଇ
ଦୁଇଦିନ ଧରି ଯଥାକ୍ରମେ ୨୭ -୨୮ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ଓ କଟକର ବାରବାଟୀ ଷ୍ଟାଡ଼ିୟମରେ ବିଶ୍ୱକପ ହକିର ଉଦଘାଟନୀ ସମାରୋହ ବହୁ ଆଡ଼ମ୍ବରରେ ସମ୍ପର୍ଣ୍ଣ ହୋଇଛି । ଏହାସହ ଗତକାଲି କଳିଙ୍ଗ ଷ୍ଟାଡ଼ିୟମରେ ଦୁଇଟି ମ୍ୟାଚ୍ ମଧ୍ୟ ଖେଳାଯାଇଛି । ପ୍ରଥମ ମ୍ୟାଚ୍ ବେଲଜିୟମ ଓ କାନାଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥଲା । ଏହି ମ୍ୟାଚରେ ବେଲଜିୟମ ବିଜୟୀ ହେବା ସହ କାନାଡ଼ାକୁ ୨-୧ ଗୋଲରେ ପରାସ୍ତ କରିଥିଲା । ଏହାପରେ ସନ୍ଧ୍ୟା ୭ଟାରେ ଆରମ୍ଭ …
ଆଜି ବାରବାଟୀରେ ବିଶ୍ୱକପ୍ ହକିର ଦ୍ୱିତୀୟ ଉଦ୍ଘାଟନୀ ଉତ୍ସବ , ଯୋଗଦେବେ ସଲମାନ
ମହା ଆଡମ୍ବରରେ ବିଶ୍ୱକୁ ଚକିତ କରି ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ୍ରେ ବିଶ୍ୱକପ୍ ହକିର ପ୍ରଥମ ଉଦ୍ଘାଟନୀ ସମାରୋହ ଶେଷ ହୋଇଥିବା ବେଳେ ଆଜି କଟକ ବାରବାଟୀ ଷ୍ଟାଡିୟମ୍ରେ ଏହାର ଦ୍ୱିତୀୟ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ । ଆଜିର ଏହି ଉତ୍ସବରେ ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ୍ ଯୋଗ ଦେବେ। ସଲମାନ୍ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏଥିସହ ଏହି କାର୍ଯ୍ୟକ୍ରମରେ ସଂଗୀତ ନିର୍ଦ୍ଦେଶକ ଏ. ଆର. ରହମାନ ସଂଗୀତ ପରିବେଷଣ କରିବେ। ଏଥିପାଇଁ …
ଆଜି ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବ: ପ୍ରବେଶ ପାଇଁ ୯ଟି ଗେଟ୍ ଖୋଲା
ଭୁବନେଶ୍ୱରରେ ଆଜି ବହୁ ପ୍ରତିକ୍ଷିତ ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବ , ସୁରକ୍ଷା ବଳୟରେ ରହିଛି କଳିଙ୍ଗ ଷ୍ଟାଡିୟମ। ଗତକାଲି ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବକୁ ନେଇ DGP କରିଥିବା ସାମ୍ବାଦିକ ସମ୍ମିଳନୀରୁ ସୂଚନା ମିଳିଛି ଯେ ଷ୍ଟାଡିୟମ ଭିତରେ ୧୮୦ଟି ସିସିଟିଭି କ୍ୟାମେରା, ଅନ୍ୟ ୨୮ଟି ସ୍ଥାନରେ ୧୩୦ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଏହାସହ ୨ଟି କଣ୍ଟ୍ରୋଲ ରୁମ୍ ଖୋଲା ଯିବାସହ ଗୁଇନ୍ଦାକୁ କ୍ରିୟାଶୀଳ କରାଯାଇଛି, ବିଭିନ୍ନ ସ୍ଥାନରେ ସାଧା ପୋଷାକଧାରି ପୋଲିସ ରହିବେ। କଳିଙ୍ଗ …